ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଇଏ ଶ୍ରୀମନ୍ଦିରର ଏକ ନିଆରା ସେବା…

0

ପୁରୀ: ଚକ୍ର ଦିହୁଡିଆ ଓ ଅଣସର ଚୂନା ସେବକ ହେଉଛନ୍ତି ଶୂଦ୍ର ସେବକ। ଏହି ସେବା ବଂଶାନୁକ୍ରମିକ। ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି । ସାବାଳକ ହେଲା ପରେ ସେବା କରିପାରିବେ।

ସାଧାରଣତଃ ପର୍ବପର୍ବାଣୀ ଓ ଯାନିଯାତ୍ରା ମାନଙ୍କରେ ଚକ୍ରାକୃତିରେ ଦିହୁଡି ଧରୁଥିବା ସେବକ ଚକ୍ରଦିହୁଡିଆ ଭାବେ ପରିଚିତ। ମଧ୍ୟାନ୍ନ ଧୂପରେ ଚଳନ୍ତି ପ୍ରତିମାମାନେ ଯେତେବେଳେ ବିଜେ ହେବେ ଏହି ସେବକ ଦିହୁଡି ଧରି ଆଗେ ଆଗେ ଯାଆନ୍ତି। ସ୍ନାନ ଯାତ୍ରା, ରଥ ପହଣ୍ଡି, ନୀଳାଦ୍ରି ବିଜେ, ଦୟଣା ଚୋରି ନୀତି, ଚାପ, ଦୋଳ, ବିବାହ ବେଦୀ ଇତ୍ୟାଦିରେଏହି ସେବକ ଚକ୍ର ଦିହୁଡି ଜାଳନ୍ତି।

ଏମାନଙ୍କର ଆଉ ଏକ ସେବା ଅଣସର ଚୂନା କାର୍ଯ୍ୟ ରହିଛି। ଅଣସର ଖଳି ଲାଗି ନିମନ୍ତେ ଆବଶ୍ୟକ ଗହମକୁ ଏମାନେ ଲକ୍ଷ୍ମୀଙ୍କ ଜଗମୋହନରେ ହବିଷ ପାଳନ କରି ଚୂରିଥାଆନ୍ତି । ସେବାରେ ତ୍ରୁଟି କଲେ ଏମାନେ କାମ କରି ପାରନ୍ତି ନାହିଁ । ସେହି ଜାତିର ଅନ୍ୟ ବ୍ୟକ୍ତିଙ୍କୁ ଅଣସର ଚୂନା ସେବା କାର୍ଯ୍ୟରେ ନିୟୋଜିତ କରାଯାଏ ।

Leave A Reply

Your email address will not be published.