ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଇଏ ଶ୍ରୀମନ୍ଦିରର ଏକ ନିଆରା ସେବା…

0

ପୁରୀ: ଚକ୍ର ଦିହୁଡିଆ ଓ ଅଣସର ଚୂନା ସେବକ ହେଉଛନ୍ତି ଶୂଦ୍ର ସେବକ। ଏହି ସେବା ବଂଶାନୁକ୍ରମିକ। ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି । ସାବାଳକ ହେଲା ପରେ ସେବା କରିପାରିବେ।

ସାଧାରଣତଃ ପର୍ବପର୍ବାଣୀ ଓ ଯାନିଯାତ୍ରା ମାନଙ୍କରେ ଚକ୍ରାକୃତିରେ ଦିହୁଡି ଧରୁଥିବା ସେବକ ଚକ୍ରଦିହୁଡିଆ ଭାବେ ପରିଚିତ। ମଧ୍ୟାନ୍ନ ଧୂପରେ ଚଳନ୍ତି ପ୍ରତିମାମାନେ ଯେତେବେଳେ ବିଜେ ହେବେ ଏହି ସେବକ ଦିହୁଡି ଧରି ଆଗେ ଆଗେ ଯାଆନ୍ତି। ସ୍ନାନ ଯାତ୍ରା, ରଥ ପହଣ୍ଡି, ନୀଳାଦ୍ରି ବିଜେ, ଦୟଣା ଚୋରି ନୀତି, ଚାପ, ଦୋଳ, ବିବାହ ବେଦୀ ଇତ୍ୟାଦିରେଏହି ସେବକ ଚକ୍ର ଦିହୁଡି ଜାଳନ୍ତି।

ଏମାନଙ୍କର ଆଉ ଏକ ସେବା ଅଣସର ଚୂନା କାର୍ଯ୍ୟ ରହିଛି। ଅଣସର ଖଳି ଲାଗି ନିମନ୍ତେ ଆବଶ୍ୟକ ଗହମକୁ ଏମାନେ ଲକ୍ଷ୍ମୀଙ୍କ ଜଗମୋହନରେ ହବିଷ ପାଳନ କରି ଚୂରିଥାଆନ୍ତି । ସେବାରେ ତ୍ରୁଟି କଲେ ଏମାନେ କାମ କରି ପାରନ୍ତି ନାହିଁ । ସେହି ଜାତିର ଅନ୍ୟ ବ୍ୟକ୍ତିଙ୍କୁ ଅଣସର ଚୂନା ସେବା କାର୍ଯ୍ୟରେ ନିୟୋଜିତ କରାଯାଏ ।

Leave A Reply

Your email address will not be published.