ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ: ୫ ଜଣ ଚିହ୍ନଟ

0

ପଶ୍ଚିମବଙ୍ଗ: କୋଲକାତାର ୫ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ନର୍ସଙ୍କ ଅବସ୍ଥା ସଂକଟାପନ୍ନ ରହିଛି। କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମିଶି ସଂକ୍ରମଣ ରୋକିବାକୁ ଚେଷ୍ଟା କରୁଛନ୍ତି। ପ୍ରାୟ ୨ଶହ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ଉପରେ ନଜର ରଖାଯାଇଛି। ନିପା ଭାଇରସ୍ ଏକ ବିପଜ୍ଜନକ ଭାଇରସ୍ ଯାହା ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥାଏ। ଏଥିରେ ମୃତ୍ୟୁ ହେବାର ଆଶଙ୍କା ୪୦% ରୁ ୭୫% ପର୍ଯ୍ୟନ୍ତ ରହିଥାଏ। ଏହାର କୌଣସି ନିର୍ଦ୍ଦିଷ୍ଟ ଟିକା ବା ଔଷଧ ଏପର୍ଯ୍ୟନ୍ତ ବାହାରି ନଥିବାରୁ ଆକ୍ରାନ୍ତଙ୍କ ପାଇଁ ବିପଜ୍ଜନକ। ଭାଇରସ୍ ସଂସ୍ପର୍ଶରେ ଆସିବାର ୪ ରୁ ୧୪ ଦିନ ମଧ୍ୟରେ ଲକ୍ଷଣ ଦେଖାଦିଏ। ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି ଏବଂ ଗଳା କୁଣ୍ଡେଇ ହେବା ଭଳି ପ୍ରାଥମିକ ଲକ୍ଷଣ ଦେଖାଯାଏ। ପରେ ନିଶ୍ୱାସ ନେବାରେ କଷ୍ଟ, ମୁଣ୍ଡ ବୁଲାଇବା, ମାନସିକ ସନ୍ତୁଳନ ହରାଇବା ଏବଂ ବ୍ରେନ୍ ଇନଫେକ୍ସନ ହୋଇ ରୋଗୀ କୋମାକୁ ଚାଲିଯିବାର ଡର ଥାଏ।

ତେବେ ନିପା ଭାଇରସର କୌଣସି ସ୍ୱତନ୍ତ୍ର ଔଷଧ ନଥିବାରୁ, ଡାକ୍ତରଖାନାରେ ରୋଗୀଙ୍କର ଅବସ୍ଥା ଦେଖି ଚିକିତ୍ସା କରାଯାଏ। ଜ୍ୱର ଓ ଯନ୍ତ୍ରଣା କମାଇବା ପାଇଁ ଔଷଧ ଦେବା, ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ଆଦି ଦିଗକୁ ଚିକିତ୍ସାରେ ଫୋକସ କରାଯାଏ । ବାଦୁଡ଼ି ଖାଇଥିବା ବା ଚାଟିଥିବା ଖଜୁରୀ ରସରୁ ଏହା ବ୍ୟାପିବାର ସବୁଠାରୁ ଅଧିକ ଭୟ ଥାଏ। ଫଳ ଧୋଇକରି ଖାଇବା ସହ ଗଛରୁ ପଡ଼ିଥିବା ବା ପକ୍ଷୀ ଖାଇଥିବା ଫଳ ନଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ନିପା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବାକୁ ନିଜକୁ ସଫା ସୁତୁରା ରଖିବା ସହ ସାବୁନରେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି। ଯଦି ଜ୍ୱର କିମ୍ବା ଶ୍ୱାସକଷ୍ଟ ପରି ଲକ୍ଷଣ ଦେଖାଯାଏ, ତେବେ ନିଜେ ଔଷଧ ନଖାଇ ତୁରନ୍ତ ଡାକ୍ତରଖାନାକୁ ଯିବାକୁ କୁହାଯାଇଛି। ଏବେ ନିପା ଭାଇରସ କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ଅଛି। ତେବେ ସଂକ୍ରମଣ ରୋକିବାକୁ ସରକାରୀ ନିୟମ ମାନନ୍ତୁ ଏବଂ ଗୁଜବରୁ ଦୂରେଇ ରହିବାକୁ କୁହାଯାଇଛି।

Leave A Reply

Your email address will not be published.