ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଏବେଠୁ ସତର୍କ ନ ହେଲେ ଭବିଷ୍ୟତକୁ ବିପଦ

0

କେତେ ବିପଜ୍ଜନକ ହୋଇଥାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

ଭୁବନେଶ୍ବର: ଛଅ ସପ୍ତାହରୁ ଅଧିକ ସମୟ ଧରି ଶରୀରର ବିଭିନ୍ନ ଗଣ୍ଠି ବା ଅସ୍ଥିରେ ପୀଡା, ଜଡତା ଓ ଫୁଲା ଲାଗି ରହିଲେ ବାତ ରୋଗ ହୋଇଛି ବୋଲି ଜାଣିବାକୁ ପଡିଥାଏ। ଏହି ରୋଗର ପ୍ରଥମାବସ୍ଥାରେ ସକାଳୁ ହାତ ଓ ପାଦର ସନ୍ଧି ସ୍ଥାନ ଗୁଡିକରେ ବେଦନା ହେବା ସହିତ ଫୁଲା ମଧ୍ୟ ହୋଇଥାଏ । ଧୀରେ ଧୀରେ ଏହି ରୋଗ ଦ୍ୱାରା ଅନ୍ୟ ଗଣ୍ଠିଗୁଡିକ ଆକ୍ରାନ୍ତ ହୋଇଥାନ୍ତି।

ରୋଗ ବଢିବା ସଙ୍ଗେ ସଙ୍ଗେ ଗୋଡର ବଳା ଗଣ୍ଠି,ଆଣ୍ଠୁ ଓ ହାତର ଗଣ୍ଠି ଆଦିରେ ଫୁଲା ହେବା ସହିତ ଚଳପ୍ରଚଳରେ ବାଧା ସୃଷ୍ଟି ହୋଇଥାଏ । ଆକ୍ରାନ୍ତ ହୋଇଥିବା ସନ୍ଧିସ୍ଥାନ ଉପର ଓ ତଳ ମାଂସପେଶୀ ଧୀରେ ଧୀରେ ଶୁଖିବା ଆରମ୍ଭ ହୋଇଥାଏ । ପ୍ରଥମାବସ୍ଥାରେ ଜ୍ୱର ଲାଗି ରହେ । ଏହାବ୍ୟତୀତ ଦୁର୍ବଳତା, କ୍ଷୁଧା ନାଶ ଓ କୋଷ୍ଠ କାଠିନ୍ୟ ଆଦି ସାମାନ୍ୟ ଲକ୍ଷଣମାନ ଦେଖାଯାଇଥାଏ।

ରୋଗର କାରଣକୁ ଅନୁଶୀଳନ କଲେ ଦେଖାଯାଇଥାଏ ଯେ ଏହା ୧୦ରୁ ୧୫ ଭାଗ ବଂଶାନୁକ୍ରମିକ ହୋଇପାରେ । ମୁଖ ଗହ୍ୱର ବା ଟନସିଲ୍‍ ସଂକ୍ରମଣ ଦୀର୍ଘ ଦିନ ଧରି ଲାଗି ରହିଲେ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ଯଦି ଆମେ ଆୟୁର୍ବେଦ ପାଠକୁ ଯିବା, ତେବେ ତା’ ଅନୁସାରେ, ଆମଦୋଷ ଏହି ରୋଗର ମୁଖ୍ୟ କାରଣ। ଅଗ୍ନିମାନ୍ଦ୍ୟ କାରଣରୁ ଯଦି ଆମେ ଖାଇବା ଖାଦ୍ୟ ଠିକ୍‍ ରୂପେ ପରିପାକ ନ ହୁଏ, ତେବେ ସେହି ଅପରିପକ୍ୱ ଆହାର ରସ ବା ଆମ ରକ୍ତରେ ମିଶିଥାଏ । ଏହି ସମୟରେ ବାତ ପ୍ରକୋପକ ଆହାର ବିହାର ଯଥା ଶୀତଳ ଖାଦ୍ୟ ଖାଇବା, ଥଣ୍ଡାରେ ବୁଲିବା, ଅତ୍ୟଧିକ ଶାରୀରିକ ପରିଶ୍ରମ, ଅତି ସହବାସ, ମଳମୂତ୍ରାଦି ବେଗାବରୋଧ ଆଦି ଦ୍ୱାରା ଶରୀରରେ ଆମଦୋଷ ପ୍ରକୁପିତ ହୋଇ ଏହି ରୋଗ ସୃଷ୍ଟି ହୋଇଥାଏ।

ଏହି ରୋଗକୁ ପ୍ରଥମାବସ୍ଥାରୁ ଚିକିତ୍ସା କଲେ ୩ରୁ ୬ ମାସ ଯାଏ ଓ ସ୍ଥଳ ବିଶେଷରେ ୧ରୁ ୨ ବର୍ଷ ପର୍ଯ୍ୟନ୍ତ ଔଷଧ ସେବନ କରିବାକୁ ପଡିଥାଏ। ଚିକିତ୍ସାରେ ବିଳମ୍ୱ ହେଲେ ରୋଗୀର ଅଙ୍ଗବିକୃତ ହୋଇ ରୋଗ କଷ୍ଟସାଧ୍ୟ ହୋଇଥାଏ। ସମୟେ ସମୟେ ରୋଗ ଜାପ୍ୟ ଅବସ୍ଥାକୁ ଆସିଯିବା ଯୋଗୁଁ ସାରାଜୀବନ ଚିକିତ୍ସା ଆବଶ୍ୟକ ହୋଇଥାଏ । ଏହାର ଚିକିତ୍ସା ନିମନ୍ତେ ଆୟୁର୍ବେଦରେ ସଫଳ ଔଷଧ ରହିଛି ।

ଗଣ୍ଠି ଯଦି ଫୁଲାଖାଏ ତେବେ ତୈଳ ମାଲିସ ନ କରି କେବଳ ବାଲି ପୁଡିଆରେ ଦିନକୁ ୭ଥର ଗରମ ସେକ ଦେବା ଉଚିତ। ଏହାବ୍ୟତୀତ ଥଣ୍ଡା ଖାଦ୍ୟ ପେୟ ଓ ବିରି, ଅରୁଆ, ଦହି, ପଖାଳ, ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟପେୟ, ବିରି, ଚର୍ବିଜାତୀୟ ଗୁରୁ ଆହାର ଆଦି ରୋଗୀ ପାଇଁ ଅହିତକର ହୋଇଥାଏ । ଲଘୁ ଆହାର ବିହାର ତଥା ବାତ ନାଶକ ଉଷ୍ଣ ଉପଚାର ରୋଗୀପାଇ ହିତକର ହୋଇଥାଏ । ଏହା ଏକ ମାରାତ୍ମକ ରୋଗ ହୋଇଥିବାରୁ ପ୍ରଥମରୁ ଚିିହ୍ନି ଚିକିତ୍ସା ଆରମ୍ଭ କଲେ ସହଜରେ ଆରୋଗ୍ୟ ମିଳିଥାଏ ।

  • ଡାକ୍ତର ଚିତ୍ତରଂଜନ ବେହେରା, ଭୁବନେଶ୍ବର
Leave A Reply

Your email address will not be published.