ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

‘ଆତଙ୍କବାଦୀଙ୍କୁ କ୍ଷମା କରିବୁ ନାହିଁ,ପ୍ରତିଶୋଧ ନେବୁ’

0

ଆମେରିକା ସୈନ୍ୟ ଆଫଗାନ ମାଟି ଛାଡିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।ସେ କହିଛନ୍ତି , ଆମର ମିସନ ସଫଳ ହୋଇଛି । ସେନା ପ୍ରତ୍ୟାହାର ନେଇ ନିଆଯାଇଥିବା ନିଷ୍ପତ୍ତି ସଠିକ ନିଷ୍ପତ୍ତି ଏବଂ ଶ୍ରେଷ୍ଠ ନିଷ୍ପତ୍ତି । ଆଫଗାନିସ୍ତାନରେ ଯୁଦ୍ଧ ଆମେରିକାର ଲକ୍ଷ୍ୟ ନଥିଲା। ବରଂ ସେବା ମୂଳ ଲକ୍ଷ୍ୟ ଥିଲା । ଆମେରିକା ଯେଉଁ କାମ କରିଛି ଇତିହାସରେ ଅନ୍ୟ କୌଣସି ରାଷ୍ଟ୍ର ଏହା କରିନାହାନ୍ତି ବୋଲି ବାଇଡେନ କହିଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯୁଦ୍ଧ ଶେଷ କରିବା ନିଷ୍ପତ୍ତି ନେବାରେ ସେ ଦେଶର ଚତୁର୍ଥ ରାଷ୍ଟ୍ରପତି । ଦେଶବାସୀଙ୍କୁ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଆଉ ତାହା ପାଳନ କରିଛନ୍ତି । ଆମେରିକାବାସୀ କାହାର କ୍ଷତି କରିବାକୁ ଚାହାଁନ୍ତି ନାହିଁ । ଯିଏ ଆମ ବିରୋଧରେ ଏବଂ ସହଯୋଗୀଙ୍କ ବିରୋଧରେ ଲାଗିବ ତାକୁ ଛାଡିବୁ ନାହିଁ । ଆତଙ୍କବାଦୀଙ୍କୁ କ୍ଷମା କରିବୁ ନାହିଁ , ପ୍ରତିଶୋଧ ନେବୁ ବୋଲି ଚେତାବନୀ ଦେଇଛନ୍ତି ଜୋ ବାଇଡେନ। ଆଫଗାନିସ୍ତାନ ସମେତ ଅନ୍ୟ ଦେଶରେ ବି ଆତଙ୍କବାଦ ବିରୋଧରେ ଲଢିବୁ । ଆଫାଗାନିସ୍ତାନ ଛାଡିବା ମୋର ଇଚ୍ଛାଧୀନ ନିଷ୍ପତ୍ତି ନଥିଲା । ପୂର୍ବତନ ରାଷ୍ଟ୍ରପତି ମେ ୧ ସୁଦ୍ଧା ଛାଡିବାକୁ ତାଲିବାନ ସହ ଚୁ୍‌କ୍ତି କରିଥିଲେ।

ବାଇଡେନ ଏହା ମଧ୍ୟ କହିଛନ୍ତି, ଆମେରିକା ଆଫଗାନିସ୍ତାନରେ ୨୦ ବର୍ଷ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିଥିଲା । ଆମେରିକା ଯାହା କାମ କରିଛି ତାହା ଆଉ କେହି ବି କରିପାରିବେନି । ତାଲିବାନ ଆଫଗାନିସ୍ତାନକୁ କବଜାକୁ ନେବା ପରେ ମଧ୍ୟ ଯେଉଁମାନେ ଦେଶ ଛାଡିବାକୁ ଚାହୁଁଥିଲେ ଆମେରିକା ସେମାନଙ୍କୁ ସେଠାରୁ ଉଦ୍ଧାର କଲା । ଆମେରିକା ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି ।ଆମେରିକା ଆଫଗାନିସ୍ତାନ ଗଠବନ୍ଧନ ସହ କାମ କରିବାକୁ ଚାହିଁବ । ଏବେ ତାଲିବାନ ପାଖରେ ଆଫଗାନିସ୍ତାନର କ୍ଷମତା ଅଛି । ଡେଡଲାଇନର ୨୪ ଘଣ୍ଟା ପୂର୍ବରୁ ଆମେରିକା ସୈନ୍ୟ ଆଫଗାନ ମାଟି ଛାଡିଦେଇଥିଲେ। ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡିବାକୁ ତାଲିବାନ ଆମେରିକାକୁ ଚେତାବନୀ ଦେଇଥିଲା। ଏହା ପୂର୍ବରୁ ହିଁ ଆମେରିକା ସୈନ୍ୟ ଉଦ୍ଧାର କାମ ଶେଷ କରି ଆଫଗାନିସ୍ତାନ ମାଟି ଛାଡିଥିଲେ ।

Leave A Reply

Your email address will not be published.