ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

‘ଆତଙ୍କବାଦୀଙ୍କୁ କ୍ଷମା କରିବୁ ନାହିଁ,ପ୍ରତିଶୋଧ ନେବୁ’

0

ଆମେରିକା ସୈନ୍ୟ ଆଫଗାନ ମାଟି ଛାଡିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।ସେ କହିଛନ୍ତି , ଆମର ମିସନ ସଫଳ ହୋଇଛି । ସେନା ପ୍ରତ୍ୟାହାର ନେଇ ନିଆଯାଇଥିବା ନିଷ୍ପତ୍ତି ସଠିକ ନିଷ୍ପତ୍ତି ଏବଂ ଶ୍ରେଷ୍ଠ ନିଷ୍ପତ୍ତି । ଆଫଗାନିସ୍ତାନରେ ଯୁଦ୍ଧ ଆମେରିକାର ଲକ୍ଷ୍ୟ ନଥିଲା। ବରଂ ସେବା ମୂଳ ଲକ୍ଷ୍ୟ ଥିଲା । ଆମେରିକା ଯେଉଁ କାମ କରିଛି ଇତିହାସରେ ଅନ୍ୟ କୌଣସି ରାଷ୍ଟ୍ର ଏହା କରିନାହାନ୍ତି ବୋଲି ବାଇଡେନ କହିଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯୁଦ୍ଧ ଶେଷ କରିବା ନିଷ୍ପତ୍ତି ନେବାରେ ସେ ଦେଶର ଚତୁର୍ଥ ରାଷ୍ଟ୍ରପତି । ଦେଶବାସୀଙ୍କୁ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଆଉ ତାହା ପାଳନ କରିଛନ୍ତି । ଆମେରିକାବାସୀ କାହାର କ୍ଷତି କରିବାକୁ ଚାହାଁନ୍ତି ନାହିଁ । ଯିଏ ଆମ ବିରୋଧରେ ଏବଂ ସହଯୋଗୀଙ୍କ ବିରୋଧରେ ଲାଗିବ ତାକୁ ଛାଡିବୁ ନାହିଁ । ଆତଙ୍କବାଦୀଙ୍କୁ କ୍ଷମା କରିବୁ ନାହିଁ , ପ୍ରତିଶୋଧ ନେବୁ ବୋଲି ଚେତାବନୀ ଦେଇଛନ୍ତି ଜୋ ବାଇଡେନ। ଆଫଗାନିସ୍ତାନ ସମେତ ଅନ୍ୟ ଦେଶରେ ବି ଆତଙ୍କବାଦ ବିରୋଧରେ ଲଢିବୁ । ଆଫାଗାନିସ୍ତାନ ଛାଡିବା ମୋର ଇଚ୍ଛାଧୀନ ନିଷ୍ପତ୍ତି ନଥିଲା । ପୂର୍ବତନ ରାଷ୍ଟ୍ରପତି ମେ ୧ ସୁଦ୍ଧା ଛାଡିବାକୁ ତାଲିବାନ ସହ ଚୁ୍‌କ୍ତି କରିଥିଲେ।

ବାଇଡେନ ଏହା ମଧ୍ୟ କହିଛନ୍ତି, ଆମେରିକା ଆଫଗାନିସ୍ତାନରେ ୨୦ ବର୍ଷ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିଥିଲା । ଆମେରିକା ଯାହା କାମ କରିଛି ତାହା ଆଉ କେହି ବି କରିପାରିବେନି । ତାଲିବାନ ଆଫଗାନିସ୍ତାନକୁ କବଜାକୁ ନେବା ପରେ ମଧ୍ୟ ଯେଉଁମାନେ ଦେଶ ଛାଡିବାକୁ ଚାହୁଁଥିଲେ ଆମେରିକା ସେମାନଙ୍କୁ ସେଠାରୁ ଉଦ୍ଧାର କଲା । ଆମେରିକା ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି ।ଆମେରିକା ଆଫଗାନିସ୍ତାନ ଗଠବନ୍ଧନ ସହ କାମ କରିବାକୁ ଚାହିଁବ । ଏବେ ତାଲିବାନ ପାଖରେ ଆଫଗାନିସ୍ତାନର କ୍ଷମତା ଅଛି । ଡେଡଲାଇନର ୨୪ ଘଣ୍ଟା ପୂର୍ବରୁ ଆମେରିକା ସୈନ୍ୟ ଆଫଗାନ ମାଟି ଛାଡିଦେଇଥିଲେ। ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡିବାକୁ ତାଲିବାନ ଆମେରିକାକୁ ଚେତାବନୀ ଦେଇଥିଲା। ଏହା ପୂର୍ବରୁ ହିଁ ଆମେରିକା ସୈନ୍ୟ ଉଦ୍ଧାର କାମ ଶେଷ କରି ଆଫଗାନିସ୍ତାନ ମାଟି ଛାଡିଥିଲେ ।

Leave A Reply

Your email address will not be published.