ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କେଉଁ ଟିକାର ସ୍ଥିତି କେମିତି ଅଛି?

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୋଭିଡ୍ ମହାମାରୀ ଓ ଏହାର ଭାଇରସ୍‌କୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ଟିକାର ଅଗ୍ରଗତିକୁ ନେଇ “କ୍ଲିନିକାଲ୍ ଟ୍ରାଏଲ୍ସ-ପ୍ରୋସିଡିଓର୍‌, ଡିଜାଇନ୍ ଆଣ୍ଡ ଇଂଟର୍‌ପ୍ରିଟେସନ୍‌ ଅଫ୍ ରିଜଲଟ୍ସ”ଶୀର୍ଷକ ଏକ ସପ୍ତାହବ୍ୟାପୀ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଆଲୋଚନା ଅଗଷ୍ଟ ୨୮ରେ ଉଦ୍‌ଯାପିତ ହୋଇଯାଇଛି। ଏଆଇସିଟିଇ ପକ୍ଷରୁ ପରିଚାଳିତ ଏହି କାର୍ଯ୍ୟକ୍ରମ ବର୍ତମାନ ସମୟରେ ବିଭିନ୍ନ କ୍ଲିନିକାଲ୍ ଟ୍ରାଏଲ୍‌ର ନିୟମ, ସହମତି ପ୍ରକ୍ରିୟା, ନିୟମାନୁବର୍ତୀ ଆବଶ୍ୟକତା, ଡାଟା ସଂଗ୍ରହ, ଡିଜାଇନ୍ ଓ ବିଶ୍ଳେଷଣ ପ୍ରସଙ୍ଗକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌), ଭୁବନେଶ୍ୱରର ନିର୍ଦ୍ଦେଶିକା ପ୍ରଫେସର ସଙ୍ଘମିତ୍ରା ପତି ଅଗଷ୍ଟ ୨୩ ତାରିଖରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୋଭିଡ ଟିକା ଏବଂ ଏହାର କାର୍ଯ୍ୟକ୍ଷମତାର ପରିସର ସମ୍ପର୍କରେ ଆଲୋଚନା କରିଥିଲେ। କୋଲକାତା ସ୍ଥିତ ୱିପ୍ରୋ ଡିଜିଟାଲ୍ ଅପରେସନ୍‌ସ ଆଣ୍ଡ ପ୍ଲାଟଫର୍ମସର ମେଡିକାଲ୍ ରାଇଟିଙ୍ଗ ମୁଖ୍ୟ ଡଃ ସୁଶାନ୍ତ ସେନାପତି ଜନସଂଖ୍ୟାକୁ ନେଇ କ୍ଲିନିକାଲ୍ ଟ୍ରାଏଲ୍ ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ସ୍ୱଦେଶୀ ଟିକା କୋଭାକ୍ସିନ୍‌ କ୍ଲିନିକାଲ୍ ଟ୍ରାଏଲ୍ ବିଷୟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର ତଥା ଦୁଇଟି ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍‌ର ମୁଖ୍ୟ ପରୀକ୍ଷକ ଡଃ ଇ. ଭେଙ୍କଟରାଓ ଏ ନେଇ ନିଜ ଅନୁଭୂତି ବଖାଣିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ସୋଆ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, କିମ୍ସ ଭୁବନେଶ୍ୱରର ଡଃ ହରିଶଚନ୍ଦ୍ର ଚୌଧୁରୀ, ସୋଆର ଇନ୍‌ଷ୍ଟିଚ୍ୟୁଟ୍‌ର ଅଫ୍ ଡେଂଟାଲ୍‌ ସାଇନ୍‌ସେସ୍‌ର ଡଃ ଅନୁରାଗ ଶତପଥୀ, ଭୁବନେଶ୍ୱର ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ର ମହ୧ଦ ହସିବୁର୍ ରହେମାନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍ ଭୁବନେଶ୍ୱରର ଡଃ ସଞ୍ଜୀବ କୁମାର ସାହୁ, ବେଙ୍ଗାଲୁରୁ ସ୍ଥିତ ଲାବକର୍ପ ଡ୍ରଗ୍‌ ଡେଭଲପ୍‌ମେଂଟର ସୁକାନ୍ତ କୁମାର ସାହୁ, କିଟ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ ନିର୍ଦ୍ଦେଶକ ଡଃ ଗୋପାଳ ଚନ୍ଦ୍ର କୁଣ୍ଡୁ, ବେଙ୍ଗାଲୁରୁର କୋଭାନ୍ସ ସାଇନ୍‌ଟିଫିକ୍ ସର୍ଭିସେସ୍ ଆଣ୍ଡ ସଲ୍ୟୁସନ୍‌ସ୍‌ର ମହମ୍ମଦ ଜାଇଘାମ୍ ରବାନି ଏବଂ ବେଙ୍ଗାଲୁରୁ ସ୍ଥିତ ପାରେକ୍ସେଲ୍ ଇଂଟରନ୍ୟାସ୍‌ନାଲ୍‌ର ଡଃ ଜଗନ୍ନାଥ ବେହେରା ଉପସ୍ଥିତ ଥିଲେ।

Leave A Reply

Your email address will not be published.