ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ପରଦା ଏପଟେ ଝିଅ,ପରଦା ସେପଟେ ପୁଅ

0

ଶିକ୍ଷା ବ୍ୟବସ୍ଥା ଉପରେ ପ୍ରତବନ୍ଧକ ସାଜିଲା ତାଲିବାନ । ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କଲା ପରେ ତାଲିବାନୀ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ୟୁନିଭର୍ସିଟିରେ ପୁଅ ଓ ଝିଅଙ୍କ କ୍ଲାସ ଅଲଗା ହେବ । ଏବଂ ଏହା ଯଦି ସମ୍ଭବ ନହେବ ତାହେଲେ କ୍ଲାସରେ ପୁଅ ଓ ଝିଅଙ୍କ ପରଦା ଟଣାଯିବ । ତାଲିବାନର ଏହି ନିର୍ଦ୍ଦେଶନାମା ପରେ ଆଫାଗାନିସ୍ତାନର ଏକ କଲେଜର ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଗୋଟିଏ କ୍ଲାସରେ ପୁଅ ଓ ଝିଅ ବସିଛନ୍ତି ।ସେମାନଙ୍କର ପାଠପଢା ଚାଲିଛି । କିନ୍ତୁ ସେମାନଙ୍କ ମଧ୍ୟରେ ପରଦା ଟଣାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ତାଲିବାନ ପକ୍ଷରୁ ନିର୍ଦ୍ଦେଶାନାମାରେ ଏହା ବି କୁହାଯାଇଥିଲା ଯେ, କଲେଜ ପକ୍ଷରୁ ଛାତ୍ରୀଙ୍କ ପାଇଁ ମହିଳା ଶିକ୍ଷକ ରଖିବା ଜରୁରୀ ଅଟେ । ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପଢାଇପାରିବେନି । ଏହା ଯଦି ସମ୍ଭବ ନହେବ ତେବେ ବୟସ୍କ ପ୍ରଫେସରଙ୍କୁ ରଖାଯାଇପାରିବ ବୋଲି କୁହାଯାଇଥିଲା । ଭାଇରାଲ ହୋଇଥିବା ଫଟୋରେ ଏକ ପ୍ରଫେସର ପଢାଉଥିବାର ଦେଖିବାକୁ ମିଳିଛି । ଏହା ସହ କଲେଜ ଓ ୟୁନିଭର୍ସିଟିରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ବାହାରିବା ପାଇଁ ରାସ୍ତା ରଖିବା ଜରୁରୀ । ଏହା ସହ ଯେପର୍ଯ୍ୟନ୍ତ ଛାତ୍ର ମାନେ କ୍ୟାମ୍ପସରୁ ବାହାରିନାହାନ୍ତି ସେ ପର୍ଯ୍ୟନ୍ତ ଛାତ୍ରୀମାନେ ୱେଟିଂ ରୁମରେ ରହିବେ । ତାଲିବାନ ନିଜର ପୂର୍ବ କାର୍ଯ୍ୟକାଳରେ ମଧ୍ୟ ମହିଳାଙ୍କ ପାଠପଢା ଓ ଚାକିରି ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲା । ତେବେ ଜଣେ ପ୍ରଫେସରଙ୍କ କହିବା ଅନୁସାରେ ତାଲିବାଦୀ ମାନେ ଛାତ୍ରୀମାନଙ୍କୁ କଲେଜ ଓ ସ୍କୁଲ ପଢିବାକୁ ଛାଡୁଛନ୍ତି, ତାହା ଏକ ସକରାତ୍ମକ ପଦକ୍ଷେପ ।

ତାଲିବାନୀ ମାନେ ୧୯୯୬ରୁ ୨୦୦୧ ଯାଏଁ ଆଫଗାନିସ୍ତାନରେ ରାଜ କରୁଥିଲେ । ସେହି ସମୟରେ ମହିଳାଙ୍କ ସ୍ୱାଧୀନତା ଛଡାଇନିଆଯାଇଥିଲା । ମହିଳାଙ୍କ ଉପରେ ବହୁ ନିର୍ଯାତନା ହେଉଥିଲା । ସେଥିପାଇଁ ଏବେ ପୁଣି ତାଲିବାନୀ ମାନେ ଆଫଗାନିସ୍ତାକୁ କବଜା କରିବା ପରେ ମହିଳା ମାନେ ଅଧିକ ଭୟଭୀତ ଅଛନ୍ତି।

Leave A Reply

Your email address will not be published.