ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଗର୍ଜିଲେ ସୁପ୍ରିମକୋର୍ଟ; ଆମ ଧୈର୍ଯ୍ଯର ପରୀକ୍ଷା ନିଅନି

0
  • କେନ୍ଦ୍ର ସାମ୍ନାରେ ରଖିଲେ ତିନିଟି ସର୍ତ୍ତ, ଅନ୍ୟଥା ସରକାର ବିରୋଧରେ ଅଦାଲତ ଅବମାନନା ମାମଲା ହେବ
  • ପ୍ରଧାନ ବିଚାରପତି କହିଲେ ଆମେ ବ୍ୟଥିତ… କିନ୍ତୁ କେନ୍ଦ୍ର ସରକାରଙ୍କ ସହିତ ମୁହାଁମୁହିଁ ହେବାକୁ ଚାହୁଁନାହୁଁ

ନୂଆଦିଲ୍ଲୀ: ବିଭିନ୍ନ ଟ୍ରିବ୍ୟୁନାଲ ଓ ବିଭିନ୍ନ କ୍ବାସି ଜୁଡିସିଆଲ୍ ସଂସ୍ଥାମାନଙ୍କରେ ବହୁ ସଂଖ୍ୟକ ପଦବି ଖାଲିଥିବା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭୀଷଣ ଅସନ୍ତୋଷ ପ୍ରକାଶ କରିବା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ପ୍ରଧାନ ବିଚାରପତି ଏନ୍ ବି ରାମନା ସିଧା ସିଧା କହିଛନ୍ତି, ଆମେ ଅନୁଭବ କରୁଛୁ ଯେ ସରକାର କୋର୍ଟକୁ ସମ୍ମାନ ଦେଉନାହାନ୍ତି। କେବଳ ସେତିକି ନୁହେଁ, ଏକଥା ବି କହିଛନ୍ତି ଯେ ଆପଣ (କେନ୍ଦ୍ର ସରକାର) ଆମର ଧୈର୍ଯ୍ୟର ପରୀକ୍ଷା କରୁଛନ୍ତି। ଆମେ ବିବ୍ରତ…। କିନ୍ତୁ ସରକାରଙ୍କ ସହିତ ମୁହାଁମୁହିଁ ହେବାକୁ ଚାହୁଁନାହୁଁ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କହିଥିଲେ ଯେ ଆମେ ବି କୋର୍ଟଙ୍କ ସହିତ ମୁହାଁମୁହିଁ ହେବାକୁ ଚାହିଁନାହୁଁ।

ଏଥିସହିତ ଏହି ନିଯୁକ୍ତି ପାଇଁ ଏକ ସପ୍ତାହ ସମୟ ଦେଇ କୋର୍ଟ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩ ତାରିଖରେ ହେବ।

ରବିବାର ଆଇନ ମନ୍ତ୍ରୀ କିରେନ୍ ରିଜ୍ଜୁଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ନେଇ ଶୀଘ୍ର ଅନୁମୋଦନ ବିଷୟରେ ଚାପ ପକାଇବା ସହିତ ଟ୍ରିବ୍ୟୁନାଲ ପଦବି କାହିଁକି ପୂରଣ ହେଉନାହିଁ ବୋଲି ପଚାରିଥିଲେ।

କୋର୍ଟ କହିଛନ୍ତି, ଏନସିଏଲ୍‌ଟି (ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ) ଏବଂ ଏନସିଏଲ୍ଏଟି (ନ୍ୟାସନାଲ କମ୍ପାନି ଆଇନ ଅପିଲ ଟ୍ରିବ୍ୟୁନାଲ) ପରି ଟ୍ରିବ୍ୟୁନାଲରେ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ହେଲେ ଏସବୁରେ ପଦବି ଖାଲିପଡିଛି। ସେହିଭଳି ସଶସ୍ତ୍ର ବାହିନୀ ଏବଂ ଉପଭୋକ୍ତା ଟ୍ରିବ୍ୟୁନାଲରେ ମଧ୍ୟ ପଦବି ଖାଲି ପଡିଛି।

ସଲିସିଟିର ଜେନେରାଲ ତୁଷାର ମେହେଟ୍ଟା ଆଜି ଯେବେ କହିଥିଲେ ଯେ ଦୁଇମାସ ମଧ୍ୟରେ ଟ୍ରିବ୍ୟୁନାଲ ନିଯୁକ୍ତି ଉପରେ ନିଷ୍ପତ୍ତି ନିଆଯିବ, ସେବେ ଅଦାଲତ ବିରକ୍ତି ପ୍ରକାଶ କରିଥିଲେ। ବିଚାରପତି ଏଲ୍ ନାଗେଶ୍ବର ରାଓ ତୁରନ୍ତ କହିଥିଲେ, “କିନ୍ତୁ ଏସବୁ ଦୁଇ ବର୍ଷ ଧରି ଖାଲି ପଡିଛି। ଆପଣ ଏପର୍ଯ୍ୟନ୍ତ କାହିଁକି ନିଯୁକ୍ତି ଦେଇନାହାଁନ୍ତି? ଆପଣ ଟ୍ରିବ୍ୟୁନାଲ୍କୁ ଦୁର୍ବଳ କରୁଛନ୍ତି।” ସେହିପରି ଟ୍ରିବ୍ୟୁନାଲ ସଂସ୍କାର ଆଇନ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ଅବସରରେ ପ୍ରଧାନ ବିଚାରପତି ଶ୍ରୀ ମେହେଟ୍ଟାଙ୍କ ସାମ୍ନାରେ ତିନୋଟି ବିକଳ୍ପ ରଖିଥିଲେ। ପ୍ରଧାନ ବିଚାରପତି କହିଥିଲେ, ଟ୍ରିବ୍ୟୁନାଲ ସଂସ୍କାର ନିୟମ ଅନୁସାରେ କେନ୍ଦ୍ର ସରକାର ନିଯୁକ୍ତି ସହିତ ଆଗକୁ ବଢନ୍ତୁ। ଦ୍ବିତୀୟ ଆମେ ଟ୍ରିବ୍ୟୁନାଲକୁ ବନ୍ଦ କରିଦେବା। ତୃତୀୟ ଆମେ ନିଜେ ଟ୍ରିବ୍ୟୁନାଲରେ ଖାଲିଥିବା ପଦବିରେ ନିଯୁକ୍ତି କରିବୁ।

ପ୍ରଧାନ ବିଚାରପତି ଆହୁରି କହିଥିଲେ ଯେ ଅନ୍ୟ ବିକଳ୍ପ ହେଉଛି, ଆମେ ଆପଣଙ୍କ (କେନ୍ଦ୍ର ସରକାର) ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବୁ। ରାଜ୍ୟସଭା ସାଂସଦ ଜୟରାମ ରମେଶଙ୍କ ଏକ ଆବେଦନ ଉପରେ ଆଜି ପ୍ରଧାନ ବିଚାରପତିଙ୍କ ସମେତ ବିଚାରପତି ଡିଏଚ୍ ଚନ୍ଦ୍ରଚୂଡ ଏବଂ ବିଚାରପତି ଏଲ୍ ନାଗେଶ୍ବର ରାଓଙ୍କୁ ନେଇ ଗଠିତ ତିନିଜଣିଆ ବେଞ୍ଚ ଶୁଣାଣି କରିଥିଲେ।

Leave A Reply

Your email address will not be published.