ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଆକଶମାର୍ଗରୁ ତାଲିବାନୀଙ୍କୁ ଆକ୍ରମଣ

0

କାବୁଲ: ଆଫଗାନିସ୍ତାନର ପଞ୍ଜଶୀର ଘାଟିକୁ କବଜା ନେଇ:ଛନ୍ତି ବୋଲି ତାଲିବାନ ମାନେ ଦାବି କରୁଥିଲେ ମଧ୍ୟ ଏଯାଏ ଲଢେଇ ଶେଷ ହୋଇନାହିଁ। ବରଂ ପଞ୍ଜଶୀର ଘାଟିରେ ଜୋରଦାର ଲଢେଇ ଚାଲିଛି। ପଞ୍ଜଶୀର ଘାଟିରେ କିଛି ଅଜଣା ସୈନ୍ୟ ବିମାନ ଦ୍ୱାରା ଆକ୍ରମଣ କରାଯାଉଥିବାର ଖବର ଆସିଛି। ଏହି ଆକ୍ରମଣ ତାଲିବାନୀଙ୍କ ରହୁଥିବା ସ୍ଥାନକୁ ଟାର୍ଗେଟ କରି ଆକାଶ ମାର୍ଗରୁ କରାଯାଇଛି।

ପଞ୍ଜଶୀରକୁ ଦଖଲ କରିଥିବା ବାରମ୍ବାର ଦାବି କରିଆସୁଛି ତାଲିବାନ। ସୋମବାର ପଞ୍ଜଶୀର ଘାଟିରେ ତାଲିବାନୀ ଆତଙ୍କୀ ପ୍ରବେଶ କରିଥିଲେ । ସେଠାରେ ତାଲିବାନୀ ମାନେ ପଞ୍ଜଶୀରକୁ କବଜା କରିଥିବା ଦାବି କରି ପତାକା ବି ଉଡାଇଥିଲେ । ଗଭର୍ଣ୍ଣର ଅଫିସ ବାହାରେ ଧଳା ରଙ୍ଗର ପତାକା ଉଡାଇ ଏହାର ଫଟୋ ଛାଡିଥିଲେ।

ପଞ୍ଜଶୀର ଆଫଗାନିସ୍ତାନର ଶେଷ ପ୍ରାନ୍ତ। ଯେଉଁଠି ତାଲିବାନୀ ମାନେ ସଂପୂର୍ଣ୍ଣ ଭାବେ କବଜା କରିପାରିନଥିବା କୁହାଯାଇପାରିବ। ହେଲେ ତାଲିବାନ ପ୍ରବକ୍ତା ଜବହୁଲ୍ଲା ମୁଜାହିଦ ସୋମବାର ଦାବି କରିଥିଲେ ଯେ , ପଞ୍ଜଶୀର ଏବେ ତାଲିବାନର ସଂପୂର୍ଣ୍ଣ ନିୟନ୍ତ୍ରଣରେ । କିଛି ଚରମବାଦୀ ମାନେ ମଧ୍ୟ ମାନିଥିଲେ ଯେ , ତାଲିବାନୀ ମାନେ ରାତାରାତି ପଞ୍ଜଶୀରର ଆଠଟି ଜିଲ୍ଲାକୁ କବଜା କରିନେଇଛନ୍ତି।

ପଞ୍ଜଶୀର ଘାଟିରେ ଥିବା ନର୍ଦ୍ଦାନ ଆଲିୟାନ୍ସ ପକ୍ଷରୁ ତାଲିବାନୀଙ୍କୁ ଗରିଲା ଯୁଦ୍ଧ ମାଧ୍ୟମରେ ଟକ୍କର ଦେଉଛନ୍ତି । ଏଯାଏ ସେମାନେ ହାର ମାନିନାହାନ୍ତି । ନର୍ଦର୍ଣ୍ଣ ଆଲାଏନ୍ସର ନେତୃତ୍ୱ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଓ ତାଲିବାନ ବିରୋଧୀ ଅହମ୍ମଦ ସାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ନେଉଛନ୍ତି। ସେପଟେ ପଞ୍ଜଶୀରେରେ ଲଢେଇ ଚାଲିଥିଲେ ମଧ୍ୟ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାର ଗଠନରେ ସାମିଲ ପାଇଁ ୬ ମିତ୍ର ଦେଶକୁ ମଧ୍ୟ ତାଲିବାନ ନିମନ୍ତ୍ରଣ କରିଛି । ଯେଉଁ ୬ଟି ଦେଶକୁ ନିମନ୍ତ୍ରଣ କରାଯାଇଛି ସେହି ସମସ୍ତ ଦେଶ ସହିତ ଆମେରିକାର ଶତ୍ରୁତା ଲାଗି ରହିଛି ।

Leave A Reply

Your email address will not be published.