ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ବିଗ୍ ବି’ଙ୍କୁ ସ୍ବାମୀ ନାଁରେ ଅଭିଯୋଗ କଲେ ଅଭିନେତ୍ରୀ

0

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ କୋନ ବନେଗା କରୋଡପତି ସିଜିନ ୧୩ ଚାଲିଛି। ସୋ’ରେ ବିଭିନ୍ନ ସମୟରେ ସେଲିବ୍ରେଟି ମଧ୍ୟ ଅମିତାଭଙ୍କ ସହ ଖେଳୁଥିବାର ନଜର ଆସୁଛନ୍ତି। ବିଗ ବି ଏମାନଙ୍କ ସହିତ ଖେଳିବା ସହ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ରୋଚକ କଥା ହୋଇଥାନ୍ତି । ନିକଟରେ କେବିସିର ଏକ ନୂଆ ପ୍ରମୋ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ଦୀପିକା ପାଦକୋନ ଓ ଫରାହ ଖାନଙ୍କୁ ଦେଖିବାକୁ ମିଳିଛି>

ପ୍ରମୋରେ ଦେଖିବାକୁ ମିଳିଛି ଦୀପିକା ପାଦୁକୋନ ଓ ଫରାହ ଖାନ୍ ଏକାଠି ବସିଛନ୍ତି । ଏବଂ ବିଗ ବି ତାଙ୍କ ସହ ଖେଳୁଛନ୍ତି। ଖେଳ ମଧ୍ୟରେ ଅମିତାଭଙ୍କ ସହ କଥାବାର୍ତା ହେଉଥିବା ସମୟରେ ଅମିତାଭଙ୍କ ଆଗରେ ଦୀପିକା ସ୍ୱାମୀ ରଣବୀରଙ୍କ ନାଁରେ ଅଭିଯୋଗ କରୁଛନ୍ତି। ଦୀପିକା କହୁଛନ୍ତି, ରଣବୀର ତାଙ୍କୁ ପ୍ରମିଜ କରିଥିଲେ ଯେ, ସେ ଗୋଟେ ଦିନ ନିଜେ ବ୍ରେକଫାଷ୍ଟ ବନେଇ ଦୀପିକାଙ୍କୁ ଖାଇବାକୁ ଦେବେ। କିନ୍ତୁ ସେ ବ୍ରେକଫାଷ୍ଟ ତିଆରି କରି ତାଙ୍କୁ ଦେଇନାହାନ୍ତି।

ଅମିତାଭ ଏହି କଥା ଶୁଣିବା ପରେ ସାଙ୍ଗେ ସାଙ୍ଗେ ରଣବୀରଙ୍କୁ ଫୋନ ଲଗାଇଥିଲେ ଏବଂ ଦୀପିକା କରିଥିବା ଅଭିଯୋଗ ନେଇ ରଣବୀରଙ୍କୁ ଜଣାଇଥିଲେ।ଭିଡିଓରେ ଦେଖିବାକୁ ମିଳିଛି ଯେ ଅମିତାଭଙ୍କ ବଚ୍ଚନଙ୍କ କହିବା ପରେ ରଣବୀର ନିଜ ଦୋଷ ସ୍ୱୀକାର କରିବା ସହ ଖୁବଶୀଘ୍ର ଦୀପିକାଙ୍କୁ ନିଜ ହାତରେ ବ୍ରେକ ଫାଷ୍ଟ ଆମଲେଟ ତିଆରି କରି ଖାଇବାକୁ ଦେବେ ବୋଲି କହିଛନ୍ତି।

ଗତ ସପ୍ତାହରେ କ୍ରିକେଟର ସୌରଭ ଗାଙ୍ଗୁଲୀ ଓ ବୀରେନ୍ଦ୍ର ସେହୱାଗଙ୍କୁ କେବିସିରେ ଖେଳିବାକୁ ମିଳିଥିଲା। ଏପିସୋଡ ଦୁଇ ଜଣଙ୍କ ବିଷୟରେ ଅନେକ କଥା ଦର୍ଶକଙ୍କୁ ଜାଣିବାକୁ ମିଳିଥିଲା । ଖେଳ ସହ ଦୁଇ ଜଣ ଅମିତାଭଙ୍କ ସହ ବେଶ ମସ୍ତି କରିଥିଲେ।

Leave A Reply

Your email address will not be published.