ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଗ୍ ବି’ଙ୍କୁ ସ୍ବାମୀ ନାଁରେ ଅଭିଯୋଗ କଲେ ଅଭିନେତ୍ରୀ

0

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ କୋନ ବନେଗା କରୋଡପତି ସିଜିନ ୧୩ ଚାଲିଛି। ସୋ’ରେ ବିଭିନ୍ନ ସମୟରେ ସେଲିବ୍ରେଟି ମଧ୍ୟ ଅମିତାଭଙ୍କ ସହ ଖେଳୁଥିବାର ନଜର ଆସୁଛନ୍ତି। ବିଗ ବି ଏମାନଙ୍କ ସହିତ ଖେଳିବା ସହ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ରୋଚକ କଥା ହୋଇଥାନ୍ତି । ନିକଟରେ କେବିସିର ଏକ ନୂଆ ପ୍ରମୋ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ଦୀପିକା ପାଦକୋନ ଓ ଫରାହ ଖାନଙ୍କୁ ଦେଖିବାକୁ ମିଳିଛି>

ପ୍ରମୋରେ ଦେଖିବାକୁ ମିଳିଛି ଦୀପିକା ପାଦୁକୋନ ଓ ଫରାହ ଖାନ୍ ଏକାଠି ବସିଛନ୍ତି । ଏବଂ ବିଗ ବି ତାଙ୍କ ସହ ଖେଳୁଛନ୍ତି। ଖେଳ ମଧ୍ୟରେ ଅମିତାଭଙ୍କ ସହ କଥାବାର୍ତା ହେଉଥିବା ସମୟରେ ଅମିତାଭଙ୍କ ଆଗରେ ଦୀପିକା ସ୍ୱାମୀ ରଣବୀରଙ୍କ ନାଁରେ ଅଭିଯୋଗ କରୁଛନ୍ତି। ଦୀପିକା କହୁଛନ୍ତି, ରଣବୀର ତାଙ୍କୁ ପ୍ରମିଜ କରିଥିଲେ ଯେ, ସେ ଗୋଟେ ଦିନ ନିଜେ ବ୍ରେକଫାଷ୍ଟ ବନେଇ ଦୀପିକାଙ୍କୁ ଖାଇବାକୁ ଦେବେ। କିନ୍ତୁ ସେ ବ୍ରେକଫାଷ୍ଟ ତିଆରି କରି ତାଙ୍କୁ ଦେଇନାହାନ୍ତି।

ଅମିତାଭ ଏହି କଥା ଶୁଣିବା ପରେ ସାଙ୍ଗେ ସାଙ୍ଗେ ରଣବୀରଙ୍କୁ ଫୋନ ଲଗାଇଥିଲେ ଏବଂ ଦୀପିକା କରିଥିବା ଅଭିଯୋଗ ନେଇ ରଣବୀରଙ୍କୁ ଜଣାଇଥିଲେ।ଭିଡିଓରେ ଦେଖିବାକୁ ମିଳିଛି ଯେ ଅମିତାଭଙ୍କ ବଚ୍ଚନଙ୍କ କହିବା ପରେ ରଣବୀର ନିଜ ଦୋଷ ସ୍ୱୀକାର କରିବା ସହ ଖୁବଶୀଘ୍ର ଦୀପିକାଙ୍କୁ ନିଜ ହାତରେ ବ୍ରେକ ଫାଷ୍ଟ ଆମଲେଟ ତିଆରି କରି ଖାଇବାକୁ ଦେବେ ବୋଲି କହିଛନ୍ତି।

ଗତ ସପ୍ତାହରେ କ୍ରିକେଟର ସୌରଭ ଗାଙ୍ଗୁଲୀ ଓ ବୀରେନ୍ଦ୍ର ସେହୱାଗଙ୍କୁ କେବିସିରେ ଖେଳିବାକୁ ମିଳିଥିଲା। ଏପିସୋଡ ଦୁଇ ଜଣଙ୍କ ବିଷୟରେ ଅନେକ କଥା ଦର୍ଶକଙ୍କୁ ଜାଣିବାକୁ ମିଳିଥିଲା । ଖେଳ ସହ ଦୁଇ ଜଣ ଅମିତାଭଙ୍କ ସହ ବେଶ ମସ୍ତି କରିଥିଲେ।

Leave A Reply

Your email address will not be published.