ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ବର୍ବରତା ସୀମା ଟପିଲା: ମହିଳା, ସାମ୍ବାଦିକଙ୍କୁ ପିଟିଲେ

0

ଆଫଗାନିସ୍ତାନ: ଆଫଗାନିସ୍ତାନରେ ତାଲିବାନ ସରକାର ପୂର୍ଣ୍ଣ ରୂପ ରେଖ ନେବା ପରେ ସାଧାରଣ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ସରକାର ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳୁଛି। ମୁଖ୍ୟ କଥା ହେଉଛି ଏହି ପ୍ରଦର୍ଶନର ନେତୃତ୍ୱ ମହିଳା ନେଉଛନ୍ତି। ତେବେ ଏହାରି ଭିତରେ ତାଲିବାନରଙ୍କ ବର୍ବରତା ବି ସାମ୍ନାକୁ ଆସିଛି।

ପଦାକୁ ଆସିଛି ତାଲିବାନୀ ଆତଙ୍କୀଙ୍କ ବର୍ବରତା। ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରି ଲହୁଲୁହାଣ କରୁଛନ୍ତି ତାଲିବାନୀ ଆତଙ୍କବାଦୀ। ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଦର୍ଶନ କରୁଥିବା ମହିଳା, ସାଧାରଣ ଲୋକ ଓ ଆନ୍ଦୋଳନ ସ୍ଥଳକୁ ଯାଇଥିବା ସାମ୍ବାଦିକଙ୍କୁ ତାଲିବାନୀ ମାଡ଼ ମାରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ବିଭିନ୍ନ ଦେଶ ପକ୍ଷରୁ ନିନ୍ଦା କରାଯାଉଛି।

ଦୁଇ ଦିନ ହେବ ଆଫଗାନିସ୍ତାନରେ ତାଲିବାନୀଙ୍କ ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳୁଛି। ମହିଳାଙ୍କୁ ପକ୍ଷରୁ କରାଯାଉଥିବା ଏହି ପ୍ରଦର୍ଶନ ବେଶୀ ବଡ଼ ନଥିଲେ ମଧ୍ୟ ଏହା ତାଲିବାନୀଙ୍କୁ ଦୋହଲାଇ ଦେଇଛି। ତାଲିବାନୀମାନେ ବର୍ବରତାର ସବୁ ସୀମା ଟପି ଖବର ପ୍ରସାରଣ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମାଡ ମାରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳାଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛାଇନାହାନ୍ତି।

ସରକାର ଗଠନ ପରେ ପରେ ହିଁ ତାଲିବାନ ଘୋଷଣା କରିଦେଇଛି କି ସରକାରଙ୍କ ବିନା ଅନୁମତିରେ କୌଣସି ପ୍ରକାର ଆନ୍ଦୋଳନ କରାଯାଇପାରିବ ନାହିଁ ବିକ୍ଷୋଭ କରିବାର ୨୪ ଘଣ୍ଟା ପୂର୍ବରୁ ଅନୁମତି ନେବାକୁ ପଡିବ। ଏହା ସହ କେଉଁଠି କିଏ ଆନ୍ଦୋଳନ କରିବ ଏବଂ କଣ ପାଇଁ କରିବ ତାହା ମଧ୍ୟ ସରକାରଙ୍କୁ ଜଣାଇବାକୁ ପଡିବ। ଆନ୍ଦୋଳନକାରୀ କି ନାରା ଦେବେ ସେ ସଂପର୍କରେ ମଧ୍ୟ ତଥ୍ୟ ଦେବାକୁ ହେବ। ଏହା ନ ମାନିଲେ ଉଂଲଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ ଚେତାବନୀ ଦେଇଛି।

ଆଫଗାନିସ୍ତାନରେ ନୂଆ ସରକାର ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି। ମହିଳା ମାନେ ଏଥିପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କି ତାଲିବାନୀ କ୍ଷମତାକୁ ଆସିବା ପରେ ମହିଳାଙ୍କ ଉପରେ ଅନେକ କଟକଣା ଲଗାଇଦେଇଛି। ସ୍କୁଲ, କଲେଜରେ ଛାତ୍ର ଓ ଛାତ୍ରୀ ମାନେ ଏକା ସାଙ୍ଗେ ପାଠପଢିପାରୁନାହାନ୍ତି । ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ପ୍ରତିବନ୍ଧକ ଲଗାଯାଇଛି।

କାବୁଲ ବ୍ୟତୀତ ମଜାର ଏ ସରିଫ ଓ ଅନ୍ୟ ସହରରେ ଦୁଇ ତିନି ଦିନ ହେବ ତାଲିବାନୀଙ୍କ ବିରୋଧରେ ଜୋରଦାର ବିକ୍ଷୋଭ କରାଯାଉଛି। ସେହିପରି ଆମେରିକା ୱାସିଂଟନରେ ମଧ୍ୟ ଆଫଗାନ ନାଗରିକ ମାନେ ତାଲିବାନୀଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.