ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଦୁର୍ଗନ୍ଧରେ ଫାଟିପଡୁଛି ସହର, ନାରାବାଜିରେ ରହିଗଲା ସ୍ବଚ୍ଛତା

0

ବାଲେଶ୍ୱର: ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି ବାଲେଶ୍ବର ପୌରପାଳିକା। ଯେଉଁଠି ଦେଖିବ ଖାଲି ମେଞ୍ଚା ମେଞ୍ଚା ଅଳିଆ ଗଦା ହୋଇ ରହିଛି। ଆଖି ବୁଲାଇଲେ ସବୁଠି ଅଳିଆ ଆବର୍ଜନା। ଦୁର୍ଗନ୍ଧରେ ବାଲେଶ୍ବର ସହରବାସୀ ଅତିଷ୍ଠ ହୋଇପଡିଲେଣି। ରାସ୍ତାରେ ଯିବାବେଲେ ନାକ ଫାଟି ଯାଉଛି। ସହରରେ ଗଳିକନ୍ଦିରେ ଯେଉଁ ଦୃଶ୍ୟ, ମୁଖ୍ୟ ରାସ୍ତା ସ୍ଥିତି ବି ଅନୁରୂପ।

ବାଲେଶ୍ବର ରାସ୍ତା କଡରେ ଗଦା ହୋଇରହିଛି ଅଳିଆ

ଗାଁ ପରିମଳ ଧୋବା ତୁଠରୁ.. ଭଳି ସହରର ପ୍ରବେଶ ପଥରୁ ଏପରି ଦୃଶ୍ୟ ଦେଖିଲେ ଜଣାଯାଊଛି ପୌର ପ୍ରଶାସନ କେତେ ଯତ୍ନବାନ ରହିଛି। ନିଜେ ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କ ଘର ନିକଟରେ ଅଳିଆ ଗଦା ହୋଇରହିଛି। ସେହିପରି ସହରର ମଠସାହି , ଶାନ୍ତିକାନନ, ଆଜିମାବାଦ, ବସ୍‌ଷ୍ଟାଣ୍ଡ, ଗାନ୍ଧୀ ସ୍ମୃତି ଭବନ, ଗୋପାଳ ଗାଁ, ଆଇଟିଆଇ ଛକ, ମୋତିଗଞ୍ଜ, ଫାଣ୍ଡିଛକ ଆଦି ସ୍ଥାନରେ ଆବର୍ଜନାର ପାହାଡ ଦେଖିବାକୁ ମିଲୁଛି।

ଦିନେ କି ଦୁଇଦିନ ନୁହଁ ୪/୫ ଦିନ ଧରି ଅଳିଆ ଏଭଳି ପଡିରହିଥିବାର ଜଣାପଡିଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆଳିଆ ଊଠୁନି। ବର୍ଷା ଦିନ ହୋଇଥିବାରୁ ଅଳିଆ ସବୁ ପଚି ଦୂଷିତ ପରିବେଶ ସୃଷ୍ଟି ହେଲାଣି। ଡେଙ୍ଗୁ ଭୟ ବି ବଢିଲାଣି। ଅଧିକ ସମୟ ଧରି ର୍ବଷା ଲାଗିରହିଲେ ଲୋକମାନେ ନାହିଁନଥିବା ପରିସ୍ଥିତିର ସମ୍ମୁଖୀନ ହେବେ।

ଅନ୍ୟପକ୍ଷରେ ସହରରେ କୃତ୍ରିମ ବନ୍ୟା ଦେଖିବାକୁ ମିଳୁଛି ଯାହା କି ଏହି ସମସ୍ୟାକୁ ଦ୍ବିଗୁଣିତ କରିଦେଉଛି। ଠିକ୍ ସମୟରେ ନାଳ ସଫା ନ ହେବା, ଅଳିଆ ଆବର୍ଜନାକୁ ଏଣେ ତେଣେ ପକାଇବା ଫଳରେ ଏ ସବୁ ସମସ୍ୟ ଉପୁଜୁଛି ବୋଲି କୁହାଯାଉଛି। ଏହାକୁ ନେଇ ସହରବାସୀ ମଧ୍ୟରେ ଅସନ୍ତୋଷ ବଢିଲାଣି।

Leave A Reply

Your email address will not be published.