ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଲିଉଡଷ୍ଟାରଙ୍କ ଘରେ ଗଣପତି ପୂଜା

0

ମୁମ୍ବାଇ: ଗଣେଶ ଚତୁର୍ଥୀ ଅବସରରେ ବଲିଉଡ ଅଭିନେତ୍ରୀ କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଘରେ ଗଣପତି ବପ୍ପା ବିରାଜମାନ କରିଛନ୍ତି । କରୀନା ନିଜ ଘରେ ପୂଜା ସମୟର ଫଟୋ ଇନଷ୍ଟାରେ ସେୟାର କରିଛନ୍ତି । ନିଜ ଫ୍ୟାନଙ୍କ ସହିତ ସେ ଗଣପତି ବପ୍ପାଙ୍କ ସାକ୍ଷାତ କରାଇଛନ୍ତି ।ଫଟୋରେ ଗଣପତିଙ୍କ ସାମନାରେ ତୈମୁର ଓ ସୈଫ ଅଲ୍ଲୀ ଖାନ ହାତ ଯୋଡି ଛିଡା ହୋଇଥିବାର ନଜର ଆସିଛନ୍ତି । ଏହା ସହ ତୈମୁର ମାଟିରେ ଏକ ରଙ୍ଗୀନ ଗଣେଶ ମୂର୍ତ୍ତି ମଧ୍ୟ ବନାଇଛନ୍ତି, ଯାହାକୁ ଦେଖି ତୈମୁର ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି କରୀନା କପୁର କ୍ୟାପସନରେ ଲେଖିଛନ୍ତି ଯେ, ମୋ ଜୀବନର ସାଥୀଙ୍କ ସହ ଗଣେଶ ଚତୁର୍ଥୀ ପାଳନ କରୁଛି । ଛୋଟ ଗଣେଶ ମୂର୍ତ୍ତି ବହୁତ ସୁନ୍ଦର ହୋଇଛି । ଏବଂ ସମସ୍ତଙ୍କୁ ହାପି ଗଣେଶ ଚତୁର୍ଥୀ ଲେଖିଛନ୍ତି ।

କରୀନା ନିଜ ପରିବାର ସହ ଗଣପତି ବପ୍ପାଙ୍କ ଏହି ଫଟୋ ସେୟାର କରିବା ପରେ ଫ୍ୟାନମାନେ ବହୁତ ଖୁସି ହୋଇଛନ୍ତି । କିଛି ଫ୍ୟାନ କରୀନାଙ୍କ ସାନ ପୁଅ ଜହାଙ୍ଗୀର ଅଲ୍ଲୀ ଖାନଙ୍କବିଷୟରେ ମଧ୍ୟ ପଚାରିଛନ୍ତି । ଜହାଙ୍ଗୀରଙ୍କୁ ଫଟୋରେ ଦେଖିବାକୁ ମିଳିନାହିଁ । ଜହାଙ୍ଗୀରଙ୍କ ଫଟୋ ସେୟାର କରିବାକୁ କିଛି ଜଣ କହିଛନ୍ତି ।କରୀନା ଓ ସୈଫ ସମସ୍ତ ଉତ୍ସବ ପରିବାର ସହ ପାଳନ କରୁଥିବାର ଦେଖିବାକୁ ମିଳେ ।କରୀନା ଓ ସୈଫ ଅଲ୍ଲୀ ଖାନଙ୍କୁ କିଛି ଫ୍ୟାନ୍ ପାୱାର କପୁଲ ବୋଲି ମଧ୍ୟ କହିଥାନ୍ତି । କରୀନାଙ୍କ ବ୍ୟତୀତ ଆଜି ଶିଳ୍ପା ସେଟ୍ଟୀ,ଅର୍ଜୁନ ବିଜଲାନୀ, ସୋନୁ ସୁଦ,ନୀଲ ନୀତିନ ମୁକେଶଙ୍କ ସମେତ ଅନ୍ୟ ଷ୍ଟାରଙ୍କ ଘରେ ମଧ୍ୟ ଗଣପତି ବପ୍ପା ବିରାଜମାନ କରିଛନ୍ତି । ପ୍ରତିବର୍ଷ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗଣେଶ ପୂଜାର ଧୁମ୍ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.