ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବଲିଉଡଷ୍ଟାରଙ୍କ ଘରେ ଗଣପତି ପୂଜା

0

ମୁମ୍ବାଇ: ଗଣେଶ ଚତୁର୍ଥୀ ଅବସରରେ ବଲିଉଡ ଅଭିନେତ୍ରୀ କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଘରେ ଗଣପତି ବପ୍ପା ବିରାଜମାନ କରିଛନ୍ତି । କରୀନା ନିଜ ଘରେ ପୂଜା ସମୟର ଫଟୋ ଇନଷ୍ଟାରେ ସେୟାର କରିଛନ୍ତି । ନିଜ ଫ୍ୟାନଙ୍କ ସହିତ ସେ ଗଣପତି ବପ୍ପାଙ୍କ ସାକ୍ଷାତ କରାଇଛନ୍ତି ।ଫଟୋରେ ଗଣପତିଙ୍କ ସାମନାରେ ତୈମୁର ଓ ସୈଫ ଅଲ୍ଲୀ ଖାନ ହାତ ଯୋଡି ଛିଡା ହୋଇଥିବାର ନଜର ଆସିଛନ୍ତି । ଏହା ସହ ତୈମୁର ମାଟିରେ ଏକ ରଙ୍ଗୀନ ଗଣେଶ ମୂର୍ତ୍ତି ମଧ୍ୟ ବନାଇଛନ୍ତି, ଯାହାକୁ ଦେଖି ତୈମୁର ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି କରୀନା କପୁର କ୍ୟାପସନରେ ଲେଖିଛନ୍ତି ଯେ, ମୋ ଜୀବନର ସାଥୀଙ୍କ ସହ ଗଣେଶ ଚତୁର୍ଥୀ ପାଳନ କରୁଛି । ଛୋଟ ଗଣେଶ ମୂର୍ତ୍ତି ବହୁତ ସୁନ୍ଦର ହୋଇଛି । ଏବଂ ସମସ୍ତଙ୍କୁ ହାପି ଗଣେଶ ଚତୁର୍ଥୀ ଲେଖିଛନ୍ତି ।

କରୀନା ନିଜ ପରିବାର ସହ ଗଣପତି ବପ୍ପାଙ୍କ ଏହି ଫଟୋ ସେୟାର କରିବା ପରେ ଫ୍ୟାନମାନେ ବହୁତ ଖୁସି ହୋଇଛନ୍ତି । କିଛି ଫ୍ୟାନ କରୀନାଙ୍କ ସାନ ପୁଅ ଜହାଙ୍ଗୀର ଅଲ୍ଲୀ ଖାନଙ୍କବିଷୟରେ ମଧ୍ୟ ପଚାରିଛନ୍ତି । ଜହାଙ୍ଗୀରଙ୍କୁ ଫଟୋରେ ଦେଖିବାକୁ ମିଳିନାହିଁ । ଜହାଙ୍ଗୀରଙ୍କ ଫଟୋ ସେୟାର କରିବାକୁ କିଛି ଜଣ କହିଛନ୍ତି ।କରୀନା ଓ ସୈଫ ସମସ୍ତ ଉତ୍ସବ ପରିବାର ସହ ପାଳନ କରୁଥିବାର ଦେଖିବାକୁ ମିଳେ ।କରୀନା ଓ ସୈଫ ଅଲ୍ଲୀ ଖାନଙ୍କୁ କିଛି ଫ୍ୟାନ୍ ପାୱାର କପୁଲ ବୋଲି ମଧ୍ୟ କହିଥାନ୍ତି । କରୀନାଙ୍କ ବ୍ୟତୀତ ଆଜି ଶିଳ୍ପା ସେଟ୍ଟୀ,ଅର୍ଜୁନ ବିଜଲାନୀ, ସୋନୁ ସୁଦ,ନୀଲ ନୀତିନ ମୁକେଶଙ୍କ ସମେତ ଅନ୍ୟ ଷ୍ଟାରଙ୍କ ଘରେ ମଧ୍ୟ ଗଣପତି ବପ୍ପା ବିରାଜମାନ କରିଛନ୍ତି । ପ୍ରତିବର୍ଷ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗଣେଶ ପୂଜାର ଧୁମ୍ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.