ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଆସିଲା ପୂଜା ପାଇଁ ନୂଆ ଗାଇଡଲାଇନ

0
  • ପୁରୁଣା ନିୟମରେ ହେବ ପୂଜା
  • ୪ ଫୁଟରୁ ଅଧିକ ହେବନି ମୂର୍ତ୍ତିର ଉଚ୍ଚତା
  • ଏ ବର୍ଷ ନିରାଡମ୍ବର..ଆର ବର୍ଷ ଆଡମ୍ବର

ପୁରୁଣା ନିୟମରେ ହେବ ପୂଜା । ମାଆ ଦୁର୍ଗାଙ୍କ ମୂର୍ତ୍ତି ନେଇ ଯେଉଁ ବିବାଦ ଦେଖାଦେଇଥିଲା ସେ ନେଇ ସରକାରଙ୍କ ନିଷ୍ପତ୍ତି ଜଣାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ୪ଫୁଟରୁ ଅଧିକ ହେବନି ମୂର୍ତ୍ତିର ଉଚ୍ଚତା । କଟକ ପୂଜା କମିଟି ଓ ଶାନ୍ତି କମିଟି ପ୍ରସ୍ତାବକୁ ସରକାର ଅଗ୍ରାହ୍ୟ କରିଛନ୍ତି । ଅଗଷ୍ଟ ୯ରେ ଜାରି ହୋଇଥିବା ଗାଇଡଲାଇନ ଅପରିବତ୍ତିର୍ତ ରହିବ ବୋଲି ଆଜି ସ୍ୱତନ୍ତ୍ର ରିଲିଫ କମିସନର ସୂଚନା ଦେଇଛନ୍ତି ।

ମୂର୍ତ୍ତି ଉଚ୍ଚତାକୁ ନେଇ ମହାରାଷ୍ଟ୍ର ଓ ଦିଲ୍ଲୀର ଉଦାହରଣ ଦେଇଛନ୍ତି ଏସଆରସି । କହିଛନ୍ତି ,ସେଠାରେ ମଧ୍ୟ ସୀମିତ ଉଚ୍ଚତାର ପୂଜାର୍ଚ୍ଚନା ହେଉଛି । ମୂର୍ତ୍ତିର ଉଚ୍ଚତାକୁ ନେଇ କଟକରେ ଆସନ୍ତା ୧୩ରେ ଜିଲ୍ଳା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇ ସରକାର ଗାଇଡଲାଇନରେ ପରିବର୍ତ୍ତନ ଆଣନ୍ତୁ ବୋଲି ଦାବି କରିଥିଲା । ସାରା ରାଜ୍ୟରେ କଟକଣା ହଟାଯାଇଥିବା ବେଳେ ପୂଜା ଉପରେ କଟକଣା ଲାଗୁ କରାଯିବାକୁ ନେଇ କଟକ ଦୁର୍ଗା ପୂଜା କମିଟି ପ୍ରଶ୍ନ ଉଠାଇଥିଲା । କଟକ ବନ୍ଦ ଡାକରା ଦିଆଯିବା ପରେ ସରକାର ବୁଧବାର ବୈଠକ ଡାକିଥିଲେ ।ବୈଠକରେ ପୂଜା ସମ୍ପର୍କରେ ଶୁକ୍ରବାର ନିଷ୍ପତି ନିଆଯି ବୋଲି ଜଣାଯାଇଥିଲା । ଆଜି ଏସଆରସି ମୂର୍ତ୍ତିର ଉଚ୍ଚତା ନେଇ ସରକାରଙ୍କ ନିଷ୍ପତି ଜଣାଇଛନ୍ତି ।
ସେହିପରି ଏସଆରସି କହିଛନ୍ତି , ଗଣେଶ ପୂଜାର ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ନୂଆଁଖାଇ ବି କୋଭିଡ ଗାଇଡଲାଇନରେ ପାଳିବା । ପରିବାର ସହ ନୂଆଁଖାଇ । ପୂଜାର୍ଚ୍ଚନା ପାଇଁ ମନ୍ଦିରକୁ ଯାଇ ଭିଡ ଜମାଇବାନି । ନୀତି ରକ୍ଷା ପାଇଁ ପୂଜାର୍ଚ୍ଚନା ଗତବର୍ଷ କରାଯାଇଥିଲା । ଲୋକ ଘର କବାଟ, ଝରକା ବନ୍ଦ କରି ରଥଯାତ୍ରା ଦେଖିଥିଲେ । ତେଣୁ ଆବଶ୍ୟକ ନଥିଲେ ଅଯଥା ବାହାରକୁ ଯାଇକି ଭିଡ ନଜମାଇବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.