ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ବ୍ରେନ ଟ୍ୟୁମରର ସଫଳ ଚିକିତ୍ସା

0


ବ୍ରେନ୍ ଟ୍ୟୁମର ମୁଖ୍ୟତଃ ଦୁଇ ପ୍ରକାରର। ପ୍ରାଥମିକ ଟ୍ୟୁମର ଏବଂ ମାଧ୍ୟମିକ ଟ୍ୟୁମର। ପ୍ରାଥମିକ ଟ୍ୟୁମର ମସ୍ତିସ୍କର ନିୟନ୍ତ୍ରିତ କୋଷ ବିଭକ୍ତୀକରଣ ଓ ଅବାସ୍ତବ ବୃଦ୍ଧି ଯୋଗୁଁ ହୁଏ । ମାଧ୍ୟମିକ କର୍କଟ ଯେତେବେଳେ ତାର ମୂଳ ସ୍ଥାନରୁ ଶରୀରର ଅନ୍ୟ ସ୍ଥାନକୁ ବ୍ୟାପେ,ସେତେବେଳେ ନୂଆ ଟ୍ୟୁମର କୋଷ, ମୂଳ ଟ୍ୟୁମର ଭଳି ସମାନ ପ୍ରକାର ଅବସ୍ଥାନ କରିଥାଏ।

ଲକ୍ଷଣ: ମସ୍ତିସ୍କ ଟ୍ୟୁମରର ସାଧାରଣ ଲକ୍ଷଣମାନ ହେଲା ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା, ଦୃଷ୍ଟି ଶକ୍ତି ହରାଇବା, ଅପସ୍ମାର ବାତ ମାରିବା, ହାତଗୋଡ ଅବଶ ହେବା, କଥା କହିବାରେ ଅସୁବିଧା, ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଦେଖାଦେବା ଓ ସ୍ମରଣ ଶକ୍ତି ହ୍ରାସ ପାଇବା।

ଡାକ୍ତରୀ ପରୀକ୍ଷା: ବ୍ରେନ ଟ୍ୟୁମର ନିରୂପଣ ପାଇଁ ରୋଗୀର ଇତିହାସ ବିସ୍ତୃତ ଭାବେ ନିଆଯାଏ। ସିଟିସ୍କାନ,ଏମ.ଆର.ଆଇ ସ୍କାନ ଓ ବିଶେଷ ଆଣବିକ ପରୀକ୍ଷା,ସ୍ୱତନ୍ତ୍ର ହରମୋନ ଆଦିର ପରୀକ୍ଷା କରାଯାଏ।

ଚିକିତ୍ସା: ବ୍ରେନ ଟ୍ୟୁମରର ଉପଯୁକ୍ତ ଚିକିତ୍ସା ଟ୍ୟୁମରର ପ୍ରକାର ଭେଦ ଉପରେ ନିର୍ଭର କରେ। ଟ୍ୟୁମରର ଚିକିତ୍ସା ପୂର୍ବରୁ ରୋଗୀର ବୟସ, ଲକ୍ଷଣ, ଟ୍ୟୁମରର ଅବସ୍ଥିତି ଇତ୍ୟାଦି ପରୀକ୍ଷା କରାଯାଏ।

ସାଧାରଣତଃ ଚିକିତ୍ସା ୩ ପ୍ରକାରର ହୋଇଥାଏ।
୧.ଅସ୍ତ୍ରୋପଚାର
୨.ତେଜଷ୍କ୍ରିୟ ଅସ୍ତ୍ରୋପଚାର
୩.କେମୋଥେରାପି

ବ୍ରେନ ଟ୍ୟୁମରର ଚିକିତ୍ସା ପରେ ମଧ୍ୟ ରୋଗୀକୁ ଡାକ୍ତର ଦେଇଥିବା ପରାମର୍ଶ ଅନୁସାରେ ଔଷଧ ପ୍ରତିଦିନ ଖାଇବାକୁ ପଡିଥାଏ। ଏହା ସହିତ ପ୍ରତି ୬ ମାସ କିମ୍ବା ୧୨ ମାସରେ ପୁଣିଥରେ ସିଟିସ୍କାନ କିମ୍ବା ଏମ.ଆର.ଆଇ ସ୍କାନ କରାଯାଇ ଟ୍ୟୁମରର ଅବସ୍ଥିତି ସଂର୍ପକରେ ଜାଣିବାକୁ ପଡିଥାଏ।ଟ

ଡାକ୍ତର ପ୍ରଦୀପ କୁମାର ତ୍ରିପାଠୀ

Leave A Reply

Your email address will not be published.