ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ବ୍ରେନ ଟ୍ୟୁମରର ସଫଳ ଚିକିତ୍ସା

0


ବ୍ରେନ୍ ଟ୍ୟୁମର ମୁଖ୍ୟତଃ ଦୁଇ ପ୍ରକାରର। ପ୍ରାଥମିକ ଟ୍ୟୁମର ଏବଂ ମାଧ୍ୟମିକ ଟ୍ୟୁମର। ପ୍ରାଥମିକ ଟ୍ୟୁମର ମସ୍ତିସ୍କର ନିୟନ୍ତ୍ରିତ କୋଷ ବିଭକ୍ତୀକରଣ ଓ ଅବାସ୍ତବ ବୃଦ୍ଧି ଯୋଗୁଁ ହୁଏ । ମାଧ୍ୟମିକ କର୍କଟ ଯେତେବେଳେ ତାର ମୂଳ ସ୍ଥାନରୁ ଶରୀରର ଅନ୍ୟ ସ୍ଥାନକୁ ବ୍ୟାପେ,ସେତେବେଳେ ନୂଆ ଟ୍ୟୁମର କୋଷ, ମୂଳ ଟ୍ୟୁମର ଭଳି ସମାନ ପ୍ରକାର ଅବସ୍ଥାନ କରିଥାଏ।

ଲକ୍ଷଣ: ମସ୍ତିସ୍କ ଟ୍ୟୁମରର ସାଧାରଣ ଲକ୍ଷଣମାନ ହେଲା ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା, ଦୃଷ୍ଟି ଶକ୍ତି ହରାଇବା, ଅପସ୍ମାର ବାତ ମାରିବା, ହାତଗୋଡ ଅବଶ ହେବା, କଥା କହିବାରେ ଅସୁବିଧା, ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଦେଖାଦେବା ଓ ସ୍ମରଣ ଶକ୍ତି ହ୍ରାସ ପାଇବା।

ଡାକ୍ତରୀ ପରୀକ୍ଷା: ବ୍ରେନ ଟ୍ୟୁମର ନିରୂପଣ ପାଇଁ ରୋଗୀର ଇତିହାସ ବିସ୍ତୃତ ଭାବେ ନିଆଯାଏ। ସିଟିସ୍କାନ,ଏମ.ଆର.ଆଇ ସ୍କାନ ଓ ବିଶେଷ ଆଣବିକ ପରୀକ୍ଷା,ସ୍ୱତନ୍ତ୍ର ହରମୋନ ଆଦିର ପରୀକ୍ଷା କରାଯାଏ।

ଚିକିତ୍ସା: ବ୍ରେନ ଟ୍ୟୁମରର ଉପଯୁକ୍ତ ଚିକିତ୍ସା ଟ୍ୟୁମରର ପ୍ରକାର ଭେଦ ଉପରେ ନିର୍ଭର କରେ। ଟ୍ୟୁମରର ଚିକିତ୍ସା ପୂର୍ବରୁ ରୋଗୀର ବୟସ, ଲକ୍ଷଣ, ଟ୍ୟୁମରର ଅବସ୍ଥିତି ଇତ୍ୟାଦି ପରୀକ୍ଷା କରାଯାଏ।

ସାଧାରଣତଃ ଚିକିତ୍ସା ୩ ପ୍ରକାରର ହୋଇଥାଏ।
୧.ଅସ୍ତ୍ରୋପଚାର
୨.ତେଜଷ୍କ୍ରିୟ ଅସ୍ତ୍ରୋପଚାର
୩.କେମୋଥେରାପି

ବ୍ରେନ ଟ୍ୟୁମରର ଚିକିତ୍ସା ପରେ ମଧ୍ୟ ରୋଗୀକୁ ଡାକ୍ତର ଦେଇଥିବା ପରାମର୍ଶ ଅନୁସାରେ ଔଷଧ ପ୍ରତିଦିନ ଖାଇବାକୁ ପଡିଥାଏ। ଏହା ସହିତ ପ୍ରତି ୬ ମାସ କିମ୍ବା ୧୨ ମାସରେ ପୁଣିଥରେ ସିଟିସ୍କାନ କିମ୍ବା ଏମ.ଆର.ଆଇ ସ୍କାନ କରାଯାଇ ଟ୍ୟୁମରର ଅବସ୍ଥିତି ସଂର୍ପକରେ ଜାଣିବାକୁ ପଡିଥାଏ।ଟ

ଡାକ୍ତର ପ୍ରଦୀପ କୁମାର ତ୍ରିପାଠୀ

Leave A Reply

Your email address will not be published.