ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆମେରିକା ସବୁବେଳେ ଏମିତି: ଆତଙ୍କୀ କହୁଥିଲା, ଏବେ…

0

ଆତଙ୍କୀ କହି ଗର୍ଜୁଥିଲା। ଏବେ ସହାୟତାର ହାତ ବଢାଇବାକୁ ବି ତର ତର। ଆମେ ଆମେରିକାର କଥା କହୁଛୁ। ଆଫଗାନିସ୍ତାନକୁ ସହାୟତାର ହାତ ବଢାଇବାକୁ ଆମେରିକା ସୂଚନା ଦେଲାଣି।

ତାଲିବାନ ଆଫଗାନିସ୍ତାନରେ ଅଖଣ୍ଡ କ୍ଷମତା ହାତେଇବାରେ ସିନା ସଫଳ ହୋଇଗଲା ହେଲେ ଦେଶ ଚଳାଇବା ପାଇଁ ସବୁଠୁ ବଡ଼ ସମସ୍ୟା ହୋଇ ଛିଡାହୋଇଛି ଆର୍ଥିକ ସଂକଟ। ଗତ କିଛି ସପ୍ତାହରେ ବିଶ୍ୱ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଆଫଗାନିସ୍ତାନକୁ ପାଣ୍ଠି ଯୋଗାଇବାକୁ ମନା କରିଦେବା ପରେ ଆଫଗାନିସ୍ତାନରେ ସାଧାରଣ ଲାକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।ଏହାରି ଭିତରେ ଆମେରିକା ଆଫଗାନିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ ନେଇ ବଡ଼ ଘୋଷଣା କରିଛି।

ଆଫଗାନିସ୍ତାନ ଲୋକଙ୍କ ପାଇଁ ୬୪ ମିଲିୟନ ଡଲାର ସହାୟତା ନେଇ ଆମେରିକା ଘୋଷଣା କରିଛି। ଟୋଲ ନ୍ୟୁଜର ସୂଚନା ଅନୁସାରେ ମିଳିତ ଜାତିସଂଘରେ ଆମେରିକା ରାଜଦୂତ ଲିଣ୍ଡା ଥାମ୍ପସନ ଗ୍ରୀନଫିଲ୍ଡ ଆର୍ଥିକ ସହାୟତାକୁ ମାନବୀୟ ସହାୟତା ବୋଲି କହିଛନ୍ତି। ସେ ମିଳିତ ଜାତିସଂଘକୁ କହିଛନ୍ତି ଯେ, ଆଫଗାନିସ୍ଥାନରେ ସ୍ଥିତି ଗମ୍ଭୀର ରହିଛି। ଏଭଳି ସମୟରେ ଆମରିକା ମାନବୀୟ ସହାୟତା ଭାବେ ୬୪ ମିଲିୟନ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଛି। ସ୍ଥିତିକୁ ଦେଖି ଆଗକୁ ଅଧିକ ସହାୟତା ନେଇ ମଧ୍ୟ ବିଚାର କରାଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ଆମେରିକା ପୂର୍ବରୁ ଚୀନ ମଧ୍ୟ ଆଫଗାନିସ୍ତାନ ସରକାକୁ ସହାୟତା ନେଇ ଘୋଷଣା କରିସାରିଛି। ଚୀନ ୨୦୦ ମିଲିୟନ ଡଲାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି। ଏହା ମଧ୍ୟରେ କରୋନା ଟିକା ଓ ଖାଦ୍ୟ ସାମଗ୍ରୀ ମଧ୍ୟ ରହିଛି। ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିୟାନ ମଧ୍ୟ ଆଫଗାନିସ୍ତାନର ଏପରି ସଂକଟ ସମୟରେ ଆମେରିକା ଓ ଅନ୍ୟ ଦେଶକୁ ଆର୍ଥିକ ସହାୟତା ଯୋଗାଇବାକୁ ଅପିଲ କରିଥିଲେ।

ପୂର୍ବରୁ ମିଳିତ ଜାତିସଂଘର ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଥିଲା ଯେ, ଆଫଗାନିସ୍ତାନରେ ୨୦୨୨ ଶେଷ ସୁଦ୍ଧା ୯୭ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଖସିପାରନ୍ତି। ଅଲଜଜିରା ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ଅନେକ ବ୍ୟାଙ୍କ ଖୋଲିଛି କିନ୍ତୁ ଏହି ବ୍ୟାଙ୍କରେ ସପ୍ତାହକୁ ୨୩୨ଡଲାରରୁ ଅଧିକ ଦେବା ଉପରେ କଟକଣା ଲଗାଯାଇଛି।କିଛି ଦିନରୁ ହଜାର ହଜାର ଲୋକ ବ୍ୟାଙ୍କ ବାହାରେ ପଇସା ନେବାକୁ ଲମ୍ବା ଲାଇନ ଲଗାଇ ସଂଘର୍ଷ କରୁଛନ୍ତି।

ଆଫଗାନିସ୍ତାନରେ ଏଭଳି ଅନେକ ଗରିବ ଲୋକ ଅଛନ୍ତି ଯେଉଁମାନେ ବ୍ୟାଙ୍କ ବି ଯାଇପାରୁନାହାନ୍ତି। ନିଜ ଘରର ଆସବାବପତ୍ର ବିକ୍ରି ପେଟ ପୋଷୁଛନ୍ତି।ତାଲିବାନ ଆଫଗାନିସ୍ତାନକୁ କବଜା କରିବା ଆଗରୁ ଦେଶର ଅର୍ଥନୈତିକ ଅବସ୍ଥା ବିଶେଷ ଭଲ ନଥିଲା। ଏହା ପରେ ମହାମାରୀ କରୋନା ଯୋଗୁଁ ମଧ୍ୟ ଦେଶର ଅର୍ଥନୈତିକ ବ୍ୟବସ୍ଥା ଆହୁରି ବିଗିଡି ଯାଇଥିଲା। ମିଳିତ ଜାତିସଂଘ ଆଫଗାନିସ୍ତାନର ଅର୍ଥନୈତିକ ସଂକଟ ନେଇ ଚିନ୍ତା ପ୍ରକଟ କରିଛି।

ନିକଟରେ ମିଳିତ ଜାତିସଂଘର ପ୍ରମୁଖ ଏଂଟୋନିଆ ଗୁଟେରେସ ଆଫଗାନିସ୍ତାନ ପାଇଁ ୬୦୦ମିଲିୟନ ଡଲାର ଯୋଗାଡ କରିବା ପ୍ରୟାସରେ ଏକ ମାନବୀୟ ସହାୟତା ସମ୍ମିଳନୀ ଡାକିଥିଲେ। ସେହିପରି ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ପଶ୍ଚିମ ଦେଶମାନଙ୍କର ବିନା ଅର୍ଥନୈତିକ ସହାୟତାରେ ମଧ୍ୟ ଚୀନ ଓ ଋଷ ସହ ବ୍ୟବସାୟିକ ସଂପର୍କ ଭଲ ରଖି ଦେଶର ଅର୍ଥନୈତିକ ଅବସ୍ଥାକୁ ସୁଦୃଢ କରାଯାଇପାରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.