ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ମାଡ଼ିଆସୁଛି ବନ୍ୟା!

0

ରାଜ୍ୟରେ ବନ୍ୟା ଆଶଙ୍କା । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ସବୁଆଡେ ସ୍ଥିତି ବେହାଲ । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହା ସରକାରଙ୍କ ଚିନ୍ତା ବଢାଇଦେଇଛି । ଗତ ଦୁଇ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଉପରମୁଣ୍ଡାରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି ା ତେଣୁ ଆଗକୁ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ଦେଖାଦେଇଛି । ଆଗକୁ ୧୮ ତାରିଖରେ ମଧ୍ୟ ପୁଣି ଏକ ଲଘୁଚାପ ହେବାର ସମ୍ଭାବନା ଥିବା ଆଇଏମଡି ପକ୍ଷରୁ କୁହାଯାଇଛି । ତେଣ ବନ୍ୟା ଆଶଙ୍କା ଆହୁରି ବଢିଯାଇଛି । ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଦେଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ କରିଦେଇଛନ୍ତି ।ସବୁ ଜିଲ୍ଳାପାଳଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ରାଜ୍ୟର ବିଭିନ୍ନ ନଦୀ ଫୁଲୁଥିବା ବେଳେ ତିନି ନଦୀର ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଛି । ଜଳକା ,ବଂଶଧାରା ଓ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦସଂକେତ ଡେଇଁଛି ବୈତରଣୀ । ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ ନଦର ଜଳ ପ୍ରବାହିତ ହେଉଛି । ଆଖୁଆପଦାରେ ବର୍ତମାନ ଜଳସ୍ତର ରହିଛି ୧୮.୦୧ ମିଟର ।ବିପଦ ସଂକେତ ରହିଛି ୧୭.୮୩ ମିଟର ।ସେହିପରି ଜଳକାର ଜଳସ୍ତର ବିପଦସଂକେତ ୫.୫୦ ମିଟର ଥିବା ବେଳେ ମଥାନି ଠାରେ ଏହା ବିପଦସଂକେତ ଉପରେ ପ୍ରବାହିତ ହେଉଛି । ମଥାନିଠାରେ ୬.୨୨ ମିଟର ଜଳ ପ୍ରବାହିତ ହେଉଛି । ସେହିପରି ବଂଶଧାରା କାଶୀନଗରଠାରେ ବିପଦସଂକେତ ଟପିଛି ।

ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ୫୩.୯୨ ମିଟର ଜଳ କାଶୀନଗରରେ ପ୍ରବାହିତ ହେଉଛି ।ଋଷିକୁଲ୍ୟା ବି ବଢୁଛି ।ବୁଢାବଳଙ୍ଗ ନଦୀର ଜଳସ୍ତର ବି ବଢିବାରେ ଲାଗିଛି ା ଇବ ନଦୀର ଜଳସ୍ତର ବଢୁଛି । ସୁନ୍ଦରଗଡରେ ବିପଦସଂକେତ ୨୨୨ ମିଟର ଥିବା ବେଳେ ୨୧୭.୪୩ ମିଟରରେ ପହ ିଯାଇଛି ଜଳସ୍ତର । ଇନ୍ଦୁପୁରରେ ବ୍ରାହ୍ମଣୀ ବିପଦସଂକେତ ୩୧୧.୧୦ ମିଟର ଥିବା ବେଳେ ୩୦୬.୪୧ ମିଟରରେ, ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮,୩୬ ମିଟର ଥିବା ବେଳେ ୩୬.୩୮ ମିଟର ଜଳ ପ୍ରବାହିତ ହେଉଛି ।ସେହିପରି ଏନଏଚ ୫ରେ ବୁଢାବଳଙ୍ଗର ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ୬.୨୮ ମିଟର ଜଳ ଏବେ ପ୍ରବାହିତ ହେଉଛି । ଜାମସୋଲଘାଟରେ ସୁବର୍ଣ୍ଣରେଖାର ବିପଦସଂକେତ ୪୯.୧୫ମିଟର ଥିବା ବେଳେ ୪୬.୮୯ ଜଳ ସ୍ତର ରହିଛି । ଗୁଣୁପୁରରେ ବଂଶଧାରାରବିପଦସଂକେତ ୮୪ ମିଟର ଥିବା ବେଳେ ୮୨.୧୫ ମିଟର ରହିଛି । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ବର୍ଷା ଲାଗିରହିଥିବାରୁ ଆଗକୁ ବନ୍ୟା ସ୍ଥିତି ସଂଗୀନ ହୋଇପାରେ । ମହାନଦୀ ତଳମୁଣ୍ଡରେ ମଧ୍ୟ ଫୁଲିବାରେ ଲାଗିଛି ।ବର୍ତମାନ ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖା ନଦୀ ମଧ୍ୟ ଫୁଲିବ ।

Leave A Reply

Your email address will not be published.