ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପ୍ରିୟଙ୍କାଙ୍କ କେଉଁ ଫିଲ୍ମ ନିକ୍‌ଙ୍କୁ ପସନ୍ଦ

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନ୍ସ। ଏହି ଯୋଡି ଫିଲ୍ମ ପ୍ରେମୀଙ୍କ ପ୍ରଥମ ପସନ୍ଦ ଯୋଡି। ଦର୍ଶକ ଏହି ସୁପରହିଟ ଯୋଡିକୁ ସବୁବେଳେ ବେଶ ପସନ୍ଦ କରିଥାନ୍ତିା ପ୍ରିୟଙ୍କା ଓ ନିକ ସୋସିଆଲ ମିଡିଆରେ ମଧ୍ୟ ସବୁବେଳେ ଆକ୍ଟିଭ ରୁହନ୍ତି । ଆଉ ଏମାନଙ୍କ କେମେଷ୍ଟ୍ରିକୁ ମଧ୍ୟ ଦର୍ଶକ ବେଶ ପ୍ରଶଂସା କରିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା ନିଜର ବ୍ୟକ୍ତିଗତ ଓ ଫିଲ୍ମ କ୍ୟାରିୟରକୁ ନେଇ ଅନେକ କିଛି ସେୟାର କରିଛନ୍ତି । ତେବେ ପ୍ରିୟଙ୍କା ଏହି ସାକ୍ଷାତକାରରେ କହିଛନ୍ତି, ପ୍ରିୟଙ୍କାର ଏକ ବଲିଉଡ ଫିଲ୍ମ ନିକ୍‌କୁ ବହୁତ ଭଲ ଲାଗେ । ଏବଂ ନିକ୍ ଏହି ଫିଲ୍କକୁ ଥରେ ନୁହେଁ ବହୁଥର ଦେଖିସାରିଲେଣି ବୋଲି ସେ କହିଛନ୍ତି ।

ପ୍ରିୟଙ୍କା କହିଛନ୍ତି ଯେ, ବାହାଘର ପୂର୍ବରୁ ନିକ ଓ ସେ ପରସ୍ପରର କ୍ୟାରି.ର ବିଷୟରେ ବେଶି କିଛି ଜାଣିନଥିଲେ। ବାହାଘର ପରେ ଧୀରେ ଧୀରେ ପରସ୍ପର କ୍ୟାରିୟର ବିଷୟରେ ଜାଣିଲୁ। ନିକ ତାଙ୍କ ସଂଗୀତ ଦୁନିଆର ଜଡିତ ବ୍ୟାଣ୍ଡର ପୁରୁଣା କାମ ଦେଖାଇଥିଲେ; ଆଉ ପ୍ରିୟଙ୍କା ମଧ୍ୟ ତାଙ୍କର କିଛି ପୁରୁଣା ଫିଲ୍ମକୁ ନିକଙ୍କୁ ଦେଖାଇଥିଲେ। ତେବେ ଏହି ଫିଲ୍କଗୁଡିକ ଭିତରୁ ‘ଦିଲ ଧଡକନେ ଦୋ’ ଫିଲ୍ମଟି ନିକଙ୍କୁ ବେଶ ଭଲ ଲାଗେ। ସେ ଏହାକୁ ବାରମ୍ବାର ଦେଖିଥାନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କା ବିବାହ ପରେ ତାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି, ନିକ୍ ତାଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଛନ୍ତି ଏବଂ ତାଙ୍କ ଜୀବନ ଆଗ ଅପେକ୍ଷା ବହୁତ ସରଳ ହୋଇଯାଇଛି। ଏହାର କାରଣ ନିକ୍‌ଙ୍କ ନମ୍ରତା ବୋଲି ସେ କହିଛନ୍ତି ।

ନିକ ତାଙ୍କୁ ସବୁ କ୍ଷେତ୍ରରେ ସମର୍ଥନ ଓ ଉତ୍ସାହିତ କରିଥାନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କା ଚୋପ୍ରା ବଲିଉଡର ଦୁଇ ଦଶକ ମଧ୍ୟରେ ଯେଉଁ ସଫଳତା ପାଇଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ । ଏହି ଅଭିନେତ୍ରୀ ଜଣକ ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ରାସ୍ତା ପାର କରିଛନ୍ତି। ଏବେ ତାଙ୍କ ପାଖରେ ହଲିଉଡ କାମ ବେଶୀ। କିନ୍ତୁ ସେ ବଲିଉଡରେ ଯେଉଁ ଚମତ୍କାର ଅଭିନୟ କରିଛନ୍ତି ତାକୁ ମଧ୍ୟ କେହି ଭୂଲିପାରିବେ ନାହିଁ । ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ‘ଜିଲେ ଜରା’ଆସୁଛି। ଏଥିରେ ଆଲିଆ ଭଟ୍ଟ ଓ କ୍ୟାଟ୍ରିନାଙ୍କ ସହ ନଜର ଆସିବେ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଫରହାନ ଅଖତାର ।

Leave A Reply

Your email address will not be published.