ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ପ୍ରିୟଙ୍କାଙ୍କ କେଉଁ ଫିଲ୍ମ ନିକ୍‌ଙ୍କୁ ପସନ୍ଦ

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନ୍ସ। ଏହି ଯୋଡି ଫିଲ୍ମ ପ୍ରେମୀଙ୍କ ପ୍ରଥମ ପସନ୍ଦ ଯୋଡି। ଦର୍ଶକ ଏହି ସୁପରହିଟ ଯୋଡିକୁ ସବୁବେଳେ ବେଶ ପସନ୍ଦ କରିଥାନ୍ତିା ପ୍ରିୟଙ୍କା ଓ ନିକ ସୋସିଆଲ ମିଡିଆରେ ମଧ୍ୟ ସବୁବେଳେ ଆକ୍ଟିଭ ରୁହନ୍ତି । ଆଉ ଏମାନଙ୍କ କେମେଷ୍ଟ୍ରିକୁ ମଧ୍ୟ ଦର୍ଶକ ବେଶ ପ୍ରଶଂସା କରିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା ନିଜର ବ୍ୟକ୍ତିଗତ ଓ ଫିଲ୍ମ କ୍ୟାରିୟରକୁ ନେଇ ଅନେକ କିଛି ସେୟାର କରିଛନ୍ତି । ତେବେ ପ୍ରିୟଙ୍କା ଏହି ସାକ୍ଷାତକାରରେ କହିଛନ୍ତି, ପ୍ରିୟଙ୍କାର ଏକ ବଲିଉଡ ଫିଲ୍ମ ନିକ୍‌କୁ ବହୁତ ଭଲ ଲାଗେ । ଏବଂ ନିକ୍ ଏହି ଫିଲ୍କକୁ ଥରେ ନୁହେଁ ବହୁଥର ଦେଖିସାରିଲେଣି ବୋଲି ସେ କହିଛନ୍ତି ।

ପ୍ରିୟଙ୍କା କହିଛନ୍ତି ଯେ, ବାହାଘର ପୂର୍ବରୁ ନିକ ଓ ସେ ପରସ୍ପରର କ୍ୟାରି.ର ବିଷୟରେ ବେଶି କିଛି ଜାଣିନଥିଲେ। ବାହାଘର ପରେ ଧୀରେ ଧୀରେ ପରସ୍ପର କ୍ୟାରିୟର ବିଷୟରେ ଜାଣିଲୁ। ନିକ ତାଙ୍କ ସଂଗୀତ ଦୁନିଆର ଜଡିତ ବ୍ୟାଣ୍ଡର ପୁରୁଣା କାମ ଦେଖାଇଥିଲେ; ଆଉ ପ୍ରିୟଙ୍କା ମଧ୍ୟ ତାଙ୍କର କିଛି ପୁରୁଣା ଫିଲ୍ମକୁ ନିକଙ୍କୁ ଦେଖାଇଥିଲେ। ତେବେ ଏହି ଫିଲ୍କଗୁଡିକ ଭିତରୁ ‘ଦିଲ ଧଡକନେ ଦୋ’ ଫିଲ୍ମଟି ନିକଙ୍କୁ ବେଶ ଭଲ ଲାଗେ। ସେ ଏହାକୁ ବାରମ୍ବାର ଦେଖିଥାନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କା ବିବାହ ପରେ ତାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି, ନିକ୍ ତାଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଛନ୍ତି ଏବଂ ତାଙ୍କ ଜୀବନ ଆଗ ଅପେକ୍ଷା ବହୁତ ସରଳ ହୋଇଯାଇଛି। ଏହାର କାରଣ ନିକ୍‌ଙ୍କ ନମ୍ରତା ବୋଲି ସେ କହିଛନ୍ତି ।

ନିକ ତାଙ୍କୁ ସବୁ କ୍ଷେତ୍ରରେ ସମର୍ଥନ ଓ ଉତ୍ସାହିତ କରିଥାନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କା ଚୋପ୍ରା ବଲିଉଡର ଦୁଇ ଦଶକ ମଧ୍ୟରେ ଯେଉଁ ସଫଳତା ପାଇଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ । ଏହି ଅଭିନେତ୍ରୀ ଜଣକ ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ରାସ୍ତା ପାର କରିଛନ୍ତି। ଏବେ ତାଙ୍କ ପାଖରେ ହଲିଉଡ କାମ ବେଶୀ। କିନ୍ତୁ ସେ ବଲିଉଡରେ ଯେଉଁ ଚମତ୍କାର ଅଭିନୟ କରିଛନ୍ତି ତାକୁ ମଧ୍ୟ କେହି ଭୂଲିପାରିବେ ନାହିଁ । ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ‘ଜିଲେ ଜରା’ଆସୁଛି। ଏଥିରେ ଆଲିଆ ଭଟ୍ଟ ଓ କ୍ୟାଟ୍ରିନାଙ୍କ ସହ ନଜର ଆସିବେ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଫରହାନ ଅଖତାର ।

Leave A Reply

Your email address will not be published.