ଦୁଇ ଛାତ୍ରଙ୍କ ଆକାଉ କୁ ଭୁଲରେ ଆସିଲା କୋଟି କୋଟି ଟଙ୍କା । କୋଟିଏ କି ଦୁଇକୋଟି ନୁହଁ ୯୬୦ କୋଟି ଟଙ୍କା ଦୁଇ ସ୍କୁଲ ଛାତ୍ରଙ୍କ ଆକାଉଂଟକୁ ଆସିଲା । ଏତେ ପରିମାଣର ଟଙ୍କା ଦେଖି ସ୍କୁଲ ଛାତ୍ରଙ୍କ ସମେତ ବ୍ୟାଙ୍କ ଅଧିକାରୀ ମଧ୍ୟ ତାଜୁବ ହୋଇଯାଇଥିଲେ । ତେବେ ଯେବେ ଅନ୍ୟ ଲୋକଙ୍କୁ ଏନେଇ ଜଣାପଡିଲା ସମସ୍ତେ ନିଜ ନିଜର ଆକାଉ କୁ ଚେକ କରିବାକୁ ବ୍ୟାଙ୍କର ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା ।
ବିହାର କଟହରିରେ ଏଭଳି ଘଟଣା ଘଟିଛି । ହିନ୍ଦୁସ୍ଥାନ ରିପୋର୍ଟ ଅନୁସାରେ, ବିହାର ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କ ଡ୍ରେସ ପାଇଁ ପଠାଯାଉଥିବା ଟଙ୍କାର ଚେକ୍ କରିବାକୁ ଆଜମନଗର ଅଂଚଳର ଦୁଇ ଛାତ୍ର ଏସବିଆଇ ସିଏସପି ବ୍ରା ରେ ପହଞ୍ଚିଥିଲେ । ଯେତେବେଳେ ବ୍ୟାଙ୍କର ନିଜ ଆକାଉାଂଟ ଚେକ କରିଥିଲେ କୋଟି କୋଟି ଟଙ୍କା ତାଙ୍କ ଆକାଉଂଟରେ ଥିବା ଜାଣିବାକୁ ପାଇଥିଲେ । ଗୁରୁଚନ୍ଦ୍ର ଆକାଉଂଟରେ ୬୦ କୋଟିରୁ ଅଧିକ ଓ ଅସିତ କୁମାର ଆକାଉଂଟରେ ୯୦୦ କୋଟି ଜମା ହୋଇଥିଲା । ଏହା ଶୁଣିବା ପରେ ଦୁଇ ଛାତ୍ରଙ୍କ ସମତେ ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ଲୋକମାନେ ତାଜୁବ ହୋଇଯାଇଥିଲେ ।
ବ୍ୟାଙ୍କ ମ୍ୟାନେଜରଙ୍କ ପାଖରେ ଯାଇ ଏହି କଥା ପହଞ୍ଚିଥିଲା । ଏହା ପରେ ବ୍ୟାଙ୍କ ମ୍ୟାନେଜର ତୁରନ୍ତ ଏହି ଦୁଇ ଆକାଉଂଟର ବ୍ୟବହାରକୁ ବନ୍ଦ କରିଥିଲେ । କେଉଁଠୁ ଏତେ ଟଙ୍କା ଭୁଲରେ ଆସିଛି,ସେ ନେଇ ଯାଂଚ ଚାଲିଥିବା କହିଛନ୍ତି । ବ୍ୟାଙ୍କର ସିନିଅର ଅଫିସରଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ବ୍ୟାଙ୍କ ତୁଟି ହେତୁ ବିହାର ଖଗରିଆରେ ଜଣେ ବ୍ୟକ୍ତିଙ୍କ ଆକାଉଂଟକୁ ମଧ୍ୟ ଲକ୍ଷେ ୬୧ ହଜାର ପଳାଇଆସିଥିଲା । ବ୍ୟକ୍ତି ଜଣକ ଏହି ପଇସା ଉଠାଇ ଖର୍ଚ୍ଚ କରିଦେଇଥିଲୋ । ବ୍ୟାଙ୍କ କର୍ମଚାରୀ ଯେତେବେଳେ ଟଙ୍କା ଫେରାଇବାକୁ କହିଥିଲେ, ସରକାରୀ ସହାୟତା ଭାବେ ଏହି ଅର୍ଥ ଆକାଉଂଟରେ ଜମା ହୋଇଛି ଏବଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାର ଅଂଶବିଶେଷ କହି ଟଙ୍କା ଫେରାଇବାକୁ ମନା କରିଦେଇଥିଲେ । ଏହା ପରେ ତାଙ୍କୁ ନୋଟିସ କରାଯାଇଥିଲା ।ଏବଂ ଜେଲ ମଧ୍ୟ ପଠାଯାଇଥିବା ଜଣାପଡିଛି ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା