ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବିଗବସ୍ ପାଇଁ ସଲମାନ କେତେ ଟଙ୍କା ନେବେ, ଜାଣନ୍ତୁ

0

ମୁମ୍ବାଇ: ଟିଭି ପରଦାରେ ସବୁଠୁ ଲୋକପ୍ରିୟ ରିଅଲିଟି ସୋ ବିଗ୍ ବସ୍ ୧୫ ସିଜିନ ପାଇଁ ଏବେ ଆଉ ଫ୍ୟାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନାହିଁ।ବିଗ୍‌ ବସ୍ ଓଟିଟିର ଫାଇନାଲ ପରେ ପରେ ହିଁ ବିଗ ବସ ୧୫ର ପ୍ରିମିୟର ଘୋଷଣା କରାଯାଇଛି । ଚ୍ୟାନେଲ ପ୍ରମୋ ସେୟାର କରି ଏହାର ତାରିଖ ଘୋଷଣା କଲାଣି।

ବିଗ ବସ ୧୫ ଅକ୍ଟୋବର ୨ରୁ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି । କଲର୍ସ ଚ୍ୟାନେଲ ପକ୍ଷରୁ ପ୍ରୋମୋ ସେୟାର କରି କୁହାଯାଇଛି ଯେ, ଏହା ୨ ଅକ୍ଟୋବରରୁ ଆରମ୍ଭ ହେବ। ସୋମବାରରୁ ଶୁକ୍ରବାର ରାତି ସାଢେ ୧୦ଟା ପରେ ଏବଂ ଶନିବାର ରବିବାର ରାତି ସାଢେ୯ଟାରେ ଏହି ସୋ ପ୍ରସାରିତ କରାଯିବ। ପ୍ରୋମୋରୁ ଅନୁମାନ କରାଯାଉଛି ଏଥର ସୋରେ କିଛି ନୂଆ ଟୁଇଷ୍ଟ ଦେଖିବାକୁ ମିଳିପାରେ। ପ୍ରତିଯୋଗୀମାନଙ୍କୁ ବିନା ସୁବିଧାରେ ଏଥର ରହିବାକୁ ହେବ। ଯାହା ପ୍ରତିଯୋଗୀଙ୍କ ପାଇଁ ଅଧିକ କଷ୍ଟକର ହୋଇପାରେ।

ଅନ୍ୟପଟେ ଏହି ସୋରେ ହୋଷ୍ଟ କରିବାକୁ ଥିବା ଭାଇଜାନ ସଲମାନ ଖାନଙ୍କ ପାରିଶ୍ରାମିକକୁ ମଧ୍ୟ ନେଇ ଏବେ ଚର୍ଚ୍ଚା। ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଗ ବସ ୧୫ର ହୋଷ୍ଟ କରିବାକୁ ସଲମାନ ୩୫୦ କୋଟିର ପାରିଶ୍ରମିକ ନେବେ। ମାତ୍ର ୧୪ ସପ୍ତାହ ପାଇଁ ଏହି ସୋ ହୋଷ୍ଟ କରିବେ
ସଲମାନ।

Leave A Reply

Your email address will not be published.