କୁହନ୍ତି ପ୍ରେମ ଅନ୍ଧ । ନା ଜାତି ନା ଧର୍ମ ନା ବୟସ କିଛି ଦେଖେନି । ବିନା ଜାତି, ଜାତକ,ଯୌତୁକରେ ବି ମିଶିଯାଏ ମନ । ବାନ୍ଧି ହୋଇଯାଏ ବନ୍ଧନ । ୧୯ ବର୍ଷର କନ୍ୟାକୁ ୬୧ ବର୍ଷର ବର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକାରୁ ଆସିଛି ଏଭଳି ଖବର । ଆମେରିକାର ଜଣେ ୧୯ ବର୍ଷର ଯୁବତୀ ୬୧ର୍ଷରବ୍ୟକ୍ତିଙ୍କୁ ବିବାହକରିଛନ୍ତି । ଆଉ ବିବାହ ପରେ ସେ କିଭଳି ତାଙ୍କ ୬୧ ବର୍ଷର ପ୍ରେମିକକୁ ବିବାହକରିଥିଲେ ସେ ନେଇ ଖୁଲାସା କରିଛନ୍ତି ।ଯୁବତୀ ଜଣକ କହିଛନ୍ତି ଯେ, ସେ ଯେତେବେଳେ ତାଙ୍କ ୬୧ ବର୍ଷର ପ୍ରେମିକଙ୍କୁ ନେଇ ପରିବାର ଲୋକଙ୍କ ସହ ସାକ୍ଷାତ କରାଇଥିଲେ । ପରିବାର ଲୋକ ପ୍ରଥମେ ବିବାହପାଇଁ ମନା କରି ଦେଇଥିଲେ । ଏବଂ ତାଙ୍କ ମାଆ ଘରକୁ ପୁଲିସ ଡାକିଦେଇଥିଲେ ।କିନ୍ତୁ ବିବାହ ପରେ ଏବେ ପରିବାର ଲୋକ ତାଙ୍କୁ ସ୍ୱୀକାର କରିଛନ୍ତିା ଆଶ୍ଚର୍ଯ୍ୟର କଥା ହେଉଛି ଉଭୟଙ୍କ ମଧ୍ୟରେ ୪୨ ବର୍ଷର ବ୍ୟବଧାନ ରହିଛି । ବିବାହ କରିଥିବା ୬୧ବର୍ଷର ବ୍ୟକ୍ତିଙ୍କ ପୂର୍ବର ଦୁଇଟି ପିଲା ରହିଛି । ଏହା ଯୁବତୀ ଜାଣିଥିଲେ ବି ତାଙ୍କପ୍ରେମରେ ସେ ପାଗଳ ଥିଲେ । ଏବଂ ତାଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ ।୧୯ ବର୍ଷୀୟ ସୈନ୍ୟ ପୁଲିସ ଅଧିକାରୀ ଆଡ୍ରେ ଚେୟେନେ ସ୍ମାଇଲ ମୁନ ୨୦୨୦ରେପ୍ରଥମ ଥର ପାଇଁ ୬୧ ବର୍ଷୀୟ କେବିନଙ୍କୁ ଡେଟିଂ ସାଇଟରେ ପାଇଥିଲେ । ଉଭୟଙ୍କମଧ୍ୟରେ ୪୨ ବର୍ଷର ବ୍ୟବଧାନ ଥିବା ସତ୍ୱେ ମଧ୍ୟ ସ୍ମାଇଲ କେବିନଙ୍କୁ ବେଶ ପସନ୍ଦ କରିଥିଲେ । କିଛି ଦିନ ଅନଲାଇନ ଚାଟିଂ ପରେ ଉଭୟ ପରସ୍ପରକୁ ସାକ୍ଷାତକରିଥିଲେ । ଏବଂ ଆଇ ଲଭ ୟୁ କହିଥିଲେ ।
ଆଡ୍ରେ କହିଛନ୍ତି ସେ କେବିନଙ୍କୁ ସେ ପ୍ରଥମ ସାକ୍ଷାତ କରିଥିଲେ ବହୁତ ଡରିକି ଥିଲେ । ଏହା ପରେ ପରସ୍ପର ଉଭୟ ବିଷୟରେ ସବୁ କଥା ସେୟାର କରିଥିଲେ । ଆଡ୍ରେ କହିଛନ୍ତି, ତାଙ୍କ ଦୁଇଜଣଙ୍କ ମଧ୍ୟରେ ଥିବା ଭଲ ପାଇବା ହିଁ ପରସ୍ପରକୁ ଅତି ନିକଟତର କରିଛି । ଆଣ୍ଡ୍ରେଙ୍କସହ ସାକ୍ଷାତ ପୂର୍ବରୁ କେବିନଙ୍କ ବିବାହ ୧୯ ବର୍ଷ ହୋଇସାରିଥିଲା ଏବଂ ତାଙ୍କର ୧୬ ଓ ୨୩ ବର୍ଷର ଦୁଇଟି ପିଲା ଅଛନ୍ତି ।
ପ୍ରମୁଖ ଖବର
କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ