ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ନାମାଙ୍କନ ଭରିଲେ ଦିଲ୍ଲୀପ ରାୟ

0

ଭୁବନେଶ୍ବର: ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ। ସେହିପରି ରାଜ୍ୟସଭା ପାଇଁ ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ୍ କୁମାର ନାମାଙ୍କନ ଦାଖଲ କରିଛନ୍ତି।

ନାମାଙ୍କନ ଦାଖଲ କରିବା ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରହିଛି। ବିଜେପି ନାମାଙ୍କନ ଭରିବା ପାଇଁ ପୂରା ସମର୍ଥନ ଯୋଗାଇ ଦେଇଛି। ୨୦୦୨ ପରି ଜିତାପଟ ହାସଲ କରିବି।
ସେପଟେ, ବିଜେଡିର ସଂତୃପ୍ତ ମିଶ୍ର, ପରେ କମନ୍‌ କ୍ୟାଣ୍ଡିଡେଟ୍‌ ଡ. ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୩ ସେଟର ନାମାଙ୍କନ ଦାଖଲ କରିଛନ୍ତି ଓ କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ଭାବେ ଦତ୍ତେଶ୍ବର ହୋତା ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.