ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ରେମୋ ସେୟାର କଲେ ପତ୍ନୀଙ୍କ ଫଟୋ..

0

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଡ୍ୟାନ୍ସ କୋରିଓଗ୍ରାଫର ଓ ନିର୍ଦ୍ଦେଶକ ରେମୋ ଡିସୋଜା ନିଜ ପତ୍ନୀଙ୍କର ଏକ ଫଟୋ ସେୟାର କରିଛନ୍ତି ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ରେମୋ ତାଙ୍କ ପତ୍ନୀ ଲିଜେଲିଙ୍କ ଟ୍ରାନ୍ସଫର୍ମସେନ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ରେମୋ ତାଙ୍କ ପତ୍ନୀଙ୍କର ପୂର୍ବର ଓ ବର୍ତମାନର ଦୁଇଟି ଫଟୋ ରହିଛି।

ପୂର୍ବରୁ ଲିଜେଲିଙ୍କ ଯେ କେହି ବି ଦେଖିଥିବ ହୁଏତ ଏବେ ଦେଖି ବର୍ତମାନର ଚେହେରାକୁ ସହଜରେ ବିଶ୍ୱାସ କରି ପାରିବନି । ରେମୋ ତାଙ୍କ ପତ୍ନୀଙ୍କ ଓଜନ କମାଇବାର ଉପାୟ କହିଛନ୍ତି । ରେମୋ ଲେଖିଛନ୍ତି, ଏଠାରେ ପହଞ୍ଚିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା । କିନ୍ତୁ ସବୁଠୁ ବଡ଼ ଯୁଦ୍ଧ ନିଜ ସହ କରିବାକୁ ପଡେ ଆଉ ଲିଜେଲି ଏହି ଯୁଦ୍ଧ ଲଢି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି।

ଲିଜେଲିଙ୍କ ଦୁଇଟି ଫଟୋ ସଂପୂର୍ଣ୍ଣ ଭିନ୍ନ ରହିଛି । ଗୋଟେରେ ସେ ପାରମ୍ପରିକ ପୋଷାକରେ ଅଧିକ ମୋଟା ଥିବା ନଜର ଆସୁଥିବା ବେଳେ ଆଉ ଗୋଟେ ଫଟୋରେ ୱେଷ୍ଟର୍ଣ୍ଣ ପୋଷାକରେ ଷ୍ଟାଇଲିସ ଦିଶୁଛନ୍ତି। ବଲିଉଡ ସୁପରଷ୍ଟାର ବରୁଣ ଧୱନ ଲିଜେଲିଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ, ବହୁତ ସୁନ୍ଦର ଲିଜ..ତୁମକୁ ନେଇ ଗର୍ବ କରୁଛୁ। ରେମୋଙ୍କ ପତ୍ନୀ ଲିଜେଲି ମଧ୍ୟ ଏହି ଫଟୋ ସେୟାର କରି ପ୍ରଶଂସକ ଓ ତାଙ୍କ ସାଙ୍ଗମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଲିଜେଲି ତାଙ୍କ ଟ୍ରେନର ଓ ରେମୋଙ୍କୁ ସବୁବେଳେ ତାଙ୍କୁ ଉତ୍ସାହିତ କରୁଥିବାରୁ ଧନ୍ୟବାଦ ଦେଇଛନ୍ତି। ରେମୋ କହିଛନ୍ତି, ସେ ତାଙ୍କ ପତ୍ନୀଙ୍କୁ ସବୁବେଳେ ନିଜକୁ ମଜୁବୁତ କରିବାକୁ କୁହନ୍ତି । ଆଉ ସେ ଏହା କରିକି ଦେଖାଇଛନ୍ତି । ଲିଜେଲିଙ୍କଠୁ ତାଙ୍କୁ ପ୍ରେରଣା ମିଳେ ବୋଲି କହିଛନ୍ତି ରେମୋ ଡିସୋଜା ।

Leave A Reply

Your email address will not be published.