ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ରେମୋ ସେୟାର କଲେ ପତ୍ନୀଙ୍କ ଫଟୋ..

0

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଡ୍ୟାନ୍ସ କୋରିଓଗ୍ରାଫର ଓ ନିର୍ଦ୍ଦେଶକ ରେମୋ ଡିସୋଜା ନିଜ ପତ୍ନୀଙ୍କର ଏକ ଫଟୋ ସେୟାର କରିଛନ୍ତି ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ରେମୋ ତାଙ୍କ ପତ୍ନୀ ଲିଜେଲିଙ୍କ ଟ୍ରାନ୍ସଫର୍ମସେନ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ରେମୋ ତାଙ୍କ ପତ୍ନୀଙ୍କର ପୂର୍ବର ଓ ବର୍ତମାନର ଦୁଇଟି ଫଟୋ ରହିଛି।

ପୂର୍ବରୁ ଲିଜେଲିଙ୍କ ଯେ କେହି ବି ଦେଖିଥିବ ହୁଏତ ଏବେ ଦେଖି ବର୍ତମାନର ଚେହେରାକୁ ସହଜରେ ବିଶ୍ୱାସ କରି ପାରିବନି । ରେମୋ ତାଙ୍କ ପତ୍ନୀଙ୍କ ଓଜନ କମାଇବାର ଉପାୟ କହିଛନ୍ତି । ରେମୋ ଲେଖିଛନ୍ତି, ଏଠାରେ ପହଞ୍ଚିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା । କିନ୍ତୁ ସବୁଠୁ ବଡ଼ ଯୁଦ୍ଧ ନିଜ ସହ କରିବାକୁ ପଡେ ଆଉ ଲିଜେଲି ଏହି ଯୁଦ୍ଧ ଲଢି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି।

ଲିଜେଲିଙ୍କ ଦୁଇଟି ଫଟୋ ସଂପୂର୍ଣ୍ଣ ଭିନ୍ନ ରହିଛି । ଗୋଟେରେ ସେ ପାରମ୍ପରିକ ପୋଷାକରେ ଅଧିକ ମୋଟା ଥିବା ନଜର ଆସୁଥିବା ବେଳେ ଆଉ ଗୋଟେ ଫଟୋରେ ୱେଷ୍ଟର୍ଣ୍ଣ ପୋଷାକରେ ଷ୍ଟାଇଲିସ ଦିଶୁଛନ୍ତି। ବଲିଉଡ ସୁପରଷ୍ଟାର ବରୁଣ ଧୱନ ଲିଜେଲିଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ, ବହୁତ ସୁନ୍ଦର ଲିଜ..ତୁମକୁ ନେଇ ଗର୍ବ କରୁଛୁ। ରେମୋଙ୍କ ପତ୍ନୀ ଲିଜେଲି ମଧ୍ୟ ଏହି ଫଟୋ ସେୟାର କରି ପ୍ରଶଂସକ ଓ ତାଙ୍କ ସାଙ୍ଗମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଲିଜେଲି ତାଙ୍କ ଟ୍ରେନର ଓ ରେମୋଙ୍କୁ ସବୁବେଳେ ତାଙ୍କୁ ଉତ୍ସାହିତ କରୁଥିବାରୁ ଧନ୍ୟବାଦ ଦେଇଛନ୍ତି। ରେମୋ କହିଛନ୍ତି, ସେ ତାଙ୍କ ପତ୍ନୀଙ୍କୁ ସବୁବେଳେ ନିଜକୁ ମଜୁବୁତ କରିବାକୁ କୁହନ୍ତି । ଆଉ ସେ ଏହା କରିକି ଦେଖାଇଛନ୍ତି । ଲିଜେଲିଙ୍କଠୁ ତାଙ୍କୁ ପ୍ରେରଣା ମିଳେ ବୋଲି କହିଛନ୍ତି ରେମୋ ଡିସୋଜା ।

Leave A Reply

Your email address will not be published.