ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ମହନ୍ତଙ୍କ ସୁଇସାଇଡ ନୋଟରେ ସତ କେତେ?

0

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ବିବାଦ ତେଜିବାରେ ଲାଗିଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଯାଞ୍ଚ ଜାରି ରଖିଛି । ତେବେ ଘଟଣା ସ୍ଥଳରୁ ମିଳିଥିବା ସୁଇସାଇଡ ନୋଟ କେତେ ସତ ଏବଂ ଏହା ନିଜେ ନରେନ୍ଦ୍ର ଗିରି ଲେଖିଛନ୍ତି ନା ଆଉ କେହି ଲେଖିଛି ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ପୁଲିସ ସୁଇସାଇଡ ନୋଟକୁ ନେଇ ଏବେ ଛାନଭିନ ଆରମ୍ଭ
କରିଛି।

ସୁଇସାଇଡ ନୋଟ ମିଳିବା ପରେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପାଇଁ ତାଙ୍କର ଜଣେ ଶିଷ୍ୟ ଆନନ୍ଦ ଗିରିଙ୍କୁ ଦାୟୀ କରାଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ହେଲେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ସେ ଗଣମାଧ୍ୟମ ସାମନାରେ କହିଛନ୍ତି। ଜଣେ ପୁଲିସ ଅଧିକାରୀ ମଠର ସମ୍ପତି ହାତେଇବାକୁ ମହନ୍ତଙ୍କ ଆତ୍ମହତ୍ୟାକୁ ହତ୍ୟା ରୂପର ଦେଉଛନ୍ତି ବୋଲି ଆନନ୍ଦ ଗିରି କହିଛନ୍ତି।

ଶିଷ୍ୟ ନିର୍ଭୟ ଦ୍ୱିବେଦୀଙ୍କ କହିବା ଅନୁସାରେ, ଆତ୍ମହତ୍ୟା ପୂର୍ବରୁ ମହନ୍ତ ନରେନ୍ଦ୍ର ଗିରି ସୁଇସାଇଡ ନୋଟ ଲେଖିବା ସହ ଏକ ଭିଡିଓ ବି କରିଥିଲେ। ଏହି ଭିଡିଓ ନରେନ୍ଦ୍ର ଗିରି ନିଜ ମୋବାଇଲରେ କରିଥିଲେ । ଆଉ ଏହି ଭିଡିଓରେ ନରେନ୍ଦ୍ର ଗିରି ସୁଇସାଇଡ ନୋଟରେ ଲେଖାଥିବା ସମସ୍ତ କଥା ବିସ୍ତୁତ ଭାବରେ କହିଥିଲେ। ଏହି ଭିଡିଓ ଏବେ ପୁଲିସ ପାଖେ ଥିବା ଶିଷ୍ୟ ନିର୍ଭୟ ଦ୍ୱିବେଦୀ କହିଛନ୍ତି।

ପ୍ରୟାଗରାଜରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମହନ୍ତଙ୍କ କବାଟ ବନ୍ଦ ଥିଲା। ସନ୍ଦେହ ହେବାରୁ ଘରର କବାଟ ଖୋଲିବା ପରେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ମିଳିଛି । ଯେଉଁ ଥିରେ ମାନସିକ ସ୍ତରରେ ବହୁତ ଚିନ୍ତାରେ ଥିଲେ ଏବଂ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ଲେଖାଯାଇଛି। ସୁଇସାଇଡ ନୋଟରେ ଶିଷ୍ୟ ଆନନ୍ଦ ଗିରିଙ୍କ କଥା ମଧ୍ୟ ଉଲ୍ଲେଖ ରହିଛି।

ତାଙ୍କ ମୃତ୍ୟୁ ପରେ ଆଖଡ଼ା ପରିଷଦରେ ବିବାଦ ଥିବା ଜଣାପଡିଛି। ତେବେ ମହନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ମହନ୍ତଙ୍କ
ମୃତ୍ୟୁ ପରେ ପୁଲିସ ସମଗ୍ର ଅଞ୍ଚଳକୁ ସିଲ କରିଦେବା ସହିତ ମଠରେ ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

Leave A Reply

Your email address will not be published.