ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଉତ୍ତରପ୍ରଦେଶରେ ଆଉ ଜଣେ ଯୋଗୀ; ପାଖେ ପାଖେ ବ୍ଲାକ୍ କମାଣ୍ଡୋ

0

ଲକ୍ଷ୍ନୌ: ଜୁନିୟର ଯୋଗୀ ଆଦିତ୍ୟନାଥ। ରାଜରାସ୍ତା ଉପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ କୁନି ପିଲା। ଯାହାର ଦୁଇ ପଟେ ଦୁଇ ଜଣ ପିଲା ଯିଏ କି କଳା ଡ୍ରେସରେ ବ୍ଲାକ କମାଣ୍ଡେ ପରି ଚାଲୁଛନ୍ତି। ଆଉ ପଛରେ ଜୟ ଶ୍ରୀ ରାମ ଜୟ ଶ୍ରୀରାମ ନାରା ଦେଉଥିବା ଲୋକଙ୍କ ଭିଡ଼।

ବୁଧବାର ୟୁପି ଗ୍ରେଟର ନୋଏଡାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ବେଳେ ଲୋକମାନେ ମଧ୍ୟ ଏହାକୁ ବହୁଳ ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି। ସୂଚନା ଅନୁସାରେ, ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରେଟର ନୋଏଡା ଗସ୍ତରେ ଯାଇଥିଲେ । ସେଠାରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଯୋଗଦେବାର ଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦାଦରି ରହୁଥିବା ଅଙ୍କିତ ମଧ୍ୟ ପହଚିଂଥିଲେ। ଯିଏ କି ଅବିକଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ ଥିଲେ। ଯୋଗୀ ଆଦିତ୍ୟନାଥଙ୍କ ବେଶରେ ଏହି କୁନି ପିଲାକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା । ସମସ୍ତେ ଏହି ଜୁନିୟର ଯୋଗୀ ଆଦିତ୍ୟନାଥଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଅଙ୍କିତଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଛାଇଯାଇଛି । ଦିନକ ଭିତରେ ତାଙ୍କ ଭିଡିଓ ଭାଇରାଲ ହେବା ସହିତ ସେ ସୋସିଆଲ ମିଡିଆ ସେନସେସନ ପାଲଟିଯାଇଛନ୍ତି। ସମସ୍ତେ ଏହି ଜୁନିୟର ଯୋଗୀଙ୍କର ବେଶ ପ୍ରଶଂସା କରିଛନ୍ତି । ତାଙ୍କ କହିବା ଓ ଚାଲିବା ଷ୍ଟାଇଲ ବି ଲୋକ ବେଶ ପସନ୍ଦ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବା ଗାଜିଆବାଦରୁ ସକାଳ ୧୦ଟାରେ ଗ୍ରେଟର ନୋଏଡା ଏକ୍ସପୋ ମାର୍ଟରେ ପହଞ୍ଚିଥିଲେ। ସେଠାରେ ଏକ ଖବରକାଗଜ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଦିନ ୧୨ଟାରେ ଦାଦରୀ ସମ୍ରାଟ ଭୋଜ କଲେଜରେ ହେଲିକପ୍ଟରରେ ପହଞ୍ଚିଥିଲେ। ସେଠାରେ କଲେଜରେ ସମ୍ରାଟ ମିହିର ଭୋଜଙ୍କ ପ୍ରତିମା ଉନ୍ମୋଚନ କରିଥିଲେ।

Leave A Reply

Your email address will not be published.