ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ମୁଖ୍ୟମନ୍ତ୍ରୀଙ୍କ କଥା ବି ଶୁଣୁନାହାନ୍ତି ମନ୍ତ୍ରୀ!

0

ଭୁବନେଶ୍ବର: କରୋନା ପ୍ରଭାବ ଆଉ ସେମିତି ନାହିଁ, ଡରେଇବା ଭଳି। ଏବେ ସବୁକିଛି ସ୍ବାଭାବିକ ଆଡକୁ ଯାଉଛି। କଟକଣା ଧୀରେ ଧୀରେ କୋହଳ ହୋଇଗଲାଣି। ଦୋକାନ, ବଜାର ଖୋଲୁଛି, ସଭା ସମିତି ବି କଟକଣା ଭିତରେ ହେଲାଣି। କିନ୍ତୁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ପାଇଁ ଏସବୁର କିଛି ପ୍ରଭାବ ଯେମିତି ନାହିଁ। ସେମାନଙ୍କ ଲାଗି ବୋଧହୁଏ ସ୍ଥିତି ସ୍ବାଭାବିକ ହୋଇନାହିଁ। ଅନ୍ୟଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ବି ଶୁଣନ୍ତେନି? ଇଏ କେମିତିକା କଥା?

ହଁ ଆଜ୍ଞା, ଆମେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ କାରନାମା କଥା କହୁଛୁ। ପୂରା କରୋନା କାଳରେ ଯେତେବେଳେ ରାଜ୍ୟ ପ୍ରଶାସନ ଚଳଚଞ୍ଚଳ ଥିଲା, ସେବେ ମନ୍ତ୍ରୀମାନଙ୍କ ମଧ୍ୟରୁ ହାତଗଣତି ଚାରି ପାଞ୍ଚଜଣ ପ୍ରାୟ ନିୟମିତ ଲୋକସେବା ଭବନ ଆସୁଥିଲେ, ଚଳଚଞ୍ଚଳ ଥିଲେ। ମନେହେଉଥିଲା ଯେମିତି ରାଜ୍ୟରେ ମନ୍ତ୍ରୀମାନେ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ସବୁବେଳେ ଅଫିସରଙ୍କ ଆଡକୁ ଆଙ୍ଗୁଠି ଦେଖାଉଥିବା ଓ ପ୍ରତି କଥାରେ ଆମ କଥା ରହୁନି, ସଚିବମାନେ ସବୁ କରୁଛନ୍ତି ବୋଲି କହୁଥିବା ମନ୍ତ୍ରୀମାନଙ୍କର ଯୁକ୍ତି ପଛର ସତ ପୂରା ରାଜ୍ୟ ଦେଖିଲା।

ଏବେ ସ୍ଥିତି ସ୍ବାଭାବିକ ପରେ ବି ସେମାନଙ୍କ ନିକଟରେ ସକ୍ରିୟତା ଦେଖାଯାଉନାହିଁ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିର ସରକାରକୁ ଆସିବା ପରେ ମନ୍ତ୍ରୀମାନଙ୍କ ପାଇଁ ଯେଉଁ ନିର୍ଦେଶନାମା ଜାରି କରିଥିଲେ, ତାର ବି ସାମାନ୍ୟ ପ୍ରଭାବ ଦେଖିବାକୁ ମିଳୁନାହିଁ।

ସ୍ମରଣଯୋଗ୍ୟ, ବିଭିନ୍ନ ସମୟରେ ଜିଲ୍ଲା ଗସ୍ତରେ ଗଲାବେଳେ ମନ୍ତ୍ରୀମାନଙ୍କ ପାଇଁ ଡାକିଥିବା ଅନୁଷ୍ଠାନ ବା ନିଜ ନିଜ ବିଭାଗ ଭୁରି ଭୋଜନର ବ୍ୟବସ୍ଥା କରିଥାନ୍ତି। ମନ୍ତ୍ରୀମାନଙ୍କ ସହିତ ଯାଇଥିବା ଦରବାର ବି ଏହାଦ୍ବାରା ଉପକୃତ ହୋଇଥାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକ୍ରିୟାକୁ ଏକରକମ ବନ୍ଦ କରିବା ଲାଗି ନିର୍ଦେଶ ଦେଇଥିଲେ। ସିଧା ସିଧା ନ କହିଥିଲେ ବି ପରୋକ୍ଷରେ ମନ୍ତ୍ରୀମାନଙ୍କ ଲାଗି ଏସବୁରେ କଟକଣା ଜାରି କରାଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ, ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଥିବା ମନ୍ତ୍ରୀ ଏଣିକି ବାହାରେ ମଧ୍ୟାହ୍ନ ଭୋଜନ କରିବେ ନାହିଁ। ବରଂ ବିଦ୍ୟାଳୟ, ଅନାଥାଶ୍ରମ, ଭିନ୍ନକ୍ଷମ ଏବଂ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ଓ ଆହାର କେନ୍ଦ୍ର ଅଚାନକ ଯାଞ୍ଚ କରିବା ସହିତ ସେଠାରେ ଭୋଜନ କରିବେ। ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ବାରା ଏସବୁ ଅନୁଷ୍ଠାନରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେହି ଅନୁଷ୍ଠାନମାନଙ୍କରେ ବିଭିନ୍ନ ସମସ୍ୟା ସଂପର୍କରେ ମନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ। ସଂପୃକ୍ତ ଅନୁଷ୍ଠାନ ପରିଚାଳନାରେ ଉନ୍ନତି ପାଇଁ ସୁେଯାଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ ଏକଥା ବି ଜଣାଇଥିଲେ ଯେ ମନ୍ତ୍ରୀମାନେ ତାଙ୍କ ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବେ। ସାଙ୍ଗରେ ଯେଭଳି ୩-୪ ଜଣରୁ ଅଧିକ ଲୋକ ନ ଯାଆନ୍ତି, ସେଥିପ୍ରତି ମଧ୍ୟ ଯତ୍ନବାନ ହେବେ। ମନ୍ତ୍ରୀମାନଙ୍କ ମାସିକ ରିେପାର୍ଟରେ ଏ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ଲାଗି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଥିଲେ।

ନିକଟରେ ମନ୍ତ୍ରୀ ଅଗଷ୍ଟ ୧୫ ତାରିଖରେ ବିଭିନ୍ନ ଜିଲ୍ଲାକୁ ପତାକା ଉତ୍ତୋଳନ ପାଇଁ ଯାଇଥିଲେ। ସେହି ପତାକା ଉତ୍ତୋଳନରେ ଆମ ମନ୍ତ୍ରୀମାନେ ପ୍ରାୟତଃ ଅଟକିଗଲେ। ଜିଲ୍ଲାରେ ଏଇ ଦୁଇବର୍ଷ କରୋନା ସ୍ଥିତିରେ କିଭଳି କଣ ପରିବର୍ତ୍ତନ ଘଟିଛି, ଲୋକେ କେମିତି ଅଛନ୍ତି, ତାଙ୍କ ମେଡିକାଲ କିଭଳି କାମ କରୁଛି, ବିଭିନ୍ନ ଭିନ୍ନକ୍ଷମ, ବୃଦ୍ଧାଶ୍ରମ ଅବସ୍ଥା ଆଦି ସଂପର୍କରେ ଜାଣିବା ଲାଗି କେହି ଚାହିଁଲେନି। ଏମିତି କିଛି ବି ଘଟଣା ଦେଖିବାକୁ ମିଳିଲାନି। ଏଇ ମାସକ ମଧ୍ୟରେ ଡଜନେ ଡଜନେ ମନ୍ତ୍ରୀ ମାଲକାନଗିରିି, ସୁନ୍ଦରଗଡ ଏବଂ ବଲାଙ୍ଗୀର ଯାଇଛନ୍ତି। ସେଠାରୁ ବି ସେଭଳି କିଛି ଚିତ୍ର ସାମ୍ନାକୁ ଆସୁନାହିଁ।

ଆମ ମନ୍ତ୍ରୀମାନେ କାହିଁକି ବ୍ୟବସ୍ଥା ପ୍ରତି ବୀତସ୍ପୃହ ହୋଇପଡିଲେ?

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ବିଜେଡି ବିଧାୟକ ମନୋହର ରନ୍ଧାରୀ ଏକ ବିଦ୍ୟାଳୟ ଅଚାନକ ଗସ୍ତ କରି ସେଠାରେ ମଧ୍ୟାହ୍ନ ଭୋଜନରେ ହୋଇଥିବା ତ୍ରୁଟି ବିଚ୍ୟୁତି ଦେଖିଥିଲେ। ଏହି ଘଟଣା ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିବା ପରେ ବିଭିନ୍ନ କୋଣ ଅନୁକୋଣରୁ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା ମିଳିଥିଲା। କେବଳ ସେତିକି ନୁହେଁ, ତତ୍କାଳୀନ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ୍ ‘ମୋ ସରକାର’ କାର୍ଯ୍ୟକ୍ରମରେ ଜିଲ୍ଲାଗସ୍ତରେ ଗଲାବେଳେ ମଧ୍ୟାହ୍ନ ଭୋଜନ ଖାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ସେ ପରିସ୍ଥିତି ଆଉ ନାହିଁ, କାରଣ ବିଦ୍ୟାଳୟ ବନ୍ଦ ରହିଛି। ହେଲେ ବାକି ସବୁ ସଂସ୍ଥା ଚ ଚାଲିଛି?

ଚତୁର୍ଥ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ସଙ୍କେତକୁ ପ୍ରଥମେ ଗ୍ରହଣ କରି ନିଜେ ଓ ମନ୍ତ୍ରୀମାନଙ୍କୁ ଗାଡିରୁ ନାଲିବତୀ ଖୋଲିବାକୁ ନିର୍ଦେଶ ଦେଇଥିଲେ। ପଞ୍ଚମ ପାଳିରେ ଦାୟିତ୍ବ ନେବା ପରେ ନବୀନ ସ୍ବଚ୍ଛତାକୁ ଗୁରୁତ୍ବ ଦେଇଥିଲେ। ଏହି କ୍ରମରେ ପୂର୍ବରୁ ମନ୍ତ୍ରୀମାନଙ୍କୁ ବ୍ୟାପକ ଜିଲ୍ଲା ଗସ୍ତ କରିବାକୁ ପରାମର୍ଶ ଦିଆଯାଇଥିଲା ଓ ଅଚାନକ ଯାଞ୍ଚ ପାଇଁ କହିଥିଲେ। ହେଲେ ହାତଗଣତି ଦୁଇ ଚାରିଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶ କାର୍ଯ୍ୟକାରୀ କରିବା ଲାଗି ଅନ୍ୟମାନେ ସେଭଳି ଆନ୍ତରିକତା ଦେଖାଇନଥିଲେ।

Leave A Reply

Your email address will not be published.