ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ସୀମାରେ ଅପେକ୍ଷା କରିଛନ୍ତି ଆତଙ୍କୀ, ପଶିବେ!

0

ପାର୍ବଣରେ ଭାରତରେ ଅଘଟଣ ଘଟାଇବା ପାଇଁ ଯୋଜନା, ସତର୍କ କଲା ଗୁଇନ୍ଦା

ଜମ୍ମୁ ଓ କାଶ୍ମୀର: ଭାରତ ଉପରେ ଆଫଗାନୀ ଆତଙ୍କୀ ବିପଦ। ପାର୍ବଣ ଋତୁ ପୂର୍ବରୁ ଭାରତରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ନେଇ ଯୋଜନା କରାଯାଉଛି। ଭାରତରେ ଅନୁପ୍ରବେଶ କରିପାରନ୍ତି ପାକ ସମର୍ଥିତ ୪୦ ଆଫଗାନି ଆତଙ୍କୀ। ଏନେଇ ଗୁଇନ୍ଦା ଏଜେନ୍ସି ପକ୍ଷରୁ ଆଲର୍ଟ କରାଇଛି।

ଗୁଇନ୍ଦା ଅଧିକାରୀଙ୍କ କହିବା ଅନୁସାରେ, ଆଫଗାନିସ୍ତାନରୁ ଆସିଥିବା ପାକ ସମର୍ଥିତ ୪୦ ଜଣ ଆତଙ୍କବାଦୀ ଏଲଓସି(ଲାଇନ ଅଫ କଂଟ୍ରୋଲ) ନିକଟରେ ଥିବା ଆତଙ୍କବାଦୀ ଶିବିରିରେ ଅଛନ୍ତି। ଏଲଓସି ଆରପାଖେ ଥିବା ନାକିଆଲ କ୍ୟାମ୍ପରେ ୪୦ ଆତଙ୍କୀ ପ୍ରସ୍ତୁତ ହୋଇରହିଛନ୍ତି । ପାକ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏମାନଙ୍କୁ ସମସ୍ତ ସହଯୋଗ ଯୋଗାଉଛି। ଟ୍ୟୁବ ଓ ସ୍ନରକେଲିଂ ମାଧ୍ୟମରେ ପୁଞ୍ଝ ନଦୀ ପାର କରି ଭାରତରେ ପ୍ରବେଶ କରିପାରନ୍ତି ଏହି ଆଫଗାନ ଆତଙ୍କୀ। ସେମାନଙ୍କୁ କିଭଳି ପୁଞ୍ଝ ନଦୀ ପାର କରି ଭାରତରେ ଅନୁପ୍ରବେଶ କରିହେବ ସେ ନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି।

ପାର୍ବଣ ଋତୁ ଆରମ୍ଭରୁ ଭାରତରେ ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ଏଜେନ୍ସି ଚେତାବନୀ ଜାରି କରିପାରିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କେନ୍ଦ୍ର ଶାସିତ ଅଂଚଳରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ସତର୍କ ରହିବାକୁ କୁହାଯାଇଛି । ଲସ୍କର ଏ ତୋଇବା,ହରକତ ଉଲ ଅନସାର ମଧ୍ୟ ସକ୍ରିୟ ରହିଛନ୍ତି।

ଗୁଇନ୍ଦା ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଏହ ଆତଙ୍କବାଦୀ ଟିଫିନ ବୋମା ତିଆରି କରିବାରେ ତାଲିମ ଦିଆଯାଉଛି। ସେମାନଙ୍କୁ ଭାରତର ସକ୍ରିୟ ଥିବା ସ୍ଲିପର ସେଲ ମାଧ୍ୟମରେ କଂଚାମାଲ ଯୋଗାଇ ଦିଆଯାଉଛି। ଆଫଗାନିସ୍ତାନକୁ ତାଲିବାନୀ କବଜା କରିବା ପରେ ଆଫଗାନିସ୍ତାନ ଭିତ୍ତିକ ଆତଙ୍କବାଦୀଙ୍କ ପାକ ଆତଙ୍କୀ ସଂଗଠନ ସହାୟତାରେ ଭାରତରେ ଅନୁପ୍ରବେଶ କରିବାକ ଯୋଜନା କରୁଛନ୍ତି। ତେବେ ସମ୍ଭାବ୍ୟ ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ଏଜେନ୍ସିରୁ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।

ଆତଙ୍କୀ ଅନୁପ୍ରବେଶ ନେଇ ସମ୍ଭାବନା ଥିବା ଅଂଚଳରେ ସମସ୍ତଙ୍କୁ ଆଲର୍ଟ କରାଯାଇଛି। ପାର୍ବଣରେ ଭିଡ ରହୁଥିବା ଅଂଚଳରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ମଧ୍ୟ କଡା ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.