ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ପାକିସ୍ତାନ ନାଁ ନ ନେଇ ଗର୍ଜିଲେ ମୋଦୀ

0
  • ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ
  • ଆଫଗାନ ମାଟି ଆତଙ୍କବାଦ ବିସ୍ତାର ପାଇଁ ବ୍ଯବହାର ହେବା ଉଚିତ୍ ନୁହେଁ
  • ଭାରତକୁ ବିଶ୍ବର ସବୁଠାରୁ ବଡ ହାଇଡ୍ରୋଜେନ୍ ହବ୍ ନେଇ କାର୍ଯ୍ଯ ଚାଲିଛି
  • ନାଜାଲ୍ ଭ୍ଯାକସିନ୍ ନେଇ ଭାରତର ବୈଜ୍ଞାନିକ କାର୍ଯ୍ଯ କରୁଥିବା କହିଲେ ମୋଦୀ
  • ଯେବେ ଭାରତ ସଂସ୍କାର ଆରମ୍ଭ କରେ, ସେବେ ବିଶ୍ବରେ ପରିବର୍ତ୍ତନ ହୋଇଥାଏ

ନ୍ଯୁୟର୍କ: ଆତଙ୍କବାଦ ବିସ୍ତାର ପାଇଁ ଆଫଗାନିସ୍ତାନର ଅଞ୍ଚଳ ବ୍ୟବହାର କରାଯିବା ଉଚିତ ନୁହେଁ। ଆତଙ୍କବାଦ ବିସ୍ତାର ତଥା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଫଗାନିସ୍ତାନ ଯେଭଳି ବ୍ୟବହୃତ ନହୁଏ, ତାହା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ଅଟେ। ଆମକୁ ଆହୁରି ମଧ୍ୟ ନିଶ୍ଚିତ କରିବାକୁ ପଡିବ ଯେ କୌଣସି ଦେଶ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ପରିସ୍ଥିତିର ସୁଯୋଗ ନେବାକୁ ଯେଭଳି ଚେଷ୍ଟା ନ କରନ୍ତି ବା ଏହାକୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର ନ କରନ୍ତି। କାରଣ ଆତଙ୍କବାଦ ଦିନେ ସେମାନଙ୍କ ପାଇଁ ବିପଦର କାରଣ ହୋଇପାରେ।

ଆଜି ନ୍ଯୁୟର୍କରେ ୭୬ତମ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନାମ ନ ନେଇ ଏଭଳି କହିଛନ୍ତି। ମୋଦୀ କହିଛନ୍ତି, ସଂପ୍ରତି ଆଫଗାନିସ୍ତାନବାସୀ,ବିଶେଷକରି ମହିଳା ଏବଂ ଶିଶୁ, ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସାହାଯ୍ୟ ଆବଶ୍ୟକ କରନ୍ତି। ସେମାନଙ୍କୁ ସାହାଯ୍ୟ ଯୋଗାଇ ଆମର କର୍ତ୍ତବ୍ୟ ପାଳନ କରିବା ଜରୁରୀ।

ପ୍ରଧାନମନ୍ତ୍ରୀ କହିଥିଲେ, ଗତ ଦେଢ ବର୍ଷ ମଧ୍ୟରେ ବିଶ୍ବ ଏକ ଅଦ୍ଭୂତ ସ୍ଥିତି ସାମ୍ନା କରିଛି। ଗତ ଶହେ ବର୍ଷ ଏହାଠାରୁ ଆଉ ଭୟଙ୍କର ମହାମାରୀର ସମ୍ମଖୀନହେଇନଥିଲା। ଏହି ମାରାତ୍ମକ ମହାମାରୀରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି। ସେମାନଙ୍କ ପରିବାରକୁ ବି ସେ ସମବେଦନା ଜଣାଉଛନ୍ତି। ଏହିଠାରୁ ଭାଷଣ ଆରମ୍ଭ କରି ମୋଦୀ କହିଥିଲେ ଯେ କୋଭିଡ -୧୯ ଶିକ୍ଷା ଦେଇଛି ଯେ ବିଶ୍ବ ଅର୍ଥନୀତି ଅଧିକ ବିବିଧ ହେବା ଉଚିତ। ଭାରତ ବିଶ୍ବର ପ୍ରଥମ ଡିଏନଏ ଟିକା ବିକଶିତ କରିଛି, ଯାହାକୁ ୧୨ବର୍ଷରୁ ଅଧିକ ସମସ୍ତଙ୍କୁ ଦିଆଯାଇପାରିବ।

ପ୍ରଧାନମନ୍ତ୍ରୀ ଅତ୍ଯନ୍ତ ଦୃଢତାର ସହିତ କହିଥିଲେ ଯେ, ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତର ସ୍ବାଧୀନତାର ୭୫ବର୍ଷରେ ପ୍ରବେଶ କରିଛି। ଆମର ବିବିଧତା ହେଉଛି ଆମର ଦୃଢ ଗଣତନ୍ତ୍ରର ପରିଚୟ। ସମସ୍ତେ ଜାଣି ରଖିବା ଉଚିତ୍ ଯେ ଭାରତ ଯେବେ ସଂସ୍କାର ଆରମ୍ଭ କରେ, ସେତେବେଳେ ବିଶ୍ବରେ ପରିବର୍ତ୍ତନ ହୁଏ। ଯେବେ ଭାରତ ବଢେ, ସେବେ ବିଶ୍ବ ବି ବଢେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନ୍ତର୍ଭୁକ୍ତୀକରଣ ବିକାଶ ଉପରେ ଗୁରୁତ୍ବାରୋପ କରିଥଲେ ଓ ବିକାଶ ସର୍ବବ୍ଯାପୀ ହେବା ଉଚିତ୍ ବୋଲି ମତ ରଖିଥିଲେ। ଭାରତ ଏଭଳି ଏକ ବିଚାରକୁ ପ୍ରାଥମିକତା ଦେଇଥାଏ ବୋଲି ମୋଦୀ କହିଥିଲେ।

ଭାରତକୁ ବିଶ୍ୱର ସର୍ବବୃହତ ସବୁଜ ହାଇଡ୍ରୋଜେନ୍ ହବ୍ କରିବା ପାଇଁ ମଧ୍ୟ ଆମେ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ସୂଚନା ଦେଇ ମୋଦୀ କହିଥିଲେ ଆମେ ଆମର ଭବିଷ୍ୟତ ପିଢି ପାଇଁ ଉତ୍ତରଦାୟୀ। ଆଜି ବିଶ୍ବରେ ଉଗ୍ରବାଦ ବୃଦ୍ଧି ପାଇବାର ଲାଗିଛି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱ ବିଜ୍ଞାନ ଭିତ୍ତିକ, ଯୁକ୍ତିଯୁକ୍ତ ଏବଂ ପ୍ରଗତିଶୀଳ ଚିନ୍ତାଧାରାକୁ ବିକାଶର ଆଧାର କରିବା ଆବଶ୍ୟକ ।ଏଣୁ ବିଜ୍ଞାନ ଭିତ୍ତିକ ଆଭିମୁଖ୍ୟକୁ ମଜବୁତ କରିବା ଲାଗି ଭାରତ ଅଭିଜ୍ଞତା ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତରେ ନାଜାଲ୍ ଭ୍ଯାକସିନ୍ ବିକାଶ ନେଇ ଭାରତ କାର୍ଯ୍ଯ କରୁଥିବା ଦର୍ଶାଇଥିଲେ। ଭାରତର ଡାକ୍ତରମାନେ ମାନବସେବାରେ ଲିପ୍ତ ରହି କୋଭିଡ୍ ମହାମାରୀକୁ ସଫଳତାର ସହିତ ମୁକାବିଲା କରିପାରିଥିବା ଶ୍ରୀ ମୋଦୀ କହିଥିଲେ।

Leave A Reply

Your email address will not be published.