ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପବନ କମ୍, ଅଧିକ ବର୍ଷା ଧରି ରଡୁଛି ‘ଗୁଲାବ’

0

ଭୁବନେଶ୍ବର: ବିଶାଳ ମେଘ ଖଣ୍ଡକୁ ସାଙ୍ଗରେ ଧରି ଆଗକୁ ମାଡ଼ିଆସୁଛି ବଙ୍ଗୋପସାଗରରେ ସୃଷ୍ଟି ସାମୂଦ୍ରିକ ଝଡ଼ ‘ଗୁଲାବ’। ବାତ୍ୟା ଯେତିକି ପାଖେଇ ଆସୁଛି ଲୋକଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି। ଘଣ୍ଟା ପ୍ରତି ୧୦କିଲୋମିଟରରେ ବେଗରେ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା। ଆଜି ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ବାତ୍ୟା ‘ଗୁଲାବ’ ଏବେ ଗୋପାଳପୁରଠୁ ୨୭୦ କିମି ଏବଂ କଳିଙ୍ଗପଟ୍ଟନମରୁ ୩୩୦ କିମି ଦୂରରେ ରହିଛି।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଉଭୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳକୁ ଆଲର୍ଟ କରାଯାଇଛି। ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ହୋଇପାରେ। ବେଳେ ବେଳେ ୯୫ କିଲୋମିିଟର ବେଗରେ ଆସି ଧକ୍କା ଦେବ। ବାତ୍ୟାପ୍ରବଣ ଓଡ଼ିଶା ଉପକୂଳ ଲାଗି ଏଥର ପବନ ସେତେ ବେଶୀ ଭୟ ଧରି ଆସୁନି। କିନ୍ତୁ ଏତେ ବର୍ଷା ହେବ ଯେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳକୁ ଆକ୍ତାମାକ୍ତା କରିଦେଇପାରେ।

୭ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଜ୍ଞାନୀ। ଖୋର୍ଧା, ପୁରୀ, ନୟାଗଡ, କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡାରେ ବି ପ୍ରବଳ ବର୍ଷା ହେବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଏହି ବର୍ଷା ଅଧିକ ପବନର କ୍ଷତିକୁ ବହୁଗୁଣିତ କରିପାରେ। ଏପରିକି ଋଷିକୂଲ୍ୟା, ବଂଶାଧାରା, ନାଗାବଳି ସମେତ ଅନେକ ଛୋଟ ବଡ ନଦୀରେ ବଡ ବନ୍ୟା ଟାଣିଆଣିଆର କ୍ଷମତା ରଖୁଛି। ରିପୋର୍ଟ ଲେଖା ହେବା ବେଳକୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଗଲାଣି। ଉପକୂଳ ଓଡ଼ିଶାର ଆକାଶ ପରିବର୍ତ୍ତନ ହେବା ଆରମ୍ଭ କରିଛି।

ବାତ୍ୟାର ପ୍ରଭାବ ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ଅଧିକ ପଭାବ ପଡିବାକୁ ଥିବା ବେଳେ ପ୍ରଶାସନ ସଜାଗ ହୋଇଛି।। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଗଜପତି ଜିଲ୍ଲାରେ ସ୍ଥାନାନ୍ତରଣ ଆରମ୍ଭ ହୋଇଛି।। ୧୫ଟି ଗାଁରୁ ୫୮୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପଶାସନ ପକ୍ଷରୁ ଆଜି ୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରବଳ ବର୍ଷା ଓ ପବନ ପାଇଁ ରାସ୍ତା ଉପରେ ଗଛ ପଡିବା ସମ୍ଭାବନା ଥିବା ବେଳେ ଗଛ କାଟି ସଫା କରିବା ନେଇ ମଧ୍ୟ ଟିମ ପ୍ରସ୍ତୁତ ଅଛନ୍ତି ।ବିଦ୍ୟୁତ ସରବରାହ ମଧ୍ୟ ଯେଭଳି ବ୍ୟାଘାତ ହେବନାହିଁ ଏବଂ ପିଇବା ପାଣିର ସମସ୍ୟା ଯେପରି ନଉପୁଜିବ ତା ଉପରେ ଦୃଷ୍ଟି ଦିଆଯାଇଛି।

ସେହିପରି ବାତ୍ୟାା ମୁକାବିଲା ପାଇଁ ସଜାଗ ରାୟଗଡା ଜିଲ୍ଲା ପ୍ରଶାସନ। ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କୁ ସତର୍କ କରାଉଛନ୍ତି । ନାଗାବଳି ନଦୀ କୂଳିଆ ଅଂଚଳରେ ଥିବା ବନ୍ୟା ଆଶ୍ରୟ ସ୍ଥଳୀକୁ ବୁଲି ଦେଖିବା ସହ ସ୍ଥିତିର ତଦାରଖ କରିଛନ୍ତି। ତଳିଆ ଅଞ୍ଚଳ ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ବାତ୍ୟା ନେଇ ସୂଚନା ଦେବା ସହ ଘରେ ପାଣି ପଶିଯିବା ଆଗରୁ ବନ୍ୟା ଆଶ୍ରୟ ସ୍ଥଳୀକୁ ଚାଲିଥିବା ପାଇଁ ପରାମର୍ଶ ଦିଆଯାଇଛି। ମାଇକ ଯୋଗେ ଗାଁରୁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯାଉଛି।

ବାତ୍ୟାର ପ୍ରଭାବ ମୁଖ୍ୟତଃ ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର,କୋରାପୁଟ, ମାଲକାନଗିରି,ନୟାଗଡ ଓ କନ୍ଧମାଳ ଜିଲ୍ଲାରେ ପଡିବାରେ। ତେଣୁ ଏହି ସବୁ ଜିଲ୍ଲାରେ ଯେକୌଣସି ପରିସ୍ଥିତର ସାମନା କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜିଲ୍ଲପାଳକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି। ପ୍ରବଳ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଭୂସ୍ଖଳନ ମଧ୍ୟ ହୋଇପାରେ। ତେଣୁ କ୍ଷୟକ୍ଷତି ପୂର୍ବରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବାତ୍ୟା ମୁକାବିଲା ପାଇଁ ଓଡିଶା ଆସୁଛି ୧୩ଟି ଏନଡିଆରଏଫ ଟିମ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଟିମ ରହିବେ । ୪୨ଟି ଓଡ୍ରାଫ ଓ ୧୦୨ରୁ ଅଧିକ ଫାୟାର ସର୍ଭିସ ମଧ୍ୟ ଏହି ସବୁ ଜିଲ୍ଲାପାଇଁ ଆଲର୍ଟ ରଖାଯାଇଛି।

ଦକ୍ଷିଣ ଓଡିଶାରେ ଅତି ଜରୁରୀ ନପଡିଲେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ରାଜଧାନୀରେ ମଧ୍ୟ ସକାଳୁ ପାଗ କୋହଲା ରହିବ ସହ ହାଲକା ହାଲକା ପବନ ହେଉଛି।ସକାଳ କିଛି ସମୟ ପାଇଁ ବର୍ଷା ହୋଇଥିଲା। ବର୍ଷା ପାଇଁ ୭ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ ୱାର୍ଣ୍ଣିଂ, ୧୦ ଜିଲ୍ଲାକୁ ୟେଲୋ ଓ ୪ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି।

Leave A Reply

Your email address will not be published.