ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ମୋଦୀଙ୍କ ଡିଜିଟାଲ ମିସନକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

0

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୭ – ସାମଗ୍ରିକ ଏବଂ ସମାବେଶୀ ସ୍ୱାସ୍ଥ୍ୟ ମଡ଼େଲ ତଥା ଗରିବ ଏବଂ ମଧ୍ୟବିତ ବର୍ଗର ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟାକୁ ଦୂର କରିବା ଦିଗରେ ଆଜି ଆୟୁଷ୍ମାନ ଭାରତ ଡ଼ିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆୟୁଷ୍ମାନ ଭାରତ- ଡ଼ିଜିଟାଲ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଦେଶରେ ଥିବା ହସ୍ପିଟାଲ ମଧ୍ୟରେ ଲୋକଙ୍କୁ ଡ଼ିଜିଟାଲ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ସଂଯୋଗ ସ୍ଥାପନ କରିବ । ଦେଶର ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତ ଏବଂ ସୁଗମ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଆଜି ନିଆଯାଇଥିବା ପଦକ୍ଷେପ ଦ୍ୱାରା ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରେକର୍ଡ ଡିଜିଟାଲରେ ସୁରକ୍ଷିତ ରହିବ ।

ସମସ୍ତେ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତରୁ ଉନ୍ନତମାନର ସ୍ୱାସ୍ଥ୍ୟସେବାର ଲାଭ ପାଇପାରିବେ । ଏହି ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ କେବଳ ଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଦକ୍ଷତା, କାର୍ଯ୍ୟକାରିତା ଏବଂ ସ୍ୱଚ୍ଛତାକୁ ଉନ୍ନତ କରିବ ନାହିଁ ବରଂ ଆର୍ଥିକ ସଂକଟରୁ ମଧ୍ୟବିତ୍ତ ଲୋକଙ୍କୁ ରକ୍ଷା କରିବାରେ ସହାୟକ ହେବ । ଆୟୁଷ୍ମାନ ଯୋଜନା ଦେଶରେ ଗରିବ ଲୋକଙ୍କ ଚିକିତ୍ସା ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଛି । ବର୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୨ କୋଟିରୁ ଅଧିକ ଲୋକମାନେ ମାଗଣା ଚିକିତ୍ସାରେ ଉପକୃତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ହିତାଧିକାରୀ ରହିଛନ୍ତି ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ଗୁରୁତ୍ୱ ଦେଉଛନ୍ତି । ଗ୍ରାମାଂଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆରୋଗ୍ୟ କେନ୍ଦ୍ର ଗୁଡିକର ନେଟୱାର୍କକୁ ସୁଦୃଢ କରାଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.