ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଶାହାରୁଖଙ୍କ ପୁଅକୁ ସାରା ରାତି ଜେରା

0

ମୁମ୍ବାଇ: ଏନସିବି ଅଫିସରେ ସାରା ରାତି କାଟିଲେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍। ସାରା ରାତି ତାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି ଏନସିବି ଅଧିକାରୀ। ଆର୍ୟନଙ୍କୁ ଗିରଫ ପରେ ଦିନିକିଆ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି। ଗିରଫ ପରେ ତାଙ୍କ ମୋବାଇଲ ଜବତ କରାଯାଇଥିବା ବେଳେ ହ୍ୱାଟସ ଆପ ଚାଟରୁ ସେ ଡ୍ରଗ୍ସ ପେଡେଲରଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିଛି। ଏଥିସହିତ ଗିରଫ ହୋଇଥିବା ସମସ୍ତଙ୍କ ହ୍ୱାର୍ଟସ ଆପ ଚାଟ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି ।

ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଆର୍ୟନଙ୍କ ଗୋଟିଏ ରାତି ଏନସିବି ଅଫିସରେ କଟିଥିବା ବେଳେ ଆଜି ଜାମିନ ଆବେଦନ କରିବେ ତାଙ୍କ ଓକିଲ। ସେ ସଫେଇ ଦେଇ କହିଛନ୍ତି, ଆର୍ୟନଙ୍କୁ ଏହି ପାର୍ଟିରେ ଅତିଥି ଭାବେ ଡକାଯାଇଥିଲା। ତାଙ୍କ ବ୍ୟାଗ ଓ ହ୍ୱାଟସ ଆପ୍ ଚାଟ୍‌ରୁ ସେଭଳି କିଛି ମିଳିନାହିଁ। ସେପଟେ ଆର୍ୟନ୍ ଗିରଫ ପରେ ସଲମାନ ଶାହାରୁଖଙ୍କୁ ଭେଟିବାକୁ ଯାଇଥିବା ଜଣାପଡିଛି। ଶାହାରୁଖ ଖାନ୍ ଫିଲ୍ମ ‘ପଠାନ’ର ସୁଟିଂ ପାଇଁ ସ୍ପେନ ଯିବାର ଥିବା ବେଳେ ପୁଅର ଗିରଫ ପରେ ସେ ଚିନ୍ତାରେ ପଡିଯାଇଛନ୍ତି ।

ଆର୍ୟନ ଖାନଙ୍କ ସମେତ ଅନ୍ୟ ୨ ଜଣଙ୍କୁ କୋର୍ଟରେ ହାଜର କରାଯିବା ପରେ ଏନସିବି ୨ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟ ଦିନକ ପାଇଁ ରିମାଣ୍ଡ ଅନୁମତି ଦେଇଥିଲେ। ଆଜି ଯାଏ ଏନସିବି ହେପାଜତରେ ରହିବେ ଆର୍ୟନ୍। ଶନିବାର ଦିନ ମୁମ୍ବାଇ ସମୁଦ୍ରରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିଲା। ଆଉ ଖବର ପାଇ ଛାପା ମାରିଥିଲା ଏନସିବି । ଡ୍ରଗ୍ସ ପାର୍ଟିରେ ଥିବା କିଙ୍ଗ ଖାନଙ୍କ ପୁଅ ଆର୍ୟନ୍ ଏନସିବି ହାବୁଡରେ ପଡିଯାଇଥିଲେ। ଆର୍ୟନଙ୍କ ସମେତ ୮ ଜଣଙ୍କୁ ନିଶା କାରବାର ଅଭିଯୋଗରେ ପ୍ରଥମେ ଅଟକ ରଖାଯାଇଥିଲା । ଏହା ପରେ ପଚରାଉଚରା ପରେ ସମସ୍ତଙ୍କୁ ଗିରଫ କରାଯାଇଥିଲା।

ଏନସିବି ମୁଖ୍ୟ କହିଛନ୍ତି ଯେ, ଗତ ୧୫ ଦିନ ପୂର୍ବରୁ ଏହି ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ନେଇ ଖବର ମିଳିଥିଲା। ଡ୍ରଗ୍ସ ଲିଙ୍କର ଯେଉଁ ସେଲିବ୍ରିଟିଙ୍କ ଓ ଧନୀ ଲୋକଙ୍କ ନାଁ ଆସିଲେ ମଧ୍ୟ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ବଲିଉଡ ଲିଙ୍କ ନେଇ ଖୋଳତାଡ଼ କରାଯିବ। ଏଥିରେ ଅନେକ ବିଲିଉଡ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଦେଶକୁ ଡ୍ରଗ୍ସ ମୁକ୍ତ କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଏନସିବି ମୁଖ୍ୟ ଏସଏନ ପ୍ରଧାନ ।

Leave A Reply

Your email address will not be published.