ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ମନ୍ତ୍ରୀ ପୁଅ ନାମରେ ହତ୍ୟା ମାମଲା, ପ୍ରିୟଙ୍କାଙ୍କୁ ଅଟକ ରଖିଲା ୟୁପି ପୁଲିସ

0

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ କାର ଚଢିବା ଘଟଣାରେ ଯୋଗୀ ସରକାର ଏବେ ଟାର୍ଗେଟରେ। ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଅଟକ। ବିଳମ୍ବିତ ରାତିରେ ପ୍ରିୟଙ୍କା ଲକ୍ଷ୍ନୌରେ ପହଞ୍ଚିବା ପରେ ଖେରୀ ଅଭିମୁଖେ ବାହାରିଥିଲେ। ହେଲେ ସୀତାପୁର ହରଗାଓଁ ନିକଟରେ ପ୍ରିୟଙ୍କାଙ୍କୁ ପୁଲିସ ନ ଛାଡି ତାଙ୍କୁ ସୀତାପୁର ଗେଷ୍ଟ ହାଉସକୁ ନେଇଯାଇଛି। ଉତ୍ତର ପ୍ରଦେଶ ପୁଲିସର ଏ ପ୍ରକାର କାର୍ଯ୍ୟାନୁଷ୍ଠାନକୁ ପ୍ରିୟଙ୍କା ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ସରକାର ଚାଷୀଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀଙ୍କ ପରିବାରକୁ ଭେଟିବାକୁ ଯିବା କଣ ଅପରାଧ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ସେପଟେ ପ୍ରିୟଙ୍କା ଅଟକ ରଖିବା ଘଟଣାରେ କଂଗ୍ରେସ କର୍ମୀ ଧାରଣା ଦେଇଛନ୍ତି। ଲକ୍ଷ୍ମୀପୁର ଖେରୀରେ ଉତ୍ତେଜନା ଜାରି ରହିଛି।

ପ୍ରିୟଙ୍କା ଗାନ୍ଧୀଙ୍କ ସହ କଂଗ୍ରେସର ଅନ୍ୟନେତାମାନେ ମଧ୍ୟ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନରେ ପୁଲିସ ଅଧିକାରୀମାନେ କଂଗ୍ରେସ ନେତା ମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ କିଛି ସ୍ଥାନରେ ଉତ୍ତେଜନା ଦେଖାଦେଇଛି। କଂଗ୍ରେସ ନେତାଙ୍କ ଗାଡି ଟୋଲ ଗେଟରୁ ଯେପରି ବାହାରି ପାରିବନି ସେ ନେଇ ବନ୍ଦୋବସ୍ତ କରାଯାଇଥିଲା।

ଲକ୍ଷ୍ମୀପର ଘଟଣା ପରେ ବିରୋଧୀ ମାନେ ଖେରୀରେ ପହଞ୍ଚିବା ଆରମ୍ଭ କଲେଣି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଘର ଆଗରେ ମଧ୍ୟ ପୁଲିସ ଛାଉଣୀ କରାଯାଇଛି। ଅଖିଳେଶ ଯାଦବ ଲକ୍ଷ୍ମୀପୁର ଖେରୀ ଯିବେ ମୃତକଙ୍କୁ ପରିବାରକୁ ଭେଟିବାକୁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଲକ୍ଷ୍ମୀପୁର ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ଆଦମୀ ପାର୍ଟିର ନେତା ସଂଜୟ ସିଂହ ମଧ୍ୟ ୟୁପି ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି, କ୍ଷମତା ନିଶାରେ ଚୁର ଏମିତି ଅହଂକାରୀ ସରକାର ସେ ଆଜି ପର୍ଯ୍ୟନ୍ତ ଦେଖିନାହାନ୍ତି। ହତ୍ୟାକାରୀଙ୍କୁ ଗିରଫ କରିବା ସହ ସିବିଆଇ ତଦନ୍ତ ଓ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ସେ କରିଛନ୍ତି।

ଲକ୍ଷ୍ମୀପୁର ଖେରୀରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଚାରି ଚାଷୀଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ର ମନ୍ତ୍ରୀ ପୁଅଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅଙ୍କ ନାଁରେ ମାମଲା ହୋଇଛି। ଅଭିଯୋଗ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କାରକେଡକୁ କଳାପତାକା ଦେଖାଉଥିବା କୃଷକଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ କାର ଚଢାଇ ଦେଇଥିଲେ। ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ୪ ଜଣ କୃଷକ ଅଛନ୍ତି। ଉତ୍ତେଜିତ କୃଷକ ଗାଡିରେ ନିଆଁ ଲଗାଇଦେବା ସହିତ ଡ୍ରାଇଭରକୁ ମଧ୍ୟ ପିଟିପିଟି ହତ୍ୟା କରିଛନ୍ତି। ପୁଲିସ କୌଣସି ବି ନେତାଙ୍କୁ ଲକ୍ଷ୍ମୀପୁର ଖେରୀ ଯିବାକୁ ସେତେବେଳେ ପର୍ଯ୍ୟନ୍ତ ଦେବନି ଯେତେବେଳେ ଯାଏ ସେଠାରେ ସ୍ଥିତି ସୁଧରୁନାହିଁ ।

Leave A Reply

Your email address will not be published.