ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଶାହାରୁଖଙ୍କ ପୁଅକୁ ସାରା ରାତି ଜେରା

0

ମୁମ୍ବାଇ: ଏନସିବି ଅଫିସରେ ସାରା ରାତି କାଟିଲେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍। ସାରା ରାତି ତାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି ଏନସିବି ଅଧିକାରୀ। ଆର୍ୟନଙ୍କୁ ଗିରଫ ପରେ ଦିନିକିଆ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି। ଗିରଫ ପରେ ତାଙ୍କ ମୋବାଇଲ ଜବତ କରାଯାଇଥିବା ବେଳେ ହ୍ୱାଟସ ଆପ ଚାଟରୁ ସେ ଡ୍ରଗ୍ସ ପେଡେଲରଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିଛି। ଏଥିସହିତ ଗିରଫ ହୋଇଥିବା ସମସ୍ତଙ୍କ ହ୍ୱାର୍ଟସ ଆପ ଚାଟ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି ।

ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଆର୍ୟନଙ୍କ ଗୋଟିଏ ରାତି ଏନସିବି ଅଫିସରେ କଟିଥିବା ବେଳେ ଆଜି ଜାମିନ ଆବେଦନ କରିବେ ତାଙ୍କ ଓକିଲ। ସେ ସଫେଇ ଦେଇ କହିଛନ୍ତି, ଆର୍ୟନଙ୍କୁ ଏହି ପାର୍ଟିରେ ଅତିଥି ଭାବେ ଡକାଯାଇଥିଲା। ତାଙ୍କ ବ୍ୟାଗ ଓ ହ୍ୱାଟସ ଆପ୍ ଚାଟ୍‌ରୁ ସେଭଳି କିଛି ମିଳିନାହିଁ। ସେପଟେ ଆର୍ୟନ୍ ଗିରଫ ପରେ ସଲମାନ ଶାହାରୁଖଙ୍କୁ ଭେଟିବାକୁ ଯାଇଥିବା ଜଣାପଡିଛି। ଶାହାରୁଖ ଖାନ୍ ଫିଲ୍ମ ‘ପଠାନ’ର ସୁଟିଂ ପାଇଁ ସ୍ପେନ ଯିବାର ଥିବା ବେଳେ ପୁଅର ଗିରଫ ପରେ ସେ ଚିନ୍ତାରେ ପଡିଯାଇଛନ୍ତି ।

ଆର୍ୟନ ଖାନଙ୍କ ସମେତ ଅନ୍ୟ ୨ ଜଣଙ୍କୁ କୋର୍ଟରେ ହାଜର କରାଯିବା ପରେ ଏନସିବି ୨ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟ ଦିନକ ପାଇଁ ରିମାଣ୍ଡ ଅନୁମତି ଦେଇଥିଲେ। ଆଜି ଯାଏ ଏନସିବି ହେପାଜତରେ ରହିବେ ଆର୍ୟନ୍। ଶନିବାର ଦିନ ମୁମ୍ବାଇ ସମୁଦ୍ରରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିଲା। ଆଉ ଖବର ପାଇ ଛାପା ମାରିଥିଲା ଏନସିବି । ଡ୍ରଗ୍ସ ପାର୍ଟିରେ ଥିବା କିଙ୍ଗ ଖାନଙ୍କ ପୁଅ ଆର୍ୟନ୍ ଏନସିବି ହାବୁଡରେ ପଡିଯାଇଥିଲେ। ଆର୍ୟନଙ୍କ ସମେତ ୮ ଜଣଙ୍କୁ ନିଶା କାରବାର ଅଭିଯୋଗରେ ପ୍ରଥମେ ଅଟକ ରଖାଯାଇଥିଲା । ଏହା ପରେ ପଚରାଉଚରା ପରେ ସମସ୍ତଙ୍କୁ ଗିରଫ କରାଯାଇଥିଲା।

ଏନସିବି ମୁଖ୍ୟ କହିଛନ୍ତି ଯେ, ଗତ ୧୫ ଦିନ ପୂର୍ବରୁ ଏହି ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ନେଇ ଖବର ମିଳିଥିଲା। ଡ୍ରଗ୍ସ ଲିଙ୍କର ଯେଉଁ ସେଲିବ୍ରିଟିଙ୍କ ଓ ଧନୀ ଲୋକଙ୍କ ନାଁ ଆସିଲେ ମଧ୍ୟ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ବଲିଉଡ ଲିଙ୍କ ନେଇ ଖୋଳତାଡ଼ କରାଯିବ। ଏଥିରେ ଅନେକ ବିଲିଉଡ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଦେଶକୁ ଡ୍ରଗ୍ସ ମୁକ୍ତ କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଏନସିବି ମୁଖ୍ୟ ଏସଏନ ପ୍ରଧାନ ।

Leave A Reply

Your email address will not be published.