ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତ

0

ଯେକୌଣସି ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ଅଛି ଭାରତ । ଚୀନ ସୀମା ସ୍ଥିତି ନେଇ ଆଜି ନୂଆ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଭି.ଆର.ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏଲଏସି ସେପଟେ ଚୀନ ବାୟୁସେନାର ଲଢୁଆ ବିମାନ ରହିଛି । ଏଲଏସିର ୩ଟି ଏୟାରବେସରେ ଚୀନ ସେନା ମୁତୟନ ଅଛନ୍ତି । ତେଣୁ ଯେକୌଣସି ପରିସ୍ଥିତି ପାଇଁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ।

ଆସନ୍ତା ୮ ତାରିଖରେ ବାୟୁସେନା ଦିବସ ପାଳନ ହେବାକୁ ଥିବା ବେଳେ ତା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ନୂଆ ବାୟୁସେନା ମୁଖ୍ୟ । କହିଛନ୍ତି, ରାଫେଲ , ଆପାଚେ ସାମିଲ ହେବା ପରେ ଶତ୍ରୁ ପକ୍ଷକୁ ଜବାବ ଦେବାରେ ଭାରତ ବେଶ ଦକ୍ଷ ହୋଇପାରିଛି । ଲଦାଖରେ ଭାରତୀୟ ବାୟୁସେନାର ଉପସ୍ଥିତି ଉଚ୍ଚ ପର୍ବତମାଳାରେ ଚୀନର ଦବଦବାକୁ ହ୍ରାସ କରିବ । ସେହିପରି ସାଇବର ଆଟାକ ଭଳି ଘଟଣାକୁ ପ୍ରତିହତ କରିବା ପାଇଁ ଭାରତୀୟ ବାୟୁସେନା ତାର ନେଟୱର୍କ ସିଷ୍ଟମକୁ ବିକଶିତ କରିଛି ବୋଲି ଭି.ଆର.ଚୌଧୁରୀ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଅନେକ ଦିନ ହେଲା ଡ୍ରୋନ ନିରୋଧୀ ଜ୍ଞାନକୌଶଳ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଭାରତ କାମ କରି ଆସୁଛି । ଯାହାକି ଆଗକୁ ସୁରକ୍ଷାବାହିନୀକୁ ବଳ ଦେବ । ସେହିପରି କୋଏମ୍ବାଟୁରରେ ମହିଳା ବ୍ରାୟୁନୋ ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ କହିଛନ୍ତି ଯେ, ଏଭଳି ଘଟଣା ପାଇଁ ବାୟୁସେନାର କଠୋର ନିୟମ ରହିଛି । ପୀଡିତାଙ୍କ ଫିଙ୍ଗର ଟେଷ୍ଟ କରାଯାଇନି । ଏନେଇ ଗଣମାଧ୍ୟରେ ଭୁଲ ଖବର ପ୍ରସାରଣ ହୋଇଥିବା ଏୟାର ଚିଫ ମାର୍ସଲ ଭି.ଆର.ଚୌଧୁରୀ କହିଛନ୍ତି ।

Leave A Reply

Your email address will not be published.