ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଫେସବୁକ ଡାଉନ ଯୋଗୁଁ ଜୁକରବର୍ଗଙ୍କୁ ହେଲା ବଡ଼ କ୍ଷତି

0

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ,ଇନଷ୍ଟା,ହ୍ୱାଟସଆପ ପୁଣି କାମ କରିବା ଆରମ୍ଭ କରିଛି । ୬ ଘଣ୍ଟା ଧରି ସର୍ଭର ଡାଉନ ପରେ ଏବେ ସବୁ ସେବା ସ୍ୱାଭାବିକ ହୋଇଛି । ମେସେଞ୍ଜର ଆପ କେବଳ ଭାରତ ନୁହେଁ, ପୁରା ବିଶ୍ୱରେ କିଛି ଘଣ୍ଟା ପାଇଁ କାମ କରିନଥିଲା । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଫେସବୁକ ସର୍ଭର ଡାଉନ ହେବାରୁ ଫେସବୁକ ସିଇଓ ଜୁକରବର୍ଗଙ୍କୁ ବଡ଼ କ୍ଷତି ସହିବାକୁ ପଡିଛି । ପାଖାପାଖି ୫୨ ହଜାର କୋଟିର କ୍ଷତି ସହିଛନ୍ତି । ଏବଂ ଧନୀ ତାଲିକାରେ ତଳକୁ ଖସିଛନ୍ତି ଜୁକରବର୍ଗ ।

ଫେସବୁକ ସହିତ, ଇନଷ୍ଟା, ହ୍ୱାଟସଆପ, ଆମେରିକା ଟେଲିକମ କମ୍ପାନୀ ଭରିଜନ,ଏଟି ଆଣ୍ଡ ଟି ଓ ଟି ମୋବାଇଲ ସର୍ଭିସ ମଧ୍ୟ କିଛି ଘଣ୍ଟା ପାଇଁ ଠପ ହୋଇଯାଇଥିଲା । ଏହାକୁ ଦେଖି ଆମେରିକା ସେୟାର ବଜାରରେ ଫେସବୁକ ସେୟାର ବିକ୍ରି ଆରମ୍ଭ ହୋଇଯାଇଥିଲା । ଓ ଗୋଟିଏ ଦିନରେ ହିଁ ଏହାର ମୂଲ୍ୟ ୦ ପ୍ରତିଶତକୁ ଖସିଆସିଥିଲା । ସେପ୍ଟେମ୍ବର ମଧ୍ୟଭାଗରୁ ଷ୍ଟକ ୧୫ ପ୍ରତିଶତ ହ୍ରାସ ପାଇଛି ।

ଫେସବୁକ ସିଇଓ ଜୁକରବର୍ଗ ସର୍ଭର ଡାଉନ ପାଇଁ ହୋଇଥିବା ଅସୁବିଧା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି । କହିଛନ୍ତି, ଫେସବୁକ,ଇନଷ୍ଟା,ହ୍ୱାଟସଆପ ପୁଣି ଅନଲାଇନକୁ ଫେରିଛନ୍ତି । କିଛି ଘଣ୍ଟା ପାଇଁ ସେବା ବାଧାପ୍ରାପ୍ତ ହୋଇଥିବାରୁ ସେ ଦୁଃଖିତ । ଫେସବୁକ ମଧ୍ୟ ଏକ ବିବୃତ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି,ଆମ ଉପରେ ନିର୍ଭର କରୁଥିବା ବିଶ୍ୱର ସମସ୍ତ ଲୋକ ସର୍ଭର ଡାଉନ ପାଇଁ ଅସୁବିଧା ଭୋଗ କରୁଥିବାରୁ ଆମେ ଦୁଃଖିତ । ଓ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ ।

ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ସୋସିଆଲ ମିଡିଆ ସର୍ଭର ଡାଉନ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଫେସବୁକ,ଇନଷ୍ଟା,ହ୍ୱାଟସଆପ, ମେସେଞ୍ଜର କିଛି ବି କାମ କରିନଥିଲା । ସୋସିଆଲ ମିଡିଆରେ ନା କିଛି ପୋଷ୍ଟ ହେଉଥିଲା ନା ମେସେଜ ପଠାଇହେଉଥିଲା । କିଛି ଟେକନିକାଲ ସମସ୍ୟା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ବେଳେ ୟୁଜର୍ସଙ୍କ ଚିନ୍ତା ବଢିଯାଇଥିଲା । ପ୍ରଥମେ ୟୁଜର୍ସ ଏହାକୁ ମୋବାଇଲ ନେଟୱର୍କ ସମସ୍ୟା ଭାବୁଥିଲେ ତ କେହି ମୋବାଇଲରେ କଣ ସମସ୍ୟା ଥିବା ଭାବିଥିଲେ । ହେଲେ ପରେ ସର୍ଭର ଡାଉନ ନେଇ ଫେସବୁକ ମାଧ୍ୟମରେ ଏନେଇ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.