ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ବାପାର ସରିଯାଉଥିବା ଆୟୁଷକୁ ବଢାଇଛି ପୁଅ

0

ଜୟପୁର: ବାପା ତୁମେ ବଞ୍ଚିବ..ନିଶ୍ଚୟ ବଞ୍ଚିବ। କରୋନା ତୁମର କିଛି କରିପାରିବନି। ନିଅ ମୋ କଲିଜା ନିଅ…ଆଉ କିଛି ଦିନ ବଞ୍ଚିଯାଅ। ସରି ସରି ଆସୁଥିବା ବାପାର ଆୟୁଷକୁ ବଢାଇଦେଇଛି ପୁଅ। ପେଟ ଚିରି ଦେଇ ଦେଇଛି କଲିଜା। ବଂଚିଯାଇଛି ବାପା। ଆଉ ଲେଖାହୋଇଛି ଯୁଗଯୁଗ ପାଇଁ ବାପା,ପୁଅ ମଧ୍ୟରେ ଥିବା ରକ୍ତର ସଂପର୍କର ନୂଆ କାହାଣୀ।

ପିଲାଟିଏ ଜନ୍ମ ହେଲା ପରେ ବାପା ତାକୁ କୋଳେଇ କାଖେଇ ବଡ଼ କରିଥାନ୍ତିା କାନ୍ଧରେ ବଶାଇ ଦୁନିଆ ଦେଖାଇଥାନ୍ତି। ଝାଳ ବୁହାଇ ରାତି ଦିନ ପରିଶ୍ରମ କରି ପିଲାଟିକୁ ଏଡିକିଟେରୁ ଏଡଟେ କରିଥାନ୍ତି। କିନ୍ତୁ ପିଲା ବଡ଼ ହେଲା ପରେ ବାପାଙ୍କ ପାଇଁ ଥିବା କତ୍ତର୍ବ୍ୟ ଠିକ ସେ କରିପାରେ ନାହିଁ। ହେଲେ ଏଠି ଏକ ବଡ଼ କର୍ତ୍ତବ୍ୟ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି ମାନ୍ୟା ହସିଜା।

ଆମେ କହୁଛୁ ରାଜସ୍ଥାନ ଜୟପୁରର ବାପା ଦୀପକ ହସିଜା ଓ ପୁଅ ମାନ୍ୟା ହସିଜାଙ୍କ କଥା। ଦୀପକ ହସିଜା କରୋନାର ଦ୍ୱିତୀୟ ଲହରରେ ହଠାତ ଅସୁସ୍ଥ ହୋଇପଡିଥିଲେ। ଆଉ ଦୀପକଙ୍କ ଲିଭର ପ୍ରତିରୋପଣର ଆବଶ୍ୟକ ପଡିଲା। ଦୀପକଙ୍କ ପାଇଁ ଯଦି ଲିଭର ଦାତା ନ ମିଳନ୍ତି ତେବେ ଅତି ବେଶୀରେ ବେଶୀ କିଛି ମାସ ବଞ୍ଚିବେ ବୋଲି ଡାକ୍ତର କହିଥିଲେ। ପରିବାର ଲୋକ ଦୀପକଙ୍କୁ ନେଇ ଚିନ୍ତାରେ ପଡିଯାଇଥିଲେ। ହେଲେ ଏତିକିବେଳେ ସାହାସ ଜୁଟାଇ ବାପାଙ୍କ ଜୀବନ ରକ୍ଷା ପାଇଁ ଆଗକୁ ଆସିଥିଲେ ପୁଅ ମାନ୍ୟ ହସିଜା।

ପରିବାର ଲୋକଙ୍କୁ କହିଥିଲେ ଯେ, ସେ ବାପାଙ୍କୁ ତାଙ୍କର ଯକୃତ ଦାନ କରିବେ। ସୌଭାଗ୍ୟବଶତଃ ତାଙ୍କ ଯକୃତ ତାଙ୍କ ବାପାଙ୍କ ଯକୃତ ସହ ମିଶିଥିଲା କିନ୍ତୁ ମାନ୍ୟାଙ୍କ ଯକୃତ ଚର୍ବିଯୁକ୍ତ ଥିଲା। ସେ ବ୍ୟାୟାମ କରି ସଠିକ ଭାବରେ ଖାଦ୍ୟ ଖାଇଥିଲେ। ଅନେକ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ସୁସ୍ଥ ଥିବା କହିଥିଲେ। ଆଉ ନିଜ ଜୀବନକୁ ବାଜିରେ ଲଗାଇ ବାପାଙ୍କ ଜୀବନ ବଂଚାଇବାକୁ ୬୫ ପ୍ରତିଶତ ଯକୃତ ଦାନ କରିଥିଲେ ପୁଅ ମାନ୍ୟା ହସିଜା। କଲିଜା ଦାନ କରି ଫାଦର୍ସ ଡେରେ ବାପାଙ୍କୁ ଦେଇଥିଲେ ନୂଆ ଜୀବନର ଉପହାର।

ପାଖାପାଖି ୧୭ ଘଣ୍ଟା ଧରି ଚାଲିଥିଲା ଅସ୍ତ୍ରୋପଚାର। ଜୀବନ ମୃତ୍ୟୁର ଏହି ସଂଘର୍ଷକୁ ସାଥୀ ହୋଇ ଲଢିଥିଲେ ବାପା, ପୁଅ। ଏବେ ଅସ୍ତ୍ରୋପଚାର ପରେ ବାପା , ପୁଅ ଉଭୟ ସୁସ୍ଥ ଅଛନ୍ତି । ପରିବାର କହିଲେ ସବୁ କିଛି। କିନ୍ତୁ ଯେତେବେଳେ ଏହାକୁ ପ୍ରମାଣ କରିବାର ସମୟ ଆସେ ଅସୁବିଧା ସମୟରେ ପରିବାର ସାଂଗେ କେଉଁମାନେ ଛିଡା ହୁଅନ୍ତ ତ କେଉଁମାନେ ଦୂରେଇ ଯାଆନ୍ତି। କିନ୍ତୁ ଏଠିୁ ମାନ୍ୟା ହସିଜା ପ୍ରମାଣ କରି ଦେଖାଇଛନ୍ତି ଯେ ତାଙ୍କ ପାଇଁ ତାଙ୍କ ପରିବାର ଠାରୁ ବଳି ଆଉ କିଛି ନାହିଁ। ଏବେ ମାନ୍ୟା ପିତୃଋଣ ସୁଝି ଯେଭଳି ଭାବେ ବାପାଙ୍କ ଜୀବନ ବଞ୍ଚାଇଲେ ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି।

Leave A Reply

Your email address will not be published.