ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ତାଲିବାନ ପାଇଁ ଆଇଏସ ବିପଦ!

0

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ପାଇଁ ଅନ୍ୟ ଆତଙ୍କବାଦୀ ସଂଗଠନ ଏକ ସମସ୍ୟା ହୋଇ ରହିଛନ୍ତି। କ୍ଷମତା ଦଖଲ ପରେ ତାଲିବାନ ପକ୍ଷରୁ ଲଗାତର ଗିରଫଦାରୀ କରାଯାଉଛି। ଏବେ ତାଲିବାନ ଇସଲାମିକ ଷ୍ଟେଟ(ଆଇଏସ)ର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କୁ ଆଫଗାନିସ୍ତାନରୁ ଗିରଫ କରାଯାଇଥିବା ବେଳେ ବହୁ ଦସ୍ତାବିଜ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ତାଲିବାନର ମୁଖ୍ୟ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି।

ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ମଙ୍ଗଳବାର ରାତିରେ କାବୁଲର ପାଗାମ ଜିଲ୍ଲାର ପାଶାଇ ଅଂଚଳରେ ସ୍ୱତନ୍ତ୍ର ୟୁନିଟ ଫୋର୍ସ ଦ୍ୱାରା ଅପରେସନ ଆରମ୍ଭ କରାଯାଇଥିଲା। ଅଗଷ୍ଟ ୧୫ରେ ତାଲିବାନ ରାଜଧାନୀ କାବୁଲକୁ ନିୟନ୍ତ୍ରଣ କରିବା ପରେ ପୂରା ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲା। କିନ୍ତୁ ଆଇଏସକେ(ଇସଲାମିକ ଷ୍ଟେଟ ଖୋରାସାନ) ନାମକ ଗ୍ରୁପରୁ ଦେଶର ସୁରକ୍ଷା ପ୍ରତି ବିପଦ ରହିଛି , ଏହି ଗ୍ରୁପ ହେଉଛି ଆଇଏସର ସହଯୋଗୀ।
ଆମେରିକା ସେନା ଆଫଗାନିସ୍ତାନ ଛାଡିବା ପରେ ତାଲିବାନୀଙ୍କ ମହଜୁଦରେ ମଧ୍ୟ ଏହି ଆତଙ୍କୀ ଗୋଷ୍ଠୀ ଆକ୍ରମଣକୁ ତୀବ୍ର କରିଛି।

ଗତ ମାସରେ କାବୁଲରେ ହୋଇଥିବା ଦୁଇଟି ବୋମା ବିସ୍ଫୋରଣ ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲା। ଇସଲାମିକ ଷ୍ଟେଟ ଦାବି କରିଛି ଯେ, ମଙ୍ଗଳବାର ରାତିରେ ରାଜଧାନୀ କାବୁଲର ଉତ୍ତର ପୂର୍ବ କୁନାର ପ୍ରଦେଶରେ ତାଲିବାନ ସଦସ୍ୟ ବିସ୍ଫୋରକ ସାମଗ୍ରୀ ନେଇଯାଉଥିବା ଏକ ଗାଡିକୁ ଟାର୍ଗେଟ କରିଥିଲେ ଆଇଏସ ଆତଙ୍କୀ, ଯେଉଁଥିରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ସେହିପରି ରବିବାର ଦିନ କାବୁଲର ଇଦଗା ମସଜିଦ ଉପରେ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଏହି ସଂଗଠନ, ଯେଉଁଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।

ଅଗଷ୍ଟ ୨୬ରେ କାବୁଲରେ ହୋଇଥିବା ବିସ୍ଫୋରଣରେ ୧୬୯ରୁ ଅଧିକ ଆଫଗାନିସ୍ତାନ ଓ ୧୩ ଜଣ ଆମେରିକା ସେନାଙ୍କ ମୃତ୍ୟୁ ହୋଇଥିଲା। ଏହି ବିସ୍ଫୋରଣ ମଧ୍ୟ ଆଇଏସ-କେ ଆତଙ୍କୀ ସଂଗଠନ କରିଥିଲା। ସେବେଠୁ ଆଇଏସ ସେଲକୁ ହଟାଇବା ପାଇଁ ତାଲିବାନ ମଧ୍ୟ ଅନେକ ଆକ୍ରମଣ କଲାଣି। ୨୦୧୯ରେ ଆଫଗାନିସ୍ତାନର ପୂର୍ବ ଭାଗରେ ଆଇଏସ ଆତଙ୍କୀଙ୍କ ବିରୋଧରେ ଆମେରିକାର ଏକ ଅଭିଯାନ ଦୁର୍ବଳ ହେବା ପରେ ୨୦୨୦ରେ ଦେଶରେ ଆଇଏସ ପୁଣି ଥରେ ଉଭା ହୋଇଥିଲେ। ତାଲିବାନ ଓ ଆଇଏସଙ୍କ ମଧ୍ୟରେ ବଢୁଥିବା ପ୍ରତିଦ୍ୱନ୍ଦିତାରେ ଜଲାଲାବାଦ ଏକ ଫ୍ଲାସପଏଂଟ ଭାବେ ଉଭା ହୋଇଛି। ଆଫଗାନରେ କ୍ଷମତା ପରିବର୍ତ୍ତନ ଏଠାରେ ଅଧିକ ଆକ୍ରମଣ ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.