ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଶପଥ ନେଲେ ଦୁଇ ବିଚାରପତି

0

ଜଷ୍ଟିସ ଯଶୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ଶପଥ ପାଠ କରାଇଲେ ଜଷ୍ଟିସ୍ ଏସ୍ ମୁରଲୀଧର

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ ଯଶୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ଶପଥ ଗ୍ରହଣ ନେଇଛନ୍ତି। ହାଇକୋର୍ଟ ପରିସରସ୍ଥ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଗତକାଲି ହାଇକୋର୍ଟ ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ବିଦାୟ ସମ୍ବର୍ଧନା ଦିଆଯାଇଥିଲା। ସେ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇଛନ୍ତି।

ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଯଶୱନ୍ତ ସିଂହ କାର୍ଯ୍ୟ କରୁଥିଲେ। ସେହିଭଳି କୋଲକାତା ହାଇକୋର୍ଟରେ ବିଚାରପତି ଥିଲେ ଜଷ୍ଟିସ ଅରିନ୍ଦମ ସିହ୍ନା। ଏଥିସହିତ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଏବେ ବି ୧୩ଟି ପଦବି (ମୋଟ ଅନୁମୋଦିତ ପଦବି ସଂଖ୍ୟା ୨୭) ଖାଲି ରହିଛି। ନିକଟରେ ଆଉ ଚାରିଜଣ ବିଚାରପତିଙ୍କୁ ନିଯୁକ୍ତି ଦେବା ନେଇ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ କରିଛନ୍ତି। ଏହାକୁ ଯଦି କେନ୍ଦ୍ର ସରକାର ଅନୁମୋଦନ ଦିଅନ୍ତି, ତେବେ ଓଡ଼ିଶା ବିଚାର ବ୍ୟବସ୍ଥାରେ ଗୋଟିଏ ବଡ ପ୍ରଭାବ ରହିପାରିବ।

ଏଠାରେ ଉଲ୍ଲେଖଥାଉକି, ବିଚାରପତି ଯଶଓ୍ବନ୍ତ ସିଂହ ୧୯୬୧ ମସିହା ଫେବ୍ରୁଆରି ୨୩ରେ ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୦ରେ ମହର୍ଷି ଦୟାନନ୍ଦ ବିଦ୍ୟାଳୟରୁ ଆଇନ ଡିଗ୍ରି ହାସଲ କରିଥିଲେ। ପରେ ଏମବିଏ କରିଥିଲେ। ୧୯୮୬ରେ ଆଇନଜୀବୀ ଭାବେ କାମ ଆରମ୍ଭ କରିଥିଲେ ଓ ୨୦୦୭ ଡିସେମ୍ବର ୭ ତାରିଖରେ ହରିୟାଣା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ।

ସେହିଭଳି ‌୧୯୬୫ ମସିହା ସେପ୍ଟେମ୍ବର ୨୨ରେ ଜଷ୍ଟିସ ଅରିନ୍ଦମ ସିହ୍ନା ଜନ୍ମ ଗ୍ରହଣ କରିଥିଲେ। ୧୯୯୧, ମାର୍ଚ୍ଚ ୧୧ରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୩, ଅକ୍ଟୋବର ୩୦ରେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ।

Leave A Reply

Your email address will not be published.