ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ବିଜେପିରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ଜେଲ ଯିବେ ନା ‘ମନ୍ନତ’?

0

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ ଖାନ୍ ଜେଲ ଯିବେ ନା ବେଲ ମିଳିବ? ଆଜି ଦିନ ୧୧ଟାରେ ମୁମ୍ବାଇ ଏନଡିପିଏସ କୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନରୁ ଶୁଣାଣି ଅଛି। ଦିନ ୧୧ଟା ପରେ ସ୍ପଷ୍ଟ ହେବ ଯେ ସେ ଜେଲ ଯିବେ ନା ମନ୍ନତ ଫେରିବେ। ଗତକାଲି ଆର୍ୟନଙ୍କ ସମେତ ୭ ଅଭିଯୁକ୍ତଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ତେବେ ଶୁଣାଣି ସରିବା ବେଳକୁ ସନ୍ଧ୍ୟା ହୋଇଯାଇଥିବାରୁ ସମସ୍ତଙ୍କୁ ରାତିରେ ଏନସିବି କାର୍ଯ୍ୟାଳୟରେ ରଖାଯାଇଥିଲା।

ଗତକାଲି ରିମାଣ୍ଡ ଅବଧି ସରିବା ପରେ ମୁମ୍ବାଇ କୋର୍ଟରେ ଗିରଫ ଅଭିଯୁକ୍ତଙ୍କୁ ଏନସିବି ହାଜର କରିଥିଲା। ଏନସିବି କୋର୍ଟରେ କହିଥିଲା ଯେ, ଆର୍ୟନ ଖାନଙ୍କ ପାଖରୁ କିଛି ମିଳିନାହିଁ। କିନ୍ତୁ ଅଭିଯୁକ୍ତଙ୍କୁ ଅକ୍ଟୋବର ୧୧ ଯାଏଁ ରିମାଣ୍ଡରେ ନେବାକୁ ଚାହୁଁଛନ୍ତି। କୋର୍ଟ ଏନସିବିର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। କୋର୍ଟ ସ୍ପଷ୍ଟ ଭାବେ ଏନସିବିକୁ କହିଥିଲେ ଯେ, ତୁମକୁ ବହୁତ ସମୟ ଦିଆଯାଇଛି, ଯାହା ଯଥେଷ୍ଟ। କୋର୍ଟରେ ମାମଲାରେ ଶୁଣାଣି ଆରମ୍ଭରୁ ହିଁ ସ୍ପଷ୍ଟ ହୋଇଯାଇଥିଲା ଯେ, ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ନେବାକୁ ଏନସିବିକୁ ଅନୁମତି ଦେବେନାହିଁ।

ଏବେ ଏହି ମାମଲାରେ ଆର୍ୟନଙ୍କ ଓକିଲ ଜାମିନ ପାଇଁ ଦୁଇଟି ଆବେଦନ କରିଛନ୍ତିା ଗୋଟିଏ ମଧ୍ୟବତ୍ତି ଜାମିନ ଆବେଦନ ଆଉ ଗୋଟେ ନିୟମିତ ଜାମିନ ଆବେଦନ। ଏବେ ଦିନ ୧୧ଟାରେ କୋର୍ଟଙ୍କ ନିଷ୍ପତିକୁ ସମସ୍ତଙ୍କ ଅପେକ୍ଷା। କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିବା ବେଳେ ଧରାପଡିଥିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍। ତାଙ୍କୁ ଗିରଫ କରିବା ପରେ ପ୍ରଥମେ ଗୋଟିଏ ଦିନ ପାଇଁ ହେପାଜତକୁ ନେଇଥିଲା ଏନସିବି। ଏହା ପରେ କୋର୍ଟରେ ହାଜର କରାଯିବା ପରେ ୭ ତାରିଖ ଯାଏଁ ପୁଣି ଏନସିବି ନିଜ ହେପାଜତକୁ ନେଇଥିଲା।

ବିଦେଶୀ ଡ୍ରଗ୍ସ ପ୍ୟାଡେଲରଙ୍କ ସହ ସେ ସଂପର୍କରେ ଥିବା ତାଙ୍କ ହ୍ୱାଟସ ଆପ ଚାଟରୁ ମିଳିଥିବା କୋର୍ଟକୁ ଜଣାଇଛି ଏନସିବି। ଆମେରିକା ଓ କାଲିଫର୍ଣ୍ଣିଆରେ ସେ ପଢୁଥିବା ବେଳେ ଡ୍ରଗ୍ସ ସେବନ କରୁଥିବା ଏନସିବି କୋର୍ଟକୁ କହିଛି। ସେପଟେ ଡ୍ରଗ୍ସ ମାମଲାରେ ବିଦେଶୀ ଲିଙ୍କର ଖୋଳତାଡ଼ କରିବ ଏନସିବି। ଗତକାଲି ଜଣେ ବିଦେଶୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନିକଟରୁ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଛି।

Leave A Reply

Your email address will not be published.