ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କୀ

0

ଜମ୍ମୁ କାଶ୍ମୀର: ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ। ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର କରାଯାଇଛି। ଅନନ୍ତନାଗରେ ଓ ବାନ୍ଦିପୋରାରେ
ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଅନନ୍ତନାଗରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।
ସେହିପରି ବାନ୍ଦିପୋରାରେ ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କବାଦୀ ଟଳିପଡିଛି।

ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଜାରି ରହିଛି। ଗୋଟେ ପିସ୍ତଲ ଓ ଗ୍ରେନେଡ ଜବତ କରାଯାଇଛି। ଅନନ୍ତନାଗରେ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ଇମତିଆଜ ଅହମ୍ମଦ ଦାର ବୋଲି କୁହାଯାଉଛି, ଯିଏ ଲସ୍କର-ଏତୋଇବା ସହ ଜଡ଼ିତ ଥିଲା। ନିକଟରେ ଶାହାଗୁଣ୍ଡରେ ସାଧାରଣ ଲୋକଙ୍କ ହତ୍ୟାରେ ଇମତିଆଜ ସଂପୃକ୍ତ ଥିଲା।

ଏବେ ବି ବାନ୍ଦିପୋରାରେ ସର୍ଚ୍ଚ ଅପରେସନ ଜାରି ରହିଛି। ବାନ୍ଦିପୋରାରେ ଏହା ଦ୍ୱିତୀୟ ଏନକାଉଣ୍ଟର। ଏହା ପୂର୍ବରୁ କୋକରନାଗରେ ମଧ୍ୟ ଏକ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଥିଲା। ଆଜିକାଲି କାଶ୍ମୀରରେ ସାଧାରଣ ଲୋକଙ୍କୁ ହତ୍ୟା ଘଟଣା ସାମନାକୁ ଆସୁଥିବା ବେଳେ ଆତଙ୍କବାଦୀଙ୍କ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ଏକ ନୂତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ପ୍ରଶାସନ ସହ ଆଲୋଚନା କରିଛି। ଏକଥା ବି କୁହାଯାଇଛି ଯେ ସୁରକ୍ଷା ଏଜେନ୍ସି ଓ ଗୁପ୍ତଚର ଏଜେନ୍ସିଙ୍କ ଠାରୁ କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ସବିଶେଷ ତଥ୍ୟ ମଗାଯାଇଛି ।

Leave A Reply

Your email address will not be published.