ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଆଜିଠୁ ରାତି ୮ ପରେ ବାହାରିବା ମନା..

0

ଭୁବନେଶ୍ବର: ପାର୍ବଣ ପାଇଁ ଆଜିଠୁ କଡାକଡି ହେବ ନାଇଟ କର୍ଫ୍ୟୁ। ଟୁଇନସିଟିରେ ଆଜିଠୁ ୧୦ ଦିନ ଧରି ରାତି ୮ରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ। ପାର୍ବଣ ସମୟରେ ବଜାରରେ ଅଧିକ ଭିଡ ହେବାର ଆଶଙ୍କା ରହିଛି। ଏବେ ବି ସଂକ୍ରମଣ ୫୦୦ ଉପରେ ରହୁଛି। କଟକ, ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। ପାର୍ବଣରେ ସଂକ୍ରମଣ ଅଧିକ ବଢିବାର ସମ୍ଭାବନା ଥିବାରୁ ଟୁଇନସିଟି ଉପରେ କଡ଼ା ନଜର ରଖିଛି କମିସନରେଟ ପୁଲିସ।

ନାଇଟ କର୍ଫ୍ୟୁ ସମୟରେ ଅମାନିଆ ଉପରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ନେବ। ପୂଜାରେ ସହରକୁ ଜଗିବା ପାଇଁ ୧୦୦ ଜଣ ଅଧିକାରୀଙ୍କ ନେତୃତ୍ୱରେ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରାତି ୮ଟା ସୁଦ୍ଧା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। କଟକ ଭୁବନେଶ୍ୱରରେ ମୁଖ୍ୟ ଛକରେ ପୁଲିସ
ମୁତୟନ ରହିବେ। ନାଇଟ କର୍ଫ୍ୟୁ କଡ଼ାକଡି ପାଳନ ପାଇଁ ରାତିରେ ସ୍ପେଶାଲ ସ୍କ୍ୱାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକରେ ପୁଲିସରେ ପାଟ୍ରୋଲିଂ କରିବ।

ସ୍ୱେଶାଲ ସ୍କ୍ୱାର୍ଡ ପିସିଆରେ ବଦଳରେ ବାଇକରେ ପାଟ୍ରୋଲିଂ କରିବେ। ବିଶୃଙ୍ଖଳକାରୀମାନେ ନିୟମ ନମାନିଲେ ସେମାନଙ୍କଠୁ ମୋଟା ଅଙ୍କର ଫାଇନ ଆଦାୟ କରାଯିବ। ଏପରିକି ଆବଶ୍ୟକ ପଡିଲେ ଅମାନିଆଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ଚେତାବନୀ ଦେଇଛି କମିସନରେଟ ପୁଲିସ। ସେହିପରି ମଦୁଆଙ୍କୁ ଧରିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ପ୍ରସ୍ତୁତ କରାଯାଇଛି। ବେଆଇନ ମଦ କାରବାର ଉପରେ ରୋକ ଲଗାଇବାକୁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ ତିଆରି ହୋଇଛି । ପୂଜାରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂଜା ଆରମ୍ଭ ହେବାରୁ ପୁଲିସ ୪୧ ଜଣଙ୍କୁ ଗିରଫ କରି ଜେଲ ପଠାଇସାରିଥିବା
ବେଳେ ଆଉ ୨୦୩ ଜଣଙ୍କୁ ଧରିବାକୁ ତାଲିକା ପ୍ରସ୍ତୁତ କରିଛି।

ପୂଜାରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ତା ଉପରେ ନଜର ରହିଛି। ସେହିପରି ବଜାରରେ ଅଯଥା ଭିଡ଼ ନକରି କରୋନା ନିୟମ ମାନିବାକୁ କମିସନରେଟ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.