ପ୍ରମୁଖ ଖବର

ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲ୍ ଦୋଷୀ, ମରିବା ଯାଏଁ ଜେଲ୍‌, ୧.୪ ଲକ୍ଷ ଟଙ୍କା ଜରିମାନା
ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ; ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ
ଧାନର ଏମଏସ୍‌ପି ୬୯ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର
ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ: ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର, ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା।
ପୁଣି ଜଣକୁ ଦଳିଦେଲା ଆମ ବସ୍‌: ଖଣ୍ଡଗିରିରେ ରାସ୍ତାରୋକ ଭାଙ୍ଗିଦେଲେ ୮ ବସ୍‌
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର; ବେସାମରିକ ସେବାରେ ବୟସ ସୀମା ୪୨କୁ ବୃଦ୍ଧି
ପ୍ରବଳ ବର୍ଷା ନେଇ ଆଲର୍ଟ; ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ: ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

ଆଜିଠୁ ରାତି ୮ ପରେ ବାହାରିବା ମନା..

0

ଭୁବନେଶ୍ବର: ପାର୍ବଣ ପାଇଁ ଆଜିଠୁ କଡାକଡି ହେବ ନାଇଟ କର୍ଫ୍ୟୁ। ଟୁଇନସିଟିରେ ଆଜିଠୁ ୧୦ ଦିନ ଧରି ରାତି ୮ରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ। ପାର୍ବଣ ସମୟରେ ବଜାରରେ ଅଧିକ ଭିଡ ହେବାର ଆଶଙ୍କା ରହିଛି। ଏବେ ବି ସଂକ୍ରମଣ ୫୦୦ ଉପରେ ରହୁଛି। କଟକ, ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। ପାର୍ବଣରେ ସଂକ୍ରମଣ ଅଧିକ ବଢିବାର ସମ୍ଭାବନା ଥିବାରୁ ଟୁଇନସିଟି ଉପରେ କଡ଼ା ନଜର ରଖିଛି କମିସନରେଟ ପୁଲିସ।

ନାଇଟ କର୍ଫ୍ୟୁ ସମୟରେ ଅମାନିଆ ଉପରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ନେବ। ପୂଜାରେ ସହରକୁ ଜଗିବା ପାଇଁ ୧୦୦ ଜଣ ଅଧିକାରୀଙ୍କ ନେତୃତ୍ୱରେ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରାତି ୮ଟା ସୁଦ୍ଧା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। କଟକ ଭୁବନେଶ୍ୱରରେ ମୁଖ୍ୟ ଛକରେ ପୁଲିସ
ମୁତୟନ ରହିବେ। ନାଇଟ କର୍ଫ୍ୟୁ କଡ଼ାକଡି ପାଳନ ପାଇଁ ରାତିରେ ସ୍ପେଶାଲ ସ୍କ୍ୱାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକରେ ପୁଲିସରେ ପାଟ୍ରୋଲିଂ କରିବ।

ସ୍ୱେଶାଲ ସ୍କ୍ୱାର୍ଡ ପିସିଆରେ ବଦଳରେ ବାଇକରେ ପାଟ୍ରୋଲିଂ କରିବେ। ବିଶୃଙ୍ଖଳକାରୀମାନେ ନିୟମ ନମାନିଲେ ସେମାନଙ୍କଠୁ ମୋଟା ଅଙ୍କର ଫାଇନ ଆଦାୟ କରାଯିବ। ଏପରିକି ଆବଶ୍ୟକ ପଡିଲେ ଅମାନିଆଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ଚେତାବନୀ ଦେଇଛି କମିସନରେଟ ପୁଲିସ। ସେହିପରି ମଦୁଆଙ୍କୁ ଧରିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ପ୍ରସ୍ତୁତ କରାଯାଇଛି। ବେଆଇନ ମଦ କାରବାର ଉପରେ ରୋକ ଲଗାଇବାକୁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ ତିଆରି ହୋଇଛି । ପୂଜାରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂଜା ଆରମ୍ଭ ହେବାରୁ ପୁଲିସ ୪୧ ଜଣଙ୍କୁ ଗିରଫ କରି ଜେଲ ପଠାଇସାରିଥିବା
ବେଳେ ଆଉ ୨୦୩ ଜଣଙ୍କୁ ଧରିବାକୁ ତାଲିକା ପ୍ରସ୍ତୁତ କରିଛି।

ପୂଜାରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ତା ଉପରେ ନଜର ରହିଛି। ସେହିପରି ବଜାରରେ ଅଯଥା ଭିଡ଼ ନକରି କରୋନା ନିୟମ ମାନିବାକୁ କମିସନରେଟ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.