ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଦିନେ ଏଠାରେ ନରବଳି ଦିଆଯାଉଥିଲା!

0

ଭୁବନେଶ୍ୱର: ପାଟଣାଗଡ ବା ବଲାଙ୍ଗୀରର ପାଟଣେଶ୍ୱରୀ ଯେଭଳି ଆରାଧ୍ୟା ଦେବୀ, ସେମିତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜଉଆସ ପରିସରରେ ମାଆ ମାଣିକେଶ୍ୱରୀ ପୂଜା ପାଆନ୍ତି। ଏଠାରେ ଦେବୀ ପୂଜାର ମହତ୍ତ୍ୱ ନିଆରା। ଏକଦା ଏଠାରେ ନରବଳି ଦିଆଯାଉଥିବା ପ୍ରବାଦ ଅଛି। 

କିମ୍ୱଦନ୍ତୀ କହେ, ନାଗବଂଶୀ ରାଜା ଫତେ ନାରାୟଣ ଦେଓ ବିପତ୍ତିରୁ ରକ୍ଷାପାଇବା ପାଇଁ ଭବାନୀପାଟଣା ଠାରେ ଆଦିବାସୀ ପୂଜିତା ଦେବୀ ମାଆ ମାଣିକେଶ୍ୱରୀଙ୍କ ଶରଣାପନ୍ନ ହୋଇଥିଲେ। ଆଉ ମାଣିକେଶ୍ୱରୀଙ୍କୁ ନିଜର ଇଷ୍ଟ ଦେବୀ ରୂପେ ପୂଜା କରୁଥିଲେ। ମନ୍ଦିରରେ ମହାକାଳ ଭୈରବ ବୁଢ଼ା ରାଜା ନାମରେ ପୂଜା ପାଇଥାନ୍ତି। ତାଙ୍କ ମନ୍ଦିରର ଦ୍ୱାର ବର୍ଷସାରା ବନ୍ଦ ଥିବା ବେଳେ କେବଳ ମହାଷ୍ଟମୀ, ଦଶହରା ଦିନ ମଧ୍ୟ ରାତ୍ରରେ ଖୋଲାଯାଇ ଗଣ୍ଡ ପୂଜା ହୋଇଥାଏ। କଳାହାଣ୍ଡି ଜିଲ୍ଲାର ଥୂଆମୂଳ ମାଣିକେଶ୍ୱରୀଙ୍କ ଆଦ୍ୟପୀଠ ବୋଲି କୁହାଯାଏ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ୟତୀତ ଥୂଆମୂଳ, ଥୂଆମୂଳ-ରାମପୁର, ଯୁଗସାଇ ପାଟଣା ଓ କାଶୀପୁର ଠାରେ ମାଣିକେଶ୍ୱରୀଙ୍କ ମନ୍ଦିର ଥିବାବେଳେ ମୁଖିଗୁଡ଼ା ନିକଟରେ ଥିବା ତାଳଗୁଡଠାରେ ଡୋକରୀ ମନ୍ଦିର ରହିଛି।

ମାଆ ମାଣିକେଶ୍ୱରୀଙ୍କ ଆଶ୍ୱିନ ମାସରେ ଅନୁଷ୍ଠିତ ହୋଇଥିବା ଛତର୍‍ ଯାତ୍ରା ସର୍ବଶ୍ରେଷ୍ଠ ଓ ପ୍ରସିଦ୍ଧ ଯାତ୍ରା। ମହାଷ୍ଟମୀର ମଧ୍ୟରାତ୍ରରେ ମାଆ ମାଣିକେଶ୍ୱରୀଙ୍କ ପୀଠରେ ଛାଗଳ, ମହାପଶୁ(ପୋଢ଼),ବନ୍ୟ ପଶୁ (ବାରହା) ଆଦି ବଳି ଦିଆଯାଏ। ପୂର୍ବରୁ ମାଆଙ୍କ ସମ୍ମୁଖରେ ମେରିଆ ବା ନରବଳି ଦିଆଯାଉଥିଲା। ବିଜୟା ଦଶମୀ ତିଥିରେ ଭବାନୀପାଟଣା ସହରର ନକଟିଗୁଡାର ଲାଖମରା ପଡ଼ିଆକୁ ମାଆ ମାଣିକେଶ୍ୱରୀଙ୍କ ଛତର୍‍କୁ ନିଆଯାଇଥାଏ। ସେଠାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ସହ ଲାଖବିନ୍ଧା ଯାଇଥାଏ। ପୂଜାମଣ୍ଡପ ନିକଟରେ ଥିବା ଆମ୍ୱଗଛ ଉପରେ ଛୋଟଛୋଟ ହାଣ୍ଡିରେ ନିର୍ମିତ ଲାଖ ବନ୍ଧା ଯାଇଥାଏ। ଲାଖମରା ସରିବା ପରେ ମାଆଙ୍କ ଛତର୍‍କୁ ମନ୍ଦିରକୁ ଅଣାଯାଇଥାଏ। ଏହାକୁ ବାହୁଡା ଛତର୍‍ ଯାତ୍ରା କୁହାଯାଏ।

ଲୋକ ବିଶ୍ୱାସ ରହିଛି, ମାଆ ମାଣିକେଶ୍ୱରୀ ବର୍ଷକେ ଥରେ ଛତର୍‍ ଭାବେ ବାହାରକୁ ଆସି ଭକ୍ତମାନଙ୍କ ଦୁଃଖ ଶୁଣିଥାଆନ୍ତି। 

Leave A Reply

Your email address will not be published.