ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଆଜି ବି ବଢିଲା ତୈଳ ଦର…

0

ଭୁବନେଶ୍ବର: ଆଜି ବି ବଢିଲା ତେଲ ଦର। ଦେଶରେ କ୍ରମାଗତ ଭାବରେ ତୈଳ ଦର ବଢିଚାଲିଛି। ଲଗାତର ସପ୍ତମ ଦିନରେ ତୈଳ ଦର ବୃଦ୍ଧି ପାଇଛି।ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। ୧୦ ଦିନରେ ପେଟ୍ରୋଲ ମୂଲ୍ୟରେ ୨ ଟଙ୍କା ୮୦ ପଇସା ବୃଦ୍ଧି ହୋଇଛି। ସେହିପରି ୧୦ ଦିନରେ ଡିଜେଲ ୩ଟଙ୍କା ୩୦ ପଇସା ବଢିଛି। ଦର ବୃଦ୍ଧିକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୧୦୪.୪୪ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୯୩.୧୭ ଟଙ୍କାରେ ପହଞ୍ଚିଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୮୨ ଡଲାର ଅତିକ୍ରମ କରିଛି।

ଦେଶର ୨୬ଟି ରାଜ୍ୟରେ ପେଟ୍ରୋଲ ଦର ଶତକ ଉପରେ ରହିଛି>ଜମ୍ମୁ କାଶ୍ମୀର, ଆନ୍ଧ୍ର ପ୍ରଦେଶ, ବିହାର,ମହାରାଷ୍ଟ୍ର, କର୍ଣ୍ଣାଟକ,ମଣିପୁର, ନାଗାଲାଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼,ଦିଲ୍ଲୀ, ପୁଡୁଚେରୀ ,ତେଲେଙ୍ଗାନା, ପଞ୍ଜାବ,ସିକିମ, ଓଡିଶା, ପଶ୍ଚିମବଙ୍ଗ, ତ୍ରିପୁରା, ରାଜସ୍ଥାନର ସବୁ ଜିଲ୍ଲାରେ ପେଟ୍ରୋଲ ଦର ଶହେ ପାର କରିସାରିଥିବା ବେଳେ ଡିଜେଲ ଦର ମଧ୍ୟ ଶହେ ପାଖାପାଖି ରହିଛି। ପ୍ରତିଦିନ ସକାଳ ୬ଟାରେ ଆଇଓସିଏଲ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି
କରିଥାଏ।

Leave A Reply

Your email address will not be published.