ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଶେଷରେ ତାରିଖ ଘୋଷଣା କଲେ ସଲମାନ..

0

ମୁମ୍ବାଇ: ବଲିଉନ ସୁପରଷ୍ଟାର ସଲମାନ ଖାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ଫିଲ୍ମ ‘ରାଧେ’ର ରିଲିଜ ପରେ ଏବେ ସଲମାନଙ୍କ ଫିଲ୍ମ ‘ଅନ୍ତିମ’ର ରିଲିଜ ତାରିଖ ଘୋଷଣା ହୋଇଛି। ନିଜେ ସଲମାନ ଖାନ ସୋସିଆଲ ମିଡିଆରେ ଏନେଇ ଜଣାଇଛନ୍ତି।

ସଲମାନ ଖାନ ଇନଷ୍ଟାଗ୍ରାମରେ ଫିଲ୍ମର ମୋସନ ପୋଷ୍ଟର ସେୟାର କରିଛନ୍ତି। ଏଥିରେ ତାଙ୍କୁ ଶିଖ୍ ଲୁକ୍‌ରେ ଦେଖିବାକୁ ମିଳିବ। ପୋଷ୍ଟର ସହିତ ସଲମାନ ଫିଲ୍ମର ସବିଶେଷ ତଥ୍ୟ ଦେଇଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଅନ୍ତିମ’ ୨୬ ନଭେମ୍ବର ୨୦୨୧ରେ ଦେଶର ସମସ୍ତ ଥିଏଟର୍ସରେ ରିଲିଜ ହେବାକୁ ଯାଉଛି। ଜି ଓ ପୁନିତ ଗୋଏଙ୍କା ସହ କାମ କରିବା ବହୁତ ଚମତ୍କାର। ଆମେ ଏକାଠି ରେସ ଥ୍ରୀ, ଲଭୟାତ୍ରୀ,ଭାରତ, ଦବଙ୍ଗ ଥ୍ରୀ, କାଗଜ ଓ ରାଧେ ଭଳି ଫିଲ୍ମରେ କାମ କରିଛୁ।

ଫିଲ୍ମ ‘ଅନ୍ତିମ’ ଦ ଫାଇନାଲ ଟ୍ରୁଥରେ ବହୁ ସମୟ ପରେ ସଲମାନ ଖାନଙ୍କୁ ଶିଖ୍‌ ଭୁମିକାରେ ଦେଖିବାକୁ ମିଳିବ। ମହେଶ ମାଞ୍ଜେରକର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଆୟୁଷ ଶର୍ମା ଓ ପ୍ରଜ୍ଞା ଜୟାସୱାଲ ନଜର ଆସିବେ। ଏହି ବର୍ଷ ସଲମାନଙ୍କ ଫିଲ୍ମ ‘ରାଧେ’ ବି ରିଲିଜ ହୋଇଥିଲା। ହେଲେ ମହାମାରୀ କରୋନା ସମୟରେ ଫିଲ୍ମଟି ରିଲିଜ ହୋଇଥିବାରୁ ଅଧିକ ବ୍ୟବସାୟ କରିପାରିନଥିଲା।

ତେବେ ସଲମାନ ଏବେ ବିଗ ଲୋକପ୍ରିୟ ଟିଭି ସୋ ବସ ସିଜିନ ୧୫କୁ ହୋଷ୍ଟ କରୁଛନ୍ତି।ଏହା ସହିତ ଟାଇଗର ଥ୍ରୀ ଫିଲ୍ମର ସୁଟିଂ ମଧ୍ୟ ଚାଲିଛି।ନିକଟରେ ସଲମାନ କ୍ୟାଟ୍ରିନା କୈଫଙ୍କ ଫିଲ୍ମର ସୁଟିଂ ପାଇଁ ବିଦେଶ ଯାଇଥିଲେ।

Leave A Reply

Your email address will not be published.