ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଶେଷରେ ତାରିଖ ଘୋଷଣା କଲେ ସଲମାନ..

0

ମୁମ୍ବାଇ: ବଲିଉନ ସୁପରଷ୍ଟାର ସଲମାନ ଖାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ଫିଲ୍ମ ‘ରାଧେ’ର ରିଲିଜ ପରେ ଏବେ ସଲମାନଙ୍କ ଫିଲ୍ମ ‘ଅନ୍ତିମ’ର ରିଲିଜ ତାରିଖ ଘୋଷଣା ହୋଇଛି। ନିଜେ ସଲମାନ ଖାନ ସୋସିଆଲ ମିଡିଆରେ ଏନେଇ ଜଣାଇଛନ୍ତି।

ସଲମାନ ଖାନ ଇନଷ୍ଟାଗ୍ରାମରେ ଫିଲ୍ମର ମୋସନ ପୋଷ୍ଟର ସେୟାର କରିଛନ୍ତି। ଏଥିରେ ତାଙ୍କୁ ଶିଖ୍ ଲୁକ୍‌ରେ ଦେଖିବାକୁ ମିଳିବ। ପୋଷ୍ଟର ସହିତ ସଲମାନ ଫିଲ୍ମର ସବିଶେଷ ତଥ୍ୟ ଦେଇଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଅନ୍ତିମ’ ୨୬ ନଭେମ୍ବର ୨୦୨୧ରେ ଦେଶର ସମସ୍ତ ଥିଏଟର୍ସରେ ରିଲିଜ ହେବାକୁ ଯାଉଛି। ଜି ଓ ପୁନିତ ଗୋଏଙ୍କା ସହ କାମ କରିବା ବହୁତ ଚମତ୍କାର। ଆମେ ଏକାଠି ରେସ ଥ୍ରୀ, ଲଭୟାତ୍ରୀ,ଭାରତ, ଦବଙ୍ଗ ଥ୍ରୀ, କାଗଜ ଓ ରାଧେ ଭଳି ଫିଲ୍ମରେ କାମ କରିଛୁ।

ଫିଲ୍ମ ‘ଅନ୍ତିମ’ ଦ ଫାଇନାଲ ଟ୍ରୁଥରେ ବହୁ ସମୟ ପରେ ସଲମାନ ଖାନଙ୍କୁ ଶିଖ୍‌ ଭୁମିକାରେ ଦେଖିବାକୁ ମିଳିବ। ମହେଶ ମାଞ୍ଜେରକର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଆୟୁଷ ଶର୍ମା ଓ ପ୍ରଜ୍ଞା ଜୟାସୱାଲ ନଜର ଆସିବେ। ଏହି ବର୍ଷ ସଲମାନଙ୍କ ଫିଲ୍ମ ‘ରାଧେ’ ବି ରିଲିଜ ହୋଇଥିଲା। ହେଲେ ମହାମାରୀ କରୋନା ସମୟରେ ଫିଲ୍ମଟି ରିଲିଜ ହୋଇଥିବାରୁ ଅଧିକ ବ୍ୟବସାୟ କରିପାରିନଥିଲା।

ତେବେ ସଲମାନ ଏବେ ବିଗ ଲୋକପ୍ରିୟ ଟିଭି ସୋ ବସ ସିଜିନ ୧୫କୁ ହୋଷ୍ଟ କରୁଛନ୍ତି।ଏହା ସହିତ ଟାଇଗର ଥ୍ରୀ ଫିଲ୍ମର ସୁଟିଂ ମଧ୍ୟ ଚାଲିଛି।ନିକଟରେ ସଲମାନ କ୍ୟାଟ୍ରିନା କୈଫଙ୍କ ଫିଲ୍ମର ସୁଟିଂ ପାଇଁ ବିଦେଶ ଯାଇଥିଲେ।

Leave A Reply

Your email address will not be published.