ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ବଙ୍ଗୋପସାଗରରେ ସୃଷ୍ଟି ହେବ ଶକ୍ତିଶାଳୀ ସିଷ୍ଟମ୍

0

ସାର୍ଥକ ମିଶ୍ର

ଗଲ୍ଫ ଅଫ୍ ଥାଇଲାଣ୍ଡ ଦେଇ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ଉତ୍ତର ଆଣ୍ଡମାନ ସାଗରରେ ପ୍ରବେଶ କରି ସକ୍ରିୟ ରହିଛି। ଏହି କ୍ଷେତ୍ର ଆସନ୍ତା ୨୩ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ଏହା ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ କ୍ରମଶଃ ଘନୀଭୂତ ହୋଇ ଡିପ୍ରେଶନ, ଡିପ ଡିପ୍ରେଶନ ଓ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲ ମାାନଙ୍କ ଆକଳନ ଅନୁଯାୟୀ ୨୫ ତାରିଖ ରୁ ୨୮ ତାରିଖ ଯାଏଁ ସିଷ୍ଟମ୍ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସିଷ୍ଟମ ର ଘନୀଭୂତ ପାଇଁ ସାମୁଦ୍ରିକ ଓ ବାୟୁମଣ୍ଡଳ ଉପାଦାନ ଗୁଡ଼ିକ ଯଥା ସମୁଦ୍ର ପୃଷ୍ଠ ତାପମାତ୍ରା, ଏମ ଜେ ଓ, ଲୋ ୱିଣ୍ଡ ସିଅର ଇତ୍ୟାଦି ଅନୁକୂଳ ରହିଛନ୍ତି ଯାହା ସିଷ୍ଟମକୁ ଅଧିକ ଶକ୍ତିଶାଳୀ ହେବାରେ ସହାୟକ ହେବ। ୨୭-୨୮ ବେଳକୁ ସିଷ୍ଟମ ସିଭିଅର ସାଇକ୍ଲୋନ କିମ୍ବା ଭେରି ସିଭିଅର ସାଇକ୍ଲୋନ ରେ ପରିଣତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ସିଷ୍ଟମ୍ ର ତୀବ୍ରତା ଅଧିକ ରହିବାର ସମ୍ଭାବନା ରହିଥିବା ବେଳେ ଏହା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ପହଞ୍ଚିବ। ତେବେ ଏହା କେଉଁ ଉପକୂଳ ଆଡ଼କୁ ଗତି କରିବ ତାହା ଉପରେ ମଡେଲ ମାନଙ୍କ ମଧ୍ୟରେ ସହମତି ରହିନାହିଁ। ବିଭିନ୍ନ ମଡେଲ ମାନଙ୍କ ଆକଳନ ଭିନ୍ନ ଭିନ୍ନ ରହିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ସିଷ୍ଟମ୍ ଟି ଉତ୍ତର ଆନ୍ଧ୍ରପ୍ରଦେଶ – ଦକ୍ଷିଣ ଓଡ଼ିଶା ଉପକୂଳ ନିକଟ ସମୁଦ୍ରରେ ୨୭-୨୮ ତାରିଖ ବେଳକୁ ରହିପାରେ। ଆଉ ୨-୩ ଦିନ ପରେ ଯେତେବେଳେ ସିଷ୍ଟମ ଟି ଲଘୁଚାପ / ଡିପ୍ରେଶନ ରେ ପରିଣତ ହେବ ସେତେବେଳେ ଅଧିକ ତଥ୍ୟ ମିଳିପାରିବ।

Leave A Reply

Your email address will not be published.