ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆଜିଠୁ ଫ୍ଲିପକାର୍ଟର ଦିୱାଲି ସେଲ..ଜାଣନ୍ତୁ କ’ଣ ରହିଛି ଅଫର?

0

ଭୁବନେଶ୍ବର: ଫ୍ଲିପକାର୍ଟର ବିଗ ବିଲିୟନ ସେଲ ଏବେ ସରିଥିବା ବେଳେ ଆଜିଠୁ ଅର୍ଥାତ ୧୭ ଅକ୍ଟୋବରରୁ କମ୍ପାନି ଆରମ୍ଭ କରିବାକୁ ଯାଉଛି ବିଗ ଦିୱାଲି ସେଲ। ଫ୍ଲିପକାର୍ଟ ପ୍ଲସ ସଦସ୍ୟଙ୍କ ପାଇଁ ସେଲ ଏବେଠୁ ଆରମ୍ଭ ହୋଇଯାଇଛି। କିନ୍ତୁ ଅନ୍ୟ ଗ୍ରାହକଙ୍କ ପାଇଁ ଏହି ସେଲ ଅକ୍ଟୋବର ଆଜି ରାତି ୧୨ଟାରୁ ଆରମ୍ଭ ହେବ। ସେଲ୍‌ ସମୟରେ ଗ୍ରାହକ ମାନେ ବିଭିନ୍ନ ପ୍ରକାର ସାମଗ୍ରୀ ଉପରେ ଡିଲ ଓ ରିହାତି ପାଇବେ।

ତେବେ ଏବେ ଆପଣଙ୍କୁ କିଛି ଭଲ ଡିଲ ଓ ଅଫର୍ସ ବିଷୟରେ ଆମେ କହିବାକୁ ଯାଉଛୁ ।

ସ୍ମାର୍ଟଫୋନ କଥା କହିବାକୁ ଗଲେ ପୋକୋ ଏଫ ଥ୍ରୀ ଜିଟି ୨୫ ହଜାର ୯୯୯ରେ ମିଳିବ। ସେହିପରି ପୋକୋ ଏକ୍ସ ଥ୍ରୀ ପ୍ରୋର ବେସ ଭେରିଆ ଗ୍ରାହକ ୧୬ ହଜାର ୯୯୯ ଟଙ୍କାରେ ପାଇପାରିବେ। ରିୟଲମି ଜିଟି ମାଷ୍ଟର ଏଡିସନ ମଧ୍ୟ ୧୨ ହଜାର ୯୯୯ ଟଙ୍କାରେ ବିକ୍ରି ହେବ। ଇନଫିନିକ୍ସ ହଟ ୧୦ ପ୍ଲେର ବିକ୍ରି ୮ ହଜାର ୪୯୯ଟଙ୍କାରେ ଓ ମୋଟୋ ଜି ୪୦ ଫ୍ୟୁଜନର ବିକ୍ରି ୧୨ ହଜାର ୯୯୯ ଟଙ୍କାର ହେବ। ଏହିପରି ଗ୍ରାହକ ସାମସଙ୍ଗ ଗାଲାକ୍ସି ଏଫ୪୨ ଫାଇଭ-ଜିକୁ ୧୭ ହଜାର ୯୯୯ ଟଙ୍କାରେ କିଣିପାରିବେ। ଏହା ସହ ଆଇଫୋନ ଏସଇ, , ଆଇଫୋନ ୧୧,ଆଇଫୋନ ୧୨, ଆଇଫୋନ ୧୨ ମିନିରେ ଭଲ ଅଫର ଦିଆଯିବ ବୋଲି ଆଶା କରାଯାଉଛି।

ଟିଭି ବିକ୍ରି ଉପରେ କହିବାକୁ ଗଲେ ଗ୍ରାହକଙ୍କୁ ସାମସଙ୍ଗ ୫୦ ଇ ନିଓ କ୍ୟୁ ଏଲଇଡି ସ୍ମାର୍ଟ ଟିଭି ୩୦ ହଜାର ୯୯୯ ଟଙ୍କାରେ ଏବଂ ରିୟଲମି ୪୩ ଇ ୪କେ ଏଲଇଡି ସ୍ମାର୍ଟ ଟିଭି ୭ ହଜାର ୪୯୯ ଟଙ୍କାରେ, ଜିଓମିର ୪୩ ଇ ଏମଆଇ ୪ଏକ୍ସ ଅଲଟ୍ରା ଏଚଡି ସ୍ମାର୍ଟ ଏଲଇଡି ଟିଭି ୨୩ ହଜାର ୯୯୯ ଟଙ୍କାରେ ଗ୍ରାହକ ପାଇପାରିବେ। ସେହିପରି କିଛି ଘରୋଇ ଉପକରଣ ମଧ୍ୟ ଭଲ ଅଫରରେ ମିଳିବ । ଡାଇସନ ଭି୭ ଭ୍ୟାକୁମ କ୍ଲିନର ୧୭ ହଜାର ୯୦୦ ଟଙ୍କାରେ, ଭି-୮ ୨୭ ହଜାର ୯୦୦ ଟଙ୍କାରେ, ଭି-୧୦ ୩୫ ହଜାର ୯୦୦ ଟଙ୍କାରେ ଏବଂ ଭି-୧୧ ୪୪ ହଜାର ୯୦୦ ଟଙ୍କାରେ ଫ୍ଲିପକାର୍ଟରୁ କିଣିପାରିବେ ଗ୍ରାହକ।

Leave A Reply

Your email address will not be published.