ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜିଅନ୍ତା ପୋତା ହେବାର ଡର, ଏଣୁ କବରରେ ବି…

0

ଆପଣ କେବେ କବରରେ ଝରକା ଥିବା ଦେଖିଛନ୍ତି କି? କିନ୍ତୁ ଇଂଲଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଆପଣ ଭାବୁଥିବେ କିଏ ଏଭଳି କାହିଁକି ବା କରିବ। ହେଲେ ଯେତେବେଳେ ଅଷ୍ଟଦଶ ଶତାଦ୍ଦୀର ଶେଷ ଭାଗରେ ଡାକ୍ତର ଟିମୋଥି କ୍ଲାର୍କ ସ୍ମିଥଙ୍କ ମୃତ୍ୟୁ ହୋଇଥିଲା,ତାଙ୍କର କବରରରେ ଏକ ଝରକା ବନାଯାଇଥିଲା। ଏପରି ଏଥିପାଇଁ ହୋଇଥିଲା କାରଣ ସେ ଏକ ରୋଗରେ ପୀଡିତ ଥିଲେ। ଏବଂ ସେ ଭାବିଥିଲେ ତାଙ୍କୁ ଦିନେ ଜିଅନ୍ତା ପୋତାଯିବ।

ଇଂଲଣ୍ଡରେ କ୍ଲାର୍କ ସ୍ମିଥ ଟେପେଫୋବିଆ ନାମକ ଏକ ରୋଗରେ ପୀଡିତ ଥିଲେ। ଏହି ରୋଗ କାରଣରୁ ତାଙ୍କୁ ଜିଅନ୍ତା ପୋତାଦିଆଯିବା ନେଇ ଡର ଥିଲା।ଏବେ ତାଙ୍କ କବର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ସେଠାକୁ ଯାଉଥିବା ପର୍ଯ୍ୟଟକ କବରକୁ ଦେଖିବା ସହ ସେଠାରେ କିଛି ଖୁଚୁରା ପଇସା ପକାଇକି ଆସିଥାନ୍ତି।

ନ୍ୟୁ ହେଭେନରେ ଥିବା ଏଭରଗ୍ରିନ ଶ୍ମଶାନ ଆସୋସିଏସନର ସଭାପତି ରୋଜର ବୋଇସ କହିଛନ୍ତି ଯେ, ସ୍ମିଥଙ୍କୁ ତଳେ ପୋତାହେବାର ଦେଖିବାର ବହୁ ବର୍ଷ ବିତିଗଲାଣି। ମୋତେ ଜଣାଅଛି ଯେ ତାଙ୍କୁ ଏଠାରେ ପୋତା ଯାଇଛି ଏବଂ ସେଠାରେ ଏକ ଗ୍ଲାସ ପ୍ଲେଟ ଅଛି। ବୋଇସ କହିଛନ୍ତି, ଛୋଟ ପାହାଡ଼ ଭିତରେ ନିର୍ମିତ କବରରେ ଏକ ପାହାଚ ମଧ୍ୟ ଅଛି। ସେ କହିଛନ୍ତି ଯେ, ଡାକ୍ତରଙ୍କ ଶରୀର ସହିତ କିଛି ଅସ୍ତ୍ରକୁ ମଧ୍ୟ ପୋତିଦିଆଯାଇଛି। ଏବଂ ଏହା ପଛରେ ଥିବା ତର୍କ ହେଉଛି ଯେ, ଯଦି ସେ ତଳେ ଉଠିପଡିଲେ ବାହାରକୁ ଆସିବାକୁ ଏହା ତାଙ୍କୁ ସହଯୋଗ ଦେବ।

ତାଙ୍କ କବର ଉପରେ ଥିବା ଗ୍ଲାସ ୱିଣ୍ଡୋରୁ କେବେଳ କିଛି ଇଞ୍ଚ ତଳକୁ ଦେଖାଯାଇଥାଏ। ବହୁତ ପର୍ଯ୍ୟଟକ ନ୍ୟୁ ଇଂଲଣ୍ଡର ଏହି ଅଭୁତ କବରକୁ ଦେଖିବାକୁ ବେଶ ଉତ୍ସାହିତ ଥାନ୍ତି।

Leave A Reply

Your email address will not be published.